ETV Bharat / state

ଓଡ଼ିଶା ବିକାଶରେ ଲାଗିବ ଡେଣା, କେନ୍ଦ୍ରରୁ ମିଳିବ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ! ଜାଣନ୍ତୁ କଣ ଦାବି ରଖିଥିଲା ବିଜେଡି, କଣ ମାଗିଛି ବିଜେପି ? - Special package for Odisha

author img

By ETV Bharat Odisha Team

Published : Jul 18, 2024, 11:35 AM IST

Odisha May Get Special Package From Centre: ଆସନ୍ତା ବଜେଟରେ ଓଡ଼ିଶାକୁ ମିଳିପାରେ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ । ଓଡ଼ିଶା ସମେତ ୬ଟି ରାଜ୍ୟକୁ କେନ୍ଦ୍ରରୁ ଏହି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ନେଇ ବିଚାର ବିମର୍ଶ ଚାଲିଥିବା ସୂଚନା । ପଢନ୍ତୁ ପୁରା ଖବର

ଓଡ଼ିଶାରେ ବିକାଶରେ ଲାଗିବ ଡେଣା, କେନ୍ଦ୍ରରୁ ମିଳିବ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ !
ଓଡ଼ିଶାରେ ବିକାଶରେ ଲାଗିବ ଡେଣା, କେନ୍ଦ୍ରରୁ ମିଳିବ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ! (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ବିହାର ଦୀର୍ଘ ବର୍ଷ ହେଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଛନ୍ତି । ହେଲେ କେନ୍ଦ୍ର ସରକାର କୌଣସି ବି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବା ସପକ୍ଷରେ ନାହାନ୍ତି । ଏହା ବଦଳରେ ମୋଦି ସରକାର ସେହିସବୁ ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିପାରନ୍ତି । ଆସନ୍ତା କେନ୍ଦ୍ର ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ଝାଡଖଣ୍ଡ ଓ ଜମ୍ମୁ-କାଶ୍ମୀର ଏହି ୬ଟି ରାଜ୍ୟର ବିକାଶ ତ୍ବରାନ୍ବିତ କରିବାକୁ ସ୍ପେଶାଲ ପ୍ୟାକେଜ୍ ପ୍ରଦାନ କରିବା ନେଇ ଚର୍ଚ୍ଚା ହେଉଛି । ଏହି ପ୍ୟାକେଜ ବିକାଶ ସୂଚକାଙ୍କ ଆଧାରରେ ଘୋଷଣା ହେବ ।

ବିକାଶ ସୂଚକାଙ୍କରେ ଓଡ଼ିଶା ତଳେ ରହିଛି । ପ୍ରତିବର୍ଷ ବାତ୍ୟା ପ୍ରଭାବିତ ହେଉଥିବାରୁ ବିଜେଡି ସାଂସଦମାନେ ଅନେକ ଥର ସଂସଦରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି । ତେଣୁ ଓଡ଼ିଶା ସମେତ ୬ଟି ରାଜ୍ୟରେ ଭିତ୍ତିଭୂମି, ଶିଳ୍ପ, ଶିକ୍ଷା, ଶକ୍ତି, କୃଷି ପ୍ରଭୃତି ପ୍ରକଳ୍ପ ଲାଗି କେନ୍ଦ୍ର ଆର୍ଥିକ ସହୟତା ପ୍ରଦାନ କରିପାରେ । ଏଥିପାଇଁ ଏବେ ବିଚାର ବିମର୍ଶ ଚାଲିଛି । ବଜେଟ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟଗୁଡିକ ସହ ଆଲୋଚନା କରି ପରାମର୍ଶ ଲୋଡିଛନ୍ତି ।

