ETV Bharat / state

ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ - First BJP CM Mohan Majhi sworn in

author img

By ETV Bharat Odisha Team

Published : Jun 12, 2024, 6:09 PM IST

Updated : Jun 12, 2024, 10:43 PM IST

Mohan Charan Majhi Takes Oath As Odisha CM: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ଚରଣ ମାଝୀ । 2 ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟ ମଧ୍ୟ କଲେ ଶପଥ ପାଠ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ଆରମ୍ଭ ବିଜେପି ସରକାର
ଓଡ଼ିଶାରେ ଆରମ୍ଭ ବିଜେପି ସରକାର (Etv Bharat)

ଭୁବନେଶ୍ବର: ସବୁ ଅପେକ୍ଷାର ଅନ୍ତ । ରାଜ୍ୟରେ ଆରମ୍ଭ ହେଲା ବିଜେପି ସରକାର । ଶପଥ ଗ୍ରହଣ କଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ 2 ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟ । ନୂଆ ମନ୍ତ୍ରୀ ପରିଷଦକୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ୨୪ ବର୍ଷ ପରେ ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ ।

ଜନତା ମଇଦାନରେ ଅନୁଷ୍ଠିତ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ 16 ଜଣ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ଥିଲେ । ସେହିପରି ବିଜେପି ଶାସିତ 9ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେପି ସରକାରର ଶପଥ ପାଠ ସମାରେହରେ ସାମିଲ ହୋଇଥିଲେ । ସେପଟେ ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଶପଥ ଉତ୍ସବରେ ସାମିଲ ଥିଲେ ।

ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ :

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଶପଥ ନେଇଛନ୍ତି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ଭାବରେ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହ ଦେଓ ଶପଥ ନେଇଛନ୍ତି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଶପଥ ନେଲେ ମନ୍ତ୍ରିମଣ୍ଡଳ:

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହ ଦେଓ ଶପଥ ଗ୍ରହଣ କରିଛନ୍ତି । ସେହିଭଳି ମୋହନ ମନ୍ତ୍ରିମଣ୍ଡଳରେ ମୋଟ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ୮ ଜଣ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ମୁକେଶ ମହାଲିଙ୍ଗ, ବିଭୁତି ଭୂଷଣ ଜେନା, ପୃଥ୍ବୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି । ସେହିପରି ରାଷ୍ଟ୍ରମନ୍ତ୍ରୀ (ସ୍ବଧୀନ) ଭାବେ ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳସାମନ୍ତ, ଗଣେଶ ରାମ ସିଂ ଖୁଣ୍ଟିଆ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚନ୍ଦ୍ର ସ୍ବାଇଁ ମଧ୍ୟ ଶପଥ ନେଇଛନ୍ତି । ସେପଟେ ରଣପୁର ବିଜେପି ବିଧାୟିକା ସୁରମା ପାଢ଼ୀ ନୂତନ ବାଚସ୍ପତି ଭାବରେ ମନୋନିତ ହୋଇଛନ୍ତି ।

ଓଡ଼ିଶାରେ ଆରମ୍ଭ ବିଜେପି ସରକାର
ଓଡ଼ିଶାରେ ଆରମ୍ଭ ବିଜେପି ସରକାର (ETV Bharat Odisha)

ମୁଖ୍ୟମନ୍ତ୍ରୀ:

ମୋହନ ଚରଣ ମାଝୀ : କେନ୍ଦୁଝର ସଦର ଆସନରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ମୋହନ ମାଝୀ । ଦିନେ ଶିଶୁ ମନ୍ଦିର ଶିକ୍ଷକ ଥିବା ବେଳେ ସମିତ୍ୟ ସଭ୍ୟ ଭାବେ ଲଢ଼ି ରାଜନୀତିରେ ପ୍ରବେଶ କରିଥିଲେ । ମାତ୍ର ପ୍ରଥମେ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା । ଏହାପରେ ସରପଞ୍ଚରୁ ଆରମ୍ଭ ହୋଇଥିବା ବିଜୟର ଯାତ୍ରା । 1997 ମସିହାରୁ 2000 ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ ନିଜ ଅଞ୍ଚଳ ପାଇଁ କାର୍ଯ୍ୟ କରିଥିଲେ । 2000 ମସିହାରେ କେନ୍ଦୁଝର ଆସନରୁ ନିର୍ବାଚନ ଲଢି ବିଜେପି ବିଧାୟକ ଭାବେ ବିଧାନସଭାରେ ପହଞ୍ଚିଥିଲେ । ପରେ 2004 ମସିହାରେ ଲଗାତାର ଦ୍ବିତୀୟ ଥର ସେ କେନ୍ଦୁଝରରୁ ବିଧାୟକ ହୋଇଥିଲେ । 2009ରେ ହ୍ୟାଟ୍ରିକ ଲକ୍ଷ୍ୟରେ ପୁଣି କେନ୍ଦୁଝର ବିଧାନସଭା ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ପରାଜିତ ହୋଇଥିଲେ । ସେହିପରି 2014ରେ ମଧ୍ୟ ପୁଣିଥରେ ପରାଜିତ ହୋଇଥିଲା । ୨୦୧୯ ମସିହାର ପୁଣି ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ବେଳେ 2024ରେ ମଧ୍ୟ ବିଧାୟକ ଭାବରେ ମୋହନଙ୍କୁ ବାଛିଥିଲେ କେନ୍ଦୁଝର ସଦରବାସୀ ।

