ETV Bharat / state

୨୨ ହଜାରରୁ ଊର୍ଦ୍ଧ୍ଵ ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ସାମୂହିକ ଗୀତା ଆବୃତ୍ତି, ଇଣ୍ଡିଆ ବୁକ ଅଫ ରେକର୍ଡସରେ ପାଇଲେ ସ୍ଥାନ - MASS BHAGAVAD GITA RECITATION

୨୨ ହଜାରରୁ ଊର୍ଦ୍ଧ୍ଵ ବିଦ୍ୟାର୍ଥୀଙ୍କ ସମୂହ ଗୀତା ପାଠ । ଇଣ୍ଡିଆ ବୁକ ଅଫ ରେକର୍ଡସରେ ପାଇଲେ ସ୍ଥାନ । ପ୍ରଶଂସା କଲେ ବିଧାୟକ ଓ ମନ୍ତ୍ରୀ ।

India Book of Records
India Book of Records (ETV Bharat Odisha)
author img

By ETV Bharat Odisha Team

Published : Oct 31, 2024, 10:52 PM IST

ବ୍ରହ୍ମପୁର: ୨୨ ହଜାରରୁ ଊର୍ଦ୍ଧ୍ଵ ବିଦ୍ୟାର୍ଥୀ ସମୂହ ଗୀତା ପାଠ କରି ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ବ୍ରହ୍ମପୁର ସହର ସମେତ ଉପଖଣ୍ଡରେ ରହିଥିବା ପ୍ରାୟ ୬୫ଟି ବିଦ୍ୟାଳୟର ପ୍ରାୟ ୨୨ ହଜାରରୁ ଊର୍ଦ୍ଧ୍ଵ ବିଦ୍ୟାର୍ଥୀଙ୍କ ସାମୁହିକ ଗୀତା ଆବୃତ୍ତି କରି ଏକ ନୂତନ ରେକର୍ଡ କରିଛନ୍ତି । ସହରର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଚିନ୍ମୟ ମିଶନ ବ୍ରହ୍ମପୁର ଶାଖା ପକ୍ଷରୁ ସାମୂହିକ ଗୀତା ପାଠ ଅନୁଷ୍ଠିତ ହୋଇଥିଲା ।

India Book of Records (ETV Bharat Odisha)

ଗୀତା ପଠନ କରି ଇଣ୍ଡିଆ ବୁକ ଅଫ ରେକର୍ଡ:

ବ୍ରହ୍ମପୁର ଚିନ୍ମୟ ମିଶନ କରାଯାଇଥିବା ସାମୁହିକ ଗୀତା ପଠନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ବିଭିନ୍ନ ବିଦ୍ୟାଳୟର ୨୨ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଭଗବତ ଗୀତାର ପଞ୍ଚମ ଅଧ୍ୟାୟ କର୍ମ ସନ୍ୟାସ ଭାଗର ୨୦ଟି ଶ୍ଳୋକକୁ ଛାତ୍ରଛାତ୍ରୀ ସାମୂହିକ ଭାବେ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ବହି ନଦେଖି ଗୀତାକୁ ମୁଖସ୍ତ କରି ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଏଥିପାଇଁ ଚିନ୍ମୟ ମିଶନ ପକ୍ଷରୁ ୩ ମାସ ପୂର୍ବରୁ ୬୫ ସ୍କୁଲକୁ ଯାଇ ଶ୍ଳୋକ ପାଠ ନେଇ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଇଥିଲା ।

ପ୍ରଶଂସା କଲେ ମନ୍ତ୍ରୀ ଓ ବିଧାୟକ:

କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ଏହା ଏକ ଅଦ୍ୱିତ୍ୱ କାର୍ଯ୍ୟକ୍ରମ । ଗୀତା ଆବୃତ୍ତିରେ ଏତେ ସଂଖ୍ୟାରେ ବିଦ୍ୟାର୍ଥୀ ସାମିଲ ହେବା ଏବଂ ଶୈଶବ ଅବସ୍ଥାରୁ ପ୍ରତ୍ୟେକ ବିଦ୍ୟାର୍ଥୀ ଭାଗବତ ଗୀତାରେ ମନନିବେଶ କରିବା, ବିଶେଷ କରି ଏକ ରେକର୍ଡ ସୃଷ୍ଟି କରିବା ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ହୋଇନାହିଁ । ମୁଖ୍ୟତଃ ଛାତ୍ର ତଥା ବିଦ୍ୟାର୍ଥୀମାନଙ୍କ ମନନିବେଶ ପାଇଁ ଏହା ସମ୍ଭବ ହୋଇପାରିଛି ।" ସେହିପରି ଚିକିଟିର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି, "ଚିନ୍ମୟ ମିଶନର ଏପରି ଏକ ରେକର୍ଡରେ ସାମିଲ ହେବା ଏବଂ ସାରା ରାଜ୍ୟ ତଥା ଦେଶରେ ଏକ ବିରଳ ପ୍ରୟାସ । ବ୍ରହ୍ମପୁରରେ ଏପରି ଏକ କାର୍ଯ୍ୟକ୍ରମର ଅଭିନବ ପ୍ରୟାସ । ଏହା ସ୍ୱାଗତଯୋଗ୍ୟ ।"

India Book of Records
India Book of Records (ETV Bharat Odisha)

ଗୀତାର ୫ମ ଅଧ୍ୟାୟକୁ ସାମୂହିକ ପାଠ:

