ETV Bharat / state

ଟ୍ରେନ୍‌ ସିଟ ତଳେ ଥିଲା 15 ପ୍ୟାକେଟ୍‌ ଗୁଳି, ପୁରୀ ରେଳ ଷ୍ଟେସନରୁ ଜବତ କଲା ପୋଲିସ

ରେଳ ଷ୍ଟେସନରୁ ଜବତ ହେଲା ଏକାଧିକ ପ୍ୟାକେଟ ଗୁଳି । କିଏ ଓ କାହିଁକି ନେଉଥିଲା ଏତେ ଗୁଳି । ରେଳବାଇ ପୋଲିସର ତଦନ୍ତ ଆରମ୍ଭ ।

ପୁରୀ ରେଲୱେ ଷ୍ଟେସନରୁ ଦେଢ ଶହରୁ ଊର୍ଦ୍ଧ୍ବ ଗୁଳି ଜବତ
ପୁରୀ ରେଲୱେ ଷ୍ଟେସନରୁ ଦେଢ ଶହରୁ ଊର୍ଦ୍ଧ୍ବ ଗୁଳି ଜବତ (ETV Bharat Odisha)
author img

By ETV Bharat Odisha Team

Published : Oct 31, 2024, 9:34 AM IST

Updated : Oct 31, 2024, 1:22 PM IST

ପୁରୀ: ପୁରୀ ରେଲୱେ ଷ୍ଟେସନରୁ ୧୫୦ଟି ଜୀବନ୍ତ ଗୁଳି ଉଦ୍ଧାର । ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଏସ-୨ ସ୍ଲିପର କୋଚର ଏକ ସିଟ ତଳୁ ଏହି ବ୍ୟାପକ ଗୁଳି ଜବତ କରିଛି ରେଳବାଇ ପୋଲିସ । ଏକ କଳା ରଙ୍ଗର ବ୍ୟାଗ ମଧ୍ୟରୁ ‘ଆରଫିଏଫ’ ପୋଲିସ ଜୀବନ୍ତ ଗୁଳିଗଡିକୁ ଜବତ କରିଛି । ଏନେଇ ‘ଆରପିଏଫ’ ପକ୍ଷରୁ ଜିଆରପି ପୋଲିସକୁ ଅବଗତ କରାଯିବା ପରେ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି ।

  • ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସରୁ ଜବତ

ମିଳିଥିବା ସୂଚନା ଅନୁସାରେ ଦୀପାବଳି ଯାଞ୍ଚକୁ ଦୃଷ୍ଟିରେ ରଖି ‘ଆରପିଏଫ’ କର୍ମଚାରୀମାନଙ୍କ ପକ୍ଷରୁ ଷ୍ଟେସନରେ ଛିଡା ହୋଇଥିବା ଟ୍ରେନର ବଗିଗୁଡିକୁ ଯାଞ୍ଚ କରାଯାଉଛି । ତେବେ ‘ଆରଫିଏଫ’ ଏଏସଆଇ ଦୀପକ କୁମାର ପଟ୍ଟନାୟକ କିଛି କର୍ମଚାରୀଙ୍କୁ ଧରି ପୁରୀ ରେଳ ଷ୍ଟେସନର କୋଚିଂ ଡିପୋ ଏବଂ ପ୍ଲାଟଫର୍ମର ତଦାରଖ କରୁଥିଲେ । ଡ୍ୟୁଟି ସମୟରେ ସେ କୋଚିଂ ଡିପୋ ସୁଇପରଙ୍କଠାରୁ ଦିଲ୍ଲୀରୁ ଆସିଥିବା ପୁରୁଷତ୍ତୋମ ଏକ୍ସପ୍ରେସ ଟ୍ରେନ-ନଂ ୧୨୮୦୨ର ଏସ-୨ କୋଚରେ ୭୩ରେ ସିଟ୍ ତଳେ ଏକ କଳା ରଙ୍ଗର ବ୍ୟାଗ ପଡିଥିବା ନେଇ ସୂଚନା ପାଇଥିଲେ ।