ଏନଡିଏ ୩.୦ ସରକାରରେ ବଡ଼ ଭାଗୀଦାର ହେଉଛନ୍ତି ଟିଡିପି ଓ ଜେଡିୟୁ । ଉଭୟ ନିଜ ନିଜର ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରିଆସୁଛନ୍ତି । ତେବେ ପଞ୍ଚଦଶ ଅର୍ଥ କମିଶନ ରାଜ୍ୟମାନଙ୍କୁ ୪୨ ପ୍ରତିଶତ ପୁଞ୍ଜି ଦେଉଥିବାରୁ ଏହି ସ୍ବତନ୍ତ୍ର ପାହ୍ୟାର ଆବଶ୍ୟକତା ନାହିଁ । ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ କୌଣସି ରାଜ୍ୟରୁ ସ୍ବତନ୍ତ୍ର ପାହ୍ୟା ମିଳିବନି ବୋଲି ପୂର୍ବରୁ ଜଣାଇଛନ୍ତି । ମାତ୍ର ଟିଡିପି ଓ ଜେଡିୟୁର ଦାବିକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏକ ନୂଆ ଫର୍ମୁଲା ଆଣିବାକୁ ଯାଉଛନ୍ତି । ଏଥିରେ କିଛି ରାଜ୍ୟଗୁଡିକର ଆର୍ଥିକ ବିକାଶ ଲାଗି ଏକ ଯୋଜନା ପ୍ରସ୍ତୁତ କରାଯାଉଛି । ଆସନ୍ତା ୨୩ରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବାକୁ ଯାଉଥିବା ବଜେଟରେ ଏହାର ପ୍ରତିଛବି ଦେଖିବାକୁ ମିଳିବ । ତେବେ ନୂଆ ଫର୍ମୁଲାରେ କେତେ ଫାଇଦା ମିଳିବ ସେନେଇ ଏବେ ଚର୍ଚ୍ଚା ଚାଲିଛି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ; ଏଭଳି କହିଲା ବିଜେଡି, ସେପଟେ ବିଜେପିର କାଉଣ୍ଟର ଆଟାକ୍‌ - Special State Status To Odisha

ଅର୍ଥନୈତିକ ସମୀକ୍ଷକ କହିଛନ୍ତି, ନୀତି ଆୟୋଗର ନୂଆ ନିୟମ ଅନୁସାରେ ବର୍ତ୍ତମାନ କୌଣସି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମିଳିବା ସମ୍ଭବ ନୁହେଁ । କିନ୍ତୁ କେନ୍ଦ୍ରରେ ଥିବା ଏନଡିଏ ସରକାର ହେଉ କି ବିହାର, ଆନ୍ଧ୍ରପ୍ରଦେଶ, ସମସ୍ତ ରାଜ୍ୟର ବିକାଶ ପାଇଁ ପ୍ରତିବଦ୍ଧ । ଏହି ଦୃଷ୍ଟିରୁ ବିକାଶ ସୂଚକାଙ୍କ ଆଧାରରେ ଆଗାମୀ ବଜେଟରେ ୬ଟି ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନର ସମ୍ଭାବନା ରହିଛି । ଓଡ଼ିଶାକୁ ଏହି ସ୍ବତନ୍ତ୍ର ପ୍ୟାକେଜ ମିଳିଲେ ରାଜ୍ୟର ବିକାଶରେ ଡେଣା ଲାଗିବ ।

ସେପଟେ କଂଗ୍ରେସ ଏହାକୁ ସମାଲୋଚନା କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ଉଭୟ ବିଜେଡି ଓ ବିଜେପିର ୯ ବର୍ଷ ମେଣ୍ଟ ସରକାର ଥିଲା, ସେତେବେଳେ କାହିଁକି ସ୍ବତନ୍ତ୍ର ରାଜ୍ୟା ପାହ୍ୟା ଘୋଷଣା କଲେ ନାହିଁ । ବିଜେପି ଏବେ ମହାନଦୀ ସମସ୍ୟାର ସମାଧାନ କରୁ ।

ଜାଣନ୍ତୁ କଣ ମାଗିଛି ରାଜ୍ୟ ବିଜେପି ସରକାର-

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍‌-ବଜେଟ ପରାମର୍ଶ ବୈଠକରେ ଆଗାମୀ କେନ୍ଦ୍ର ବଜେଟ ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେଇଥିଲେ । ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ତେବେ ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ କେନ୍ଦ୍ର ବଜେଟ ୨୦୨୪-୨୫ ରେ ଉପଯୁକ୍ତ ପଦକ୍ଷେପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଏହି ସବୁ ଦାବି ରଖିଥିଲେ ।

1- ଓଡିଶାରେ ଆନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡିଶାକୁ ଏକ ନିବେଶ କେନ୍ଦ୍ର ଭାବରେ ଉପଯୁକ୍ତ ପ୍ରୋତ୍ସାହନ ଏବଂ ପାରାଦ୍ବୀପ ବନ୍ଦରର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା ।

2- ଭିତ୍ତିଭୂମି ବିକାଶକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ପୁଞ୍ଜିନିବେଶ ପାଇଁ ସ୍ବତନ୍ତ୍ର ସହାୟତା ଯୋଜନା ୨୦୨୪-୨୫ (SACI) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ ।

3- କେନ୍ଦ୍ର ବଜେଟରେ CSS ଯୋଜନା ଅଧୀନରେ ରାଜ୍ୟ-ୱାରି ବାର୍ଷିକ ଆବଣ୍ଟନର ଅଗ୍ରୀମ ସୂଚନା, ଯାହା ରାଜ୍ୟମାନଙ୍କୁ ସେମାନଙ୍କର ବଜେଟକୁ ବାସ୍ତବ ଭିତ୍ତିରେ ପ୍ରସ୍ତୁତ ଏବଂ ପାଣ୍ଠିର ସମୟାନୁବର୍ତ୍ତୀ ଉପଯୋଗ କରିବାରେ ସହାୟକ ହେବ ।

