ETV Bharat / state

ପାଓ୍ବର କରିଡରରେ ନବକଳେବର ; ବଦଳିଲେ 18 IAS, ସତ୍ୟବ୍ରତଙ୍କୁ ଗୃହ ଓ ଦେଓରଞ୍ଜନଙ୍କୁ ରାଜସ୍ୱ ବିଭାଗ - Major IAS reshuffle

author img

By ETV Bharat Odisha Team

Published : Aug 22, 2024, 7:10 AM IST

MAJOR IAS RESHUFFLE : ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ବଡଧରଣର ବାବୁ ବଦଳି । ଏକାକାଳୀନ ବଦଳିଲେ 18 ଅଧିକାରୀ । ସତ୍ୟବ୍ରତଙ୍କୁ ଗୃହ ଓ ଦେଓରଞ୍ଜନଙ୍କୁ ରାଜସ୍ୱ ବିଭାଗ ଦାଇତ୍ୱ । ନବୀନ ଅମଳର ଗୁଡବୁକ ଅଧିକାରୀ ପାଓ୍ବର କରିଡରରୁ ବିଦା । ଅଧିକ ପଢନ୍ତୁ

IAS ସ୍ତରରେ ବଡ଼ଧରଣର ଅଦଳବଦଳ; ସତ୍ୟବ୍ରତଙ୍କୁ ଗୃହ ଓ ଦେଓରଞ୍ଜନଙ୍କୁ ରାଜସ୍ୱ ବିଭାଗ ଦାଇତ୍ୱ
IAS ସ୍ତରରେ ବଡ଼ଧରଣର ଅଦଳବଦଳ; ସତ୍ୟବ୍ରତଙ୍କୁ ଗୃହ ଓ ଦେଓରଞ୍ଜନଙ୍କୁ ରାଜସ୍ୱ ବିଭାଗ ଦାଇତ୍ୱ (ETV Bharat Odisha)

ଭୁବନେଶ୍ବର: ‘ଆଇଏଏସ’ ସ୍ତରରେ ବଡ଼ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । 18 ଜଣ ‘ଆଇଏଏସ’ ଅଫିସରଙ୍କ ପଦରେ ଅଦଳ ବଦଳ କରି ପାଓ୍ବାର କରିଡରର ନବକଳେବର କରିଛନ୍ତି ମୋହନ ସରକାର । କିଛି ବରିଷ୍ଠ ଅଫିସଙ୍କୁ ନୂଆ ସରକାର ସରକାର ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ସେହିପରି ନବୀନ ସରକାରରେ ଗୁଡ଼ବୁକରେ ଥିବା କିଛି ଅଧିକାରୀଙ୍କୁ ପାୱାର କରିଡ଼ରରୁ ବାହାର କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

ବାହାନଗା ମୁକାବିଲା ହିରୋଙ୍କୁ ଗୃହ ଦାଇତ୍ୱ :-

ନୂଆ ସରକାର କ୍ଷମତାକୁ ଆସିବାର ପ୍ରାୟ ଅଢେ଼ଇ ମାସ ପରେ ରାଜ୍ୟରେ ହୋଇଛି ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । 1991 ବ୍ୟାଚର ଏହି ବରିଷ୍ଠ ଅଧିକାରୀ ପୂର୍ବପରି ଜଙ୍ଗଲ, ପରିବେଶ ଏବଂ ପାଣିପାଗ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାଇତ୍ୱ ନେବେ । ପୂର୍ବରୁ ସେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ‘ଓଏସଡିଏମଏ’ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ବାଲେଶ୍ଵର ବାହାନଗାରେ ଘଟିଥିବା ବିଶ୍ୱର ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ପରବର୍ତ୍ତୀ ପରିଚାଳନା କାର୍ଯ୍ୟ ସେ ସଫଳତାର ସହ ତୁଲାଇଥିଲେ । ସେଥିପାଇଁ ରାଜ୍ୟ ଅନେକ ପ୍ରଶଂସା ସାଉଁଟିଛି ମଧ୍ୟ ।

ନବୀନ ସରକାରରେ ଯେମିତି, ମୋହନ ସରକାରରେ ସେମିତି :-

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ଦେଓରଞ୍ଜନ କୁମାର ସିଂହ । 1993 ବ୍ୟାଚର ଏହି ଅଫିସର ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓଏସଡିଏମଏ)ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ନବୀନ ସରକାରରେ ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିଲେ । ଏହା ସମେତ ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ, ଓଏମଇସିଏଲ ଅଧ୍ୟକ୍ଷ, ଇଡକୋ ଅଧ୍ୟକ୍ଷ ଭଳି ଏକାଧିକ ଦାୟିତ୍ୱ ତୁଲାଉଥିଲେ । ନବୀନ ସରକାରରେ ଜଣେ ଗୁଡବୁକ ଅଫିସର ଭାବେ ସେ ପରିଚିତ ଥିଲେ । ନବୀନଙ୍କ ଅଧୀନରେ ଗୃହ ବିଭାଗ ଥିବା ବେଳେ ସେ ଗୃହ ସଚିବ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିଛନ୍ତି ।