ଉପମୁଖ୍ୟମନ୍ତ୍ରୀ:

ପ୍ରଭାତୀ ପରିଡ଼ା: ଆଜି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ପ୍ରଭାତୀ ପରିଡ଼ା । ପ୍ରଭାତୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିବାକୁ ବହୁ ସଂଘର୍ଷ କରିବାକୁ ପଡ଼ିଛି । 2009 ମସିହାରେ ନିମାପଡ଼ା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ିଥିଲେ ପ୍ରଭାତୀ । ମାତ୍ର 4ର୍ଥ ସ୍ଥାନରେ ରହି ପରାଜିତ ହୋଇଥିଲେ । ପରେ 2014ରେ ବିଜେପି ଟିକଟରୁ ଲଢ଼ିଥିଲେ ମଧ୍ୟ ବିପକ୍ଷ ଦଳ ବିଜେଡିର ସମୀର ଦାଶଙ୍କ ଠାରୁ ପରାଜିତ ହୋଇଥିଲେ । ପରେ 2019ରେ ମଧ୍ୟ ପୁଣିଥରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ସେଥର ମଧ୍ୟ ସେ ପରାଜିତ ହୋଇଥିଲେ । ଲଗାତାର 3 ଥର ହାରିବା ପରେ ହାର ମାନି ନଥିଲେ ପ୍ରଭାତୀ । 2024ରେ ପୁଣିଥରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ନିମାପଡ଼ାରେ ବିଜୟ ପତାକା ଉଡାଇଥିଲେ ପ୍ରଭାତୀ । ଆଜି ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ନେଇଛନ୍ତି ।

କନକ ବର୍ଦ୍ଧନ ସିଂହ ଦେଓ: ପ୍ରଭାତୀ ପରିଡ଼ାଙ୍କ ସହ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କନକ ବର୍ଦ୍ଧନ ସିଂହ ଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାଟଣା ମହାରାଜ ଆର.ଏନ. ସିଂହ ଦେଓଙ୍କ ନାତି । 1995 ମସିହାରେ ରାଜନୀତିକୁ ଆସିଥିଲେ । ପ୍ରଥମ କରି ପାଟଣାଗଡ଼ରୁ ସେ ବିଜେପି ପ୍ରାର୍ଥୀ ଭାବରେ ଛିଡା ହୋଇ ବିଜୟୀ ହୋଇଥିଲେ । ସମାନ ଭାବରେ ସେ କ୍ରମାଗତ 5 ଥର ସେଠିକାର ବିଧାୟକ ଭାବରେ ଜିତି ଆସିଛନ୍ତି । 2000ରୁ 2009 ପର୍ଯ୍ୟନ୍ତ ତିନି ଥର ମନ୍ତ୍ରୀ ହୋଇଥିଲେ । ହେଲେ ଗତ 2019ରେ ସେ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ପୁଣି ସେ ବିଜୟୀ ହୋଇ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

8 କ୍ୟାବିନେଟ୍ ମନ୍ତ୍ରୀ:

ସୁରେଶ ପୂଜାରୀ: ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨୦୧୯ ଭାରତୀୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୁ ଜନତା ଦଳର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇଥିଲେ ସୂରେଶ ପୂଜାରୀ । ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । 2024 ନିର୍ବାଚନରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ଲଢ଼ି ବିଧାୟକ ହୋଇଛନ୍ତି ସୂରେଶ । ପ୍ରଥମେ ମୁଖ୍ୟମନ୍ତ୍ରୀ ରେସରେ ସୁରେଶଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ବିଜେପି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଦାୟିତ୍ବ ଦିଆଯାଇଛି ।

ରବି ନାରାୟଣ ନାୟକ: ପଶ୍ଚିମ ଓଡ଼ିଶା ବିଜେପିର ଜଣେ ବଡ଼ ଆଦିବାସୀ ଚେହେରା ଭାବରେ ପରିଚିତ ରବି ନାରାୟଣ ନାୟକ । ଆଜି ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ଆସନରୁ ଜିତିଛନ୍ତି ରବି । ଚାରି ଥରର ବିଧାୟକ ଭାବେ ତୃଣମୂଳସ୍ତରର ସଙ୍ଗଠକ ଭାବେ ସେ ବେସ ପରିଚିତ ।

ନିତ୍ୟାନନ୍ଦ ଗଣ୍ଡ: ଦକ୍ଷିଣ ଓଡ଼ିଶାରେ ବିଜେପିର ବଡ଼ ଆଦିବାସୀ ଚେହେରା ହେଉଛନ୍ତି ନିତ୍ୟାନନ୍ଦ ଗଣ୍ଡ । ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଜିତିଛନ୍ତି ନିତ୍ୟାନନ୍ଦ । ଉମରକୋଟରୁ ପ୍ରଥମେ 2019 ନିର୍ବାଚନରେ ବିଜୟୀ ହୋଇଥିବା ବେଳେ 2024ରେ ମଧ୍ୟ ବିଧାୟକ ହୋଇ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ସ୍ଥାନ ପାଇଛନ୍ତି ।