ସେପଟେ ଆୟୋଜକ ତଥା ବ୍ରହ୍ମପୁର ଚିନ୍ମୟ ମିଶନର ଆଚାର୍ଯ୍ୟା ସ୍ୱାମୀ ସଦାଶିବାନନ୍ଦ ଜୀ କହିଛନ୍ତି, "ଆମ ପୂଜ୍ୟ ଗୁରୁଦେବ ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ । ସେ ବିଚାର କରିଥିଲେ ଯେ, ଦେଶ ପରାଧିନତା ହେବାର ମୁଖ୍ୟ କାରଣ ସାଧାରଣ ଜନତା ଭୋଗୀ ହୋଇଯିବା । ଲୋକମାନେ ଯେପରି ଯୋଗୀ ଓ ତପସ୍ୱୀ ହେବେ, ଲୋକମାନ୍ୟ ଆଧ୍ୟାତ୍ମିକ ହେଲେ ଏସବୁ ସମ୍ଭବ ହୋଇପାରିବ । ତେଣୁ ଭଗବତ ଗୀତାକୁ ସାର୍ବଜନୀନ କରିବା ପାଇଁ ରହିଥିବା ଲକ୍ଷ୍ୟକୁ ପୂରଣ କରିବାକୁ ଏପରି ଗୀତାର ୫ମ ଅଧ୍ୟାୟକୁ ସାମୁହିକ ଭାବରେ ପାଠ କରାଯାଇଥିଲା । ପ୍ରଥମ ୨୦ଟି ଶ୍ଲୋକଟି ପିଲାମାନେ ବହି ନଦେଖି ପାଠ କରିଛନ୍ତି । ମୁଖ୍ୟତଃ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାବନା ଉଦ୍ରେକ କରିବା ଲକ୍ଷ୍ୟ ନେଇ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।"

୩ ମାସ ତାଲିମ ନେଇଥିଲେ ବିଦ୍ୟାର୍ଥୀ :

ସେପଟେ କାର୍ଯ୍ୟକ୍ରମକୁ ସଫଳତା କରିବା ପାଇଁ ଗତ ୩ ମାସ ଧରି ପ୍ରୟାସ କରାଯାଇଥିବା ବ୍ରହ୍ମପୁର ସହରର ବିଦ୍ୟାର୍ଥୀ ମୋନାଲିସା ଶତପଥୀ ନିଜର ମତବ୍ୟକ୍ତ କରିଛନ୍ତି । ସେହିପରି ବାଲାଜୀ ବିଦ୍ୟାପୀଠରୁ ଆସି ନିଜ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସହିତ ସାମିଲ ହୋଇଥିବା ଶିକ୍ଷୟିତ୍ରୀ ବନୀତା ପାଢୀ ଏପରି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବେଶ ଖୁସି ରହିଥିବା କହିଛନ୍ତି । ସେପଟେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ କର୍ମକର୍ତ୍ତାମାନେ ଏପରି ସାମୁହିକ ଗୀତା ପାଠ କାର୍ଯ୍ୟକ୍ରମରେ ପ୍ରାୟ ୨୨ ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ସାମିଲ ହୋଇ ଗୀତା ପାଠ କରିବା ବିଷୟ ପ୍ରଥମ ଥର ପାଇଁ ଏପରି ରେକର୍ଡସ୍ ହୋଇଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସରେ ହେଲା ଚମତ୍କାର ! ଅଲିମ୍ପିକ୍ସ ପଦକ ସହ ଶ୍ରୀମଦଭାଗବତ ଗୀତା ଲିଙ୍କ୍, ମେଡାଲ ଜିତିଲା ପରେ ମନୁ କହିଲେ, ‘ସବୁବେଳେ ଶୁଣେ ଗୀତା ବାଣୀ’ - Manu Bhaker

ଏହା ମଧ୍ୟ ପଢ଼ନ୍ତୁ...ବାଲିରେ ସୂର୍ଯ୍ୟ ମନ୍ଦିର କଳାକୃତି; ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ସରିତା

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀଲଙ୍କାରେ ୩ ଦିନିଆ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ଉଦଘାଟିତ

କାଟିଲେ ପୂର୍ବ ରେକର୍ଡ:

ପୂର୍ବରୁ ହରିଆଣାର ଏକ ଘରୋଇ ସ୍କୁଲ ପ୍ରାୟ ୧୮ ହଜାର ଛାତ୍ରୀଛାତ୍ରଙ୍କୁ ନେଇ ଏଭଳି ଶ୍ଳୋକ ପାଠ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା । କିନ୍ତୁ ଚିନ୍ମୟ ମିଶନ ଉକ୍ତ ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛି । ଚିନ୍ମୟ ମିଶନ ପକ୍ଷରୁ ୩ ମାସ ପୂର୍ବରୁ ୬୫ ସ୍କୁଲକୁ ଯାଇ ଶ୍ଳୋକ ପାଠ ନେଇ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଇଥିଲା । ଚିନ୍ମୟ ମିଶନ ବ୍ରହ୍ମପୁର ଶାଖାର ସ୍ବାମୀ ସଦାଶିବାନନ୍ଦ ଅଧ୍ଯକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଶାଖାର ସ୍ବାମୀ ନିର୍ଲିପତାନନ୍ଦ, କାର୍ଯ୍ୟକ୍ରମର ଯୁବ ସଂଯୋଜକ ଅନୀଲ କୁମାର ପାତ୍ରଙ୍କ ସମେତ ଜଗନ୍ନାଥ ପାଢୀ, ଶଙ୍କର୍ଷଣ ପାତ୍ର, ସୂର୍ଯ୍ୟକାନ୍ତ ପଣ୍ଡା ଓ ଚିନ୍ମୟ ମିଶନର ବହୁ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.