ସୁରେନ୍ଦ୍ର ଓ ହେମନ୍ତକୁ ମିଳିଛି ଅଧିକ ଗୁରୁତ୍ୱ :-

ଅଦଳ ବଦଳରର ଅଧିକ ଗୁରୁତ୍ୱ ପାଇଛନ୍ତି 1993 ବ୍ୟାଚର ‘ଆଇଏଏସ’ ସୁରେନ୍ଦ୍ର କୁମାର । ସୁରେନ୍ଦ୍ରଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦେଇଛନ୍ତି ନୂଆ ସରକାର । ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଏହା ସହ ସେ ସାଧାରଣ ପ୍ରଶାସନ ଓ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମେତ ଓଡ଼ିଶା ଖଣି ନିଗମ, ଓଏମଇସିଏଲ ଅଧ୍ୟକ୍ଷ ଓ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ୧୯୯୫ ବ୍ୟାଚ୍ ଅଧିକାରୀ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଶର୍ମା ଏବେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସହ ‘ଇପିକଲ’ ଅଧ୍ୟକ୍ଷ ଏବଂ ‘ଏମଏସଏମଇ’ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାଇତ୍ୱରେ ବିଷ୍ଣୁପଦ :-

ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଛି ମୋହନ ସରକାର । କିନ୍ତୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାଇତ୍ୱରେ ଥିଲେ ଜଣେ ଅଣଓଡିଆ ଅଧିକାରୀ । ତେଣୁ ଏଥିରେ ସଂଶୋଧନ କରିଛନ୍ତି ମୋହନ ସରକାର । ଜଣେ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତିରେ ଜ୍ଞାନ ରଖିଥିବା ଅଧିକାରୀଙ୍କୁ ମୋହନ ସରକାର ଏହି ଦାୟିତ୍ବ ଦେଇଛନ୍ତି । ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ତୁଲାଇବେ । ପୂର୍ବ ପରି 1995 ବ୍ୟାଚର ଏହି ଅଧିକାରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଦାଇତ୍ୱ ତୁଲାଇବେ । ସେହିପରି ସେ ଅତିରିକ୍ତ ଭାବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ପୂର୍ବରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଭାବେ ସାଳିନୀ ପଣ୍ଡିତ କାର୍ଯ୍ୟ କରୁଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛନ୍ତି 1996 ବ୍ୟାଚର ‘ଆଇଏଏସ’ ଅଫିସର ଉଷା ପାଢ଼ୀ । ପୂର୍ବପରି ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ସେ ଏହା ପୂର୍ବରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ଏହି ଦାଇତ୍ୱ ତାଙ୍କ ଠାରୁ କାଢ଼ି ନିଆଯାଇଛି । ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଥିବା 1998 ବ୍ୟାଚର ଆଇଏଏସ ବିଶାଳ ଗଗନଙ୍କୁ ନୂଆ ଦାଇତ୍ୱ ମିଳିଛି । ସେ ନୂଆଦିଲ୍ଲୀରେ ପ୍ରମୁଖ ଆବାସିକ କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି । ନିକଟରେ ସେଣ୍ଟ୍ରାଲ ଡେପ୍ୟୁଟେସନରୁ ଆସି ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଥିବା ଏନବିଏସ ରାଜପୁତଙ୍କୁ ଅତିରିକ୍ତ ଦାଇତ୍ୱ ମିଳିଛି । 1999 ବ୍ୟାଚର ଏହି ଆଇଏଏସଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର ।

ଶାଳିନୀ ଓ ଅଶ୍ୱଥିଙ୍କ ବିଭାଗ ଏପଟ ସେପଟେ :-

2001 ବ୍ୟାଚର ଆଇଏଏସ ଶାଳିନୀ ପଣ୍ଡିତ ଓ 2003 ବ୍ୟାଚର ଆଇଏଏସ ଏସ.ଅଶ୍ୱଥିଙ୍କ ମଧ୍ୟରେ ବିଭାଗ ଏପଟ ସେପଟେ ହୋଇଛି । ଶାଳିନୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି । ମିଶନ ଶକ୍ତି ବିଭାଗର ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏସ.ଅଶ୍ୱଥିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।