କୃଷ୍ଣଚନ୍ଦ୍ର ପାତ୍ର: ଢେଙ୍କାନାଳ ବିଧାନସବଭା ଆସନରୁ ବିଜୟୀ ହୋଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । ଆଜି କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

କୃଷ୍ଣଚନ୍ଦ୍ର ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ମୋରଡା ଆସନୁ ବିଜୟୀ ହୋଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର । କୃଷ୍ଣଚନ୍ଦ୍ର ଆଜି କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

ପୃଥ୍ବୀରାଜ ହରିଚନ୍ଦନ: ଖୋର୍ଦ୍ଧା ଜିଲ୍ଲା ଚିଲିକାରୁ ନିର୍ବାଚନ ଜିତିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବରୁ ବିଜେପିର ସାଧାରଣ ସଂପାଦକ ଓ ଉପସଭାପତି ଭାବରେ କାର୍ଯ୍ୟ କରିଛନ୍ତି ପୃଥ୍ବୀରାଜ ।

ମୁକେଶ ମହାଲିଙ୍ଗ: ପଶ୍ଚିମ ଓଡ଼ିଶାର ଜଣେ ଟାଣିଆ ନେତା ମୁକେଶ ମହାଲିଙ୍ଗ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଆସନରୁ 2019ରେ ବିଧାୟକ ହୋଇଥିଲେ ମୁକେଶ । ଏଥର ମଧ୍ୟ ଲୋଇସିଂହାବାସୀ ତାଙ୍କ ଉପରେ ପୁଣିଥରେ ଭରସା କରିଛନ୍ତି । ଆଜି ମୁକେଶ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ବିଭୁତି ଭୂଷଣ ଜେନା: ଗଞ୍ଜାମ ଜିଲ୍ଲା ଗୋପାଳପୁର ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବିଭୁତି ଭୂଷଣ ମଧ୍ୟ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

5 ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ):

ସୂର୍ଯ୍ୟବଂଶୀ ସୁରଜ: ୨୦୨୨ ଉପନିର୍ବାଚନରେ ଭଦ୍ରକ ଜିଲ୍ଲା ଧାମନଗରର ଆସନରୁ ସୂର୍ଯ୍ୟବଂଶୀ ସୁରଜ ପ୍ରଥମ ଥର ପାଇଁ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରି ସଫଳ ହୋଇଥିଲେ । ପରେ ୨୦୨୪ରେ ସେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି । ବିଜେପିର ଲୋକପ୍ରିୟ ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜ ରାଷ୍ଟ୍ରମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ।

ଗଣେଶ ରାମ ସିଂ ଖୁଣ୍ଟିଆ: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଆସନରୁ 2019ରେ ବିଧାୟକ ଭାବେ ବିଜୟୀ ହୋଇଥିଲେ ଗଣେଶ ରାମ ସିଂ ଖୁଣ୍ଟିଆ । ଏଥର ମଧ୍ୟ 2024ରେ ବିଜୟୀ ହୋଇ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ପ୍ରଦୀପ ବଳସାମନ୍ତ: ଯାଜପୁର ଜିଲ୍ଲା ସୁକିନ୍ଦା ଆସନରୁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପରାଜିତ କରି ବିଧାୟକ ହୋଇଛନ୍ତି ପ୍ରଦୀପ ବଳସାମନ୍ତ । ଆଜି ରାଷ୍ଟ୍ରମନ୍ତ୍ରୀ (ସ୍ବଧୀନ) ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଗୋକୁଳାନନ୍ଦ ମଲ୍ଲିକ: ଗଞ୍ଜାମ ଜିଲ୍ଲା ପୋଲସରା ଆସନରୁ ବିଜୟୀ ହୋଇଛନ୍ତି ଗୋକୁଳାନନ୍ଦ ମଲ୍ଲିକ । ମୋହନ ସରକାରରେ ରାଷ୍ଟ୍ରମନ୍ତ୍ରୀ (ସ୍ବଧୀନ) ଭାବରେ ଶପଥ ଗ୍ରହଣ କରିଛନ୍ତି ଗୋକୁଳାନନ୍ଦ ।

ସମ୍ପଦ ଚନ୍ଦ୍ର ସ୍ବାଇଁ: ପାରାଦ୍ବୀପରେ ବିଜେଡି ଗଡ଼ ଭାଙ୍ଗି ବିଜୟୀ ହୋଇଛନ୍ତି ସମ୍ପଦ ଚନ୍ଦ୍ର ସ୍ବାଇଁ । ଆଜି ସେ ବିଜେପି ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶପଥ ଗ୍ରହଣ ମଞ୍ଚରେ ମୋଦି-ନବୀନ, ହାତ ମିଳାଇ ହସି ହସି କଥା ହେଲେ - Modi And Naveen Greet Each Other

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 12, 2024, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.