ଟ୍ରେନ୍‌ ସିଟ ତଳେ ଥିଲା 15 ପ୍ୟାକେଟ୍‌ ଗୁଳି, ପୁରୀ ରେଳ ଷ୍ଟେସନରୁ ଜବତ କଲା ପୋଲିସ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ରାଇସ୍ ମିଲ୍ ମାଲିକ ଅପହରଣ ଘଟଣା; ୧୩ ଜଣଙ୍କୁ ବାନ୍ଧିଲା ପୋଲିସ, ୨୫ ଲକ୍ଷ ଜବତ - Rice Mill Owner Kidnapping Case

ଏହା ମଧ୍ୟ ପଢନ୍ତୁ :- MKCG ରେ ପୁଣି ରାଗିଂ ! 5 ସିନିୟର ହଷ୍ଟେଲରୁ ବହିଷ୍କୃତ, ଅପରାଧିକ ମାମଲା ରୁଜ

  • କଳା ରଙ୍ଗର ବ୍ୟାଗରେ ଥିବା 15 ପ୍ୟାକେଟ ଗୁଳି

ଖବର ପାଇ ପଟ୍ଟନାୟକଙ୍କ ନେତୃତ୍ବରେ ପୋଲିସ ଟିମ୍‌ ଘଟଣାସ୍ଥଳକୁ ଯାଇ ଦେଖିଥିଲେ, କି ଏକ କଳା ରଙ୍ଗର ଛୋଟ ବ୍ୟାଗ ଉକ୍ତ ବଗିର ୭୩-ନମ୍ୱର ସିଟରେ ପଡ଼ିଛି । ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ବ୍ୟାଗ ଖୋଲା ଯାଇଥିଲା । ବ୍ୟାଗରେ ୧୫ ପ୍ୟାକେଟ୍ ଗୁଳି ମିଳିଥିଲା । ପ୍ରତ୍ୟକ ପ୍ୟାକେଟରେ ୮-ଏମଏମର ଜୀବନ୍ତ ଗୁଳି ରହିଥିଲା । ଏହିପରି ଭାବରେ ୧୫ଟି ପ୍ୟାକେଟରୁ ୧୦ଗୋଟି ହିସାବରେ ୧୫୦ଟି ଜୀବନ୍ତ ଗୁଳିକୁ ରେଳବାଇ ପୋଲିସ ଜବତ କରିଛି ।

more than 150 bullets seized from Puri railway station
more than 150 bullets seized from Puri railway station (ETV Bharat Odisha)
  • ସନ୍ଦିଗ୍ଧର ଏକାଧିକ ପୋଷାକ ମଧ୍ୟ ଜବତ

ଏଥିସହ ଏକାଧିକ ପୋଷାର ଓ ଗୋଟିଏ କପଡା ବ୍ୟାଗକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଉକ୍ତ ବ୍ୟାଗ କାହାର ଓ ଉକ୍ତ ବ୍ୟକ୍ତି କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣର ଗୁଳି ସାଥିରେ ଆଣିଥିଲେ, ସେନେଇ ରେଳବାଇ ପୋଲସ ପକ୍ଷରୁ ତଦନ୍ତ କରାଯାଉଛି । କେସ ନଂ ୯୦/୨୪ରେ ମାମଲା ରୁଜୁ କରିବା ସହ ଏସ-୨୫ (ଏ-୧) ଆର୍ମ ଆକ୍ଟରେ ତଦନ୍ତ ଆରମ୍ଭ କରିଛି ।

ପୁରୀ ରେଲୱେ ଷ୍ଟେସନରୁ ଦେଢ ଶହରୁ ଊର୍ଦ୍ଧ୍ବ ଗୁଳି ଜବତ
ପୁରୀ ରେଲୱେ ଷ୍ଟେସନରୁ ଦେଢ ଶହରୁ ଊର୍ଦ୍ଧ୍ବ ଗୁଳି ଜବତ (ETV Bharat Odisha)

ଇଟିଭି ଭାରତ, ପୁରୀ

Last Updated : Oct 31, 2024, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.