4- ସମ୍ବଲପୁରରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ର ବଜେଟ୍‌ ୨୦୨୪-୨୫ ରେ ଉପଯୁକ୍ତ ବ୍ୟବସ୍ଥା ।

5- ଓଡିଶାରେ ଜାତୀୟ ରାଜପଥ, ବିଶେଷକରି କୋଷ୍ଟାଲ୍ ହାଇୱେ ଏବଂ କ୍ୟାପିଟାଲ୍‌ ରିଜିଅନ୍‌ ରିଙ୍ଗ୍‌ ରୋଡ୍‌ (CRRR) ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ଉପଯୁକ୍ତ ପଦକ୍ଷେପ ।

6- ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଆଂଶିକ ସହାୟତା ।

7- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ଓଡିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଅତି କମରେ ୫ ଲକ୍ଷ ଘର ନିର୍ମାଣ ପାଇଁ କେନ୍ଦ୍ର ବଜେଟରେ ଆବଶ୍ୟକୀୟ ଆବଣ୍ଟନ ।

8- ଓଡିଶାରେ ନୂତନ ସହରର ବିକାଶ ଏବଂ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ।

9- ଓଡ଼ିଶାରେ ବିଦ୍ୟୁତ୍ କ୍ଷେତ୍ର ସମସ୍ୟାର ସମାଧାନ ପାଇଁ, ସଂଶୋଧିତ ବିତରଣ ସେକ୍ଟର ସ୍କିମ (RDSS) ଅଧୀନରେ ଓଡିଶା ବିଦ୍ୟୁତ ବିତରଣ ସଂସ୍ଥା (DISCOM) ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା, ସବୁଜ ହାଇଡ୍ରୋଜେନ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ଥିକ ସହାୟତା ଏବଂ ଓଡିଶାରେ ଗ୍ରୀନ୍‌ ଏନର୍ଜି କରିଡର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ ଆବଶ୍ୟକ ଅଟେ ।

ପୂର୍ବରୁ କଣ ଦାବି କରିଥିଲା ବିଜେଡି ?

ପୂର୍ବରୁ ଅନେକ ଥର ବିଜେଡି ରାଜ୍ୟ ପାଇଁ ଅନେକ ଦାବି ରଖିଛି । ଏଥି ମଧ୍ୟରେ ଓଡିଶା ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଅନ୍ୟତମ । ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ସହିତ ସ୍ବତନ୍ତ୍ର ଆର୍ଥିକ ସ୍ବାୟତ୍ତତା ରାଜ୍ୟ ଭାବେ ଓଡିଶାକୁ ଘୋଷଣା ପାଇଁ ଚିଠି ଲେଖିଥିଲେ । ଯାହକୁ କେନ୍ଦ୍ର ବିଜେପି ବିରୋଧ କରିବା ସହିତ ଆର୍ଥିକ ସ୍ବାୟତ୍ତତା ପ୍ରସଙ୍ଗକୁ କଂଗ୍ରେସ ମଧ୍ୟ ବିରୋଧ କରିଥିଲା । କାରଣ ଆର୍ଥିକ ସ୍ବାୟତ୍ତତା ରାଜ୍ୟ ପାଇଁ ସମ୍ବିଧାନରେ ସଂଶୋଧନ ଜରୁରୀ ବୋଲି କଂଗ୍ରେସ କହିଥିଲା । ଏପଟେ ରେଳବାଇ କ୍ଷେତ୍ରରେ ଓଡିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରୁଛନ୍ତି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 300ଟି ଷ୍ଟପେଜକୁ ରେଳ ବିଭାଗ ବନ୍ଦ କରିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିବାବେଳେ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ଏହା ସହିତ କେନ୍ଦ୍ରାପଡାକୁ ଲୋକାଲ ଟ୍ରେନ ଚଳାଚଳ ହୋଇପାରିନାହିଁ ଆଦି ପ୍ରସଙ୍ଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଅବଗତ କରାଇଥିଲେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡ଼ିର ସଂସଦୀୟ ଦଳର ବୈଠକରେ । ଆଗାମୀ ବଜେଟ ଅଧିବେଶନରେ ଦଳ ପକ୍ଷରୁ ଉଠାଯିବାକୁ ଥିବା ପ୍ରସଙ୍ଗ ବାବଦରେ ବୈଠକରେ ଆଲୋଚନା ହୋଇଥିବା ବେଳେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେଡି ଦାବି କରିବ ବୋଲି କହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.