ନବୀନଙ୍କ ଫେଭରାଇଟ ରୂପାରୋଶନ ଓ ସଚିନ ଲୋକସେବା ଭବନରୁ ବିଦା:-

ନବୀନ ସରକାରରେ ମୋଷ୍ଟ ପାୱାରଫୁଲ ଆଇଏଏସ ଥିଲେ ରୂପାରୋଶନ ସାହୁ । 2006 ବ୍ୟାଚର ଏହି ଅଫିସରଙ୍କୁ ଲୋକସେବା ଭବନରୁ ବିଦା କରିଛନ୍ତି ମୋହନ ସରକାର । ରୂପାରୋଶନ ହୋଇଛନ୍ତି ଦକ୍ଷିଣାଞ୍ଚଳ ଆରଡିସି । ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗର ସଚିବ ପଦରୁ ହଟାଇ ଦକ୍ଷିଣାଞ୍ଚଳ ଆରଡିସି ଭାବେ ବ୍ରହ୍ମପୁରକୁ ବଦଳି କରିଛନ୍ତି । ସେହିପରି 2007 ବ୍ୟାଚର ଆଇଏଏସ ସଚିନ ରାମଚନ୍ଦ୍ର ଯାଦବଙ୍କୁ ମଧ୍ୟ ଲୋକସେବା ଭବନ ବାହାରର ରାସ୍ତା ଦେଖାଇଛନ୍ତି ମୋହନ ସରକାର । ପୂର୍ବ ସରକାରର ଫେଭରାଇଟ ଅଫିସର ଭାବେ ମଧ୍ୟ ସଚିନ ଜଣାଶୁଣା ଥିଲେ । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ସେ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିଲେ ସଚିନ । ସଚିନଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ସମ୍ବଲପୁର ବଦଳି କରାଯାଇଛି ।

ପର୍ଯ୍ୟଟନ ସମ୍ଭାଳିବେ ବଳବନ୍ତ ଓ ସମର୍ଥ:-

ରାଜ୍ୟର ପର୍ଯ୍ୟଟନ ସମ୍ଭାଳିବେ ଦୁଇ ଯୁବ ତଥା ପୁରୀର ପୂର୍ବତନ ଜିଲ୍ଲାପାଳ । ରାଜ୍ୟ ପର୍ଯ୍ୟଟନ ସଚିବ ହୋଇଛନ୍ତି 2007 ବ୍ୟାଚର ଅଫିସର ବଳବନ୍ତ ସିଂ । ସେହିପରି 2011 ବ୍ୟାଚର ଆଇଏଏସ ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବଳବନ୍ତ ଅତିରିକ୍ତ ଭାବେ ଓଡ଼ିଶା ଖଣି ନିଗମ, ଇଡକୋ ଓ ଓଏମଇସିଏଲ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ । ସେହିପରି ସମର୍ଥ ‘ଓଟିଡିସି’ ଏବଂ ‘ଓଏଫଡିସି’ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହା ପୂର୍ବରୁ ସେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ।

କେନ୍ଦ୍ରାଞ୍ଚଳ ‘ଆରଡିସି’ ହେଲେ ବି ପରମେଶ୍ୱରନ:-

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା 2008 ବ୍ୟାଚର ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଦାଇତ୍ୱ ମିଳିଛି । ବାଣିଜ୍ୟକର ଓ ଜିଏସଟି କମିଶନର ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଆଇଏଏସ ସଞ୍ଜୟ କୁମାର ସିଂଙ୍କଠାରୁ ଏହି ଦାଇତ୍ୱ କାଢିନିଆଯାଇ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରରେ ଚକବନ୍ଦୀ କମିଶନର ଭାବେ କାର୍ଯ୍ୟରତ 2008 ବ୍ୟାଚର ଅଫିସର ବି ପରମେଶ୍ୱରନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ କଟକ ବଦଳି ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ଲାଗିଲା ESMA, ସ୍ବାସ୍ଥ୍ୟକର୍ମୀଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା - Odisha government invokes ESMA

ବିଡିଏ ଉପାଧ୍ୟକ୍ଷ ହେଲେ ଏନ.ଥିରୁମାଳା ନାଏକ:-

ସାଧାରଣ ନିର୍ବାଚନ 2024ରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଏନ.ଥିରୁମାଳା ନାଏକଙ୍କୁ ନୂଆ ଦାଇତ୍ୱ ମିଳିଛି । 2009 ବ୍ୟାଚର ଏହି ଅଧିକାରୀଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ସେହିପରି ସେ ଭୁବନେଶ୍ୱର ସ୍ମାର୍ଟସିଟି ଓ ‘କ୍ରୁଟ’ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଆଇଏଏସ ଅନ୍ୟାନ୍ୟ ଦାସଙ୍କୁ ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । 2015 ବ୍ୟାଚର ଅଫିସରଙ୍କର ଏହି ପଦବୀକୁ ରାଜ୍ୟ ଆଇଏଏସ କ୍ୟାଡ଼ରରେ ଯୁଗ୍ମ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.