ETV Bharat / state

ଦିନ ଗଡୁଛି ଧରାପଡୁନି ହତ୍ୟାକାରୀ, ଝିରପାଣି ଆଦିବାସୀ ଚାଷୀ ମୃତ୍ୟୁ ଘଟଣାରେ ପୋଲିସ ହାତ ଖାଲି - tribal farmers death - TRIBAL FARMERS DEATH

Rourkela Farmer Death Case: ରାଉରକେଲାର ନିଖୋଜ ଆଦିବାସୀ ଚାଷୀଙ୍କ ମୃତ୍ୟୁ ଘଟଣା । ପରିବାର ଲୋକେ ଦୋଷୀକୁ ତୁରନ୍ତ ଧରିବା ନେଇ ଗ୍ରାମବାସୀ ଧାରଣା ଦେଇଥିବା ବେଳେ ପୋଲିସ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ । ଅଧିକ ପଢନ୍ତୁ

Rourkela Farmer Death Case
Rourkela Farmer Death Case
author img

By ETV Bharat Odisha Team

Published : Mar 27, 2024, 11:24 AM IST

Updated : Mar 27, 2024, 1:32 PM IST

ଦିନ ଗଡୁଛି ଧରାପଡୁନି ହତ୍ୟାକାରୀ

ରାଉରକେଲା: ରାଉରକେଲାର ନିଖୋଜ ଆଦିବାସୀ ଚାଷୀଙ୍କ ମୃତ୍ୟୁ ଘଟଣାରେ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ଖୁଲାସା । ଏନେଇ ଗତ ମାର୍ଚ୍ଚ 10ତାରିଖରେ ପରିବାର ଲୋକ ଥାନା ଘେରାଉ ସହ ଦୋଷୀଙ୍କ ଗିରଫ ଦାବି କରିଥିଲେ । ହେଲେ ଏହି ଦାବିକୁ ଆଜି ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।

ତେବେ ସୂଚନା ମୁତାବକ, ନୂଆଗାଁ ବ୍ଳକ ଜାମବେର୍ଣା ନିବାସୀ ଆଦିବାସୀ ଚାଷୀ ମଙ୍ଗଲ ଓରାମ ଗତ ଫେବୃଆରୀ ୨୯ ତାରିଖ ନିଜ ପିକ୍‌ଅପ୍ ଭ୍ୟାନ ଯୋଗେ ରାଉରକେଲା ଝିରପାଣିକୁ ଆସିଥିଲେ । ହେଲେ ସେହି ଦିନ ଠାରୁ ସେ ଗାଡ଼ି ସହ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ଝିରପାଣି ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ୍ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ମାର୍ଚ୍ଚ 8 ତାରିଖରେ ପରିବାର ଲୋକଙ୍କୁ ଜଣାପଡ଼ିଥିଲା ଯେ ଝାଡ଼ଖଣ୍ଡ ଜୋନ୍‌ମେରଲା ଖରବଗାଡ଼ାରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ୍ ଉଦ୍ଧାର କରିଥିଲା । ଏନେଇ ମୃତଦେହ ଉଦ୍ଧାର ପରେ ୫ ଦିନ କାଳ ମୃତଦେହକୁ ମର୍ଗ ହାଉସରେ ରଖିଥିଲା ଝାଡ଼ଖଣ୍ଡ ପୋଲିସ । କେହି ଦାବିଦାର ନ ଆସିବାରୁ ପୋଲିସ୍ ମାଟି ଖୋଳି ମୃତଦେହ ପୋତି ଦେଇଥିଲା । ଝିରପାଣି ପୋଲିସ୍ ଓ ଚାଷୀଙ୍କ ପରିବାର ଏବଂ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ- ନିଖୋଜ ଆଦିବାସୀ ଚାଷୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଜଲଡ଼େଗା ପୋଲିସ୍ ପାଖରେ ଥିବା ଫଟୋ ଦେଖି ଏହା ମଙ୍ଗଲଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଏହାପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ଏହାକୁ ନେଇ ଝାଡ଼ଖଣ୍ଡ ପୋଲିସ ହତ୍ୟା ହୋଇଥିବା ସୂଚନା ଦେଇଥିଲେ ପରିବାର ଲୋକଙ୍କୁ ଏବଂ ରାଉରକେଲା ପୋଲିସକୁ । ଏହାପରେ ପରିବାର ଲୋକେ ଆସି ରାଉରକେଲା ଝିରପାଣି ଥାନାରେ ହତ୍ୟା କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବି କରି ଶତାଧିକ ଗ୍ରାମବାସୀ ଝିରପାଣି ଥାନାକୁ ଘେରାଉ କରିଥିଲେ । କିନ୍ତୁ ବର୍ତ୍ତମାନ ୨ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି ପଡ଼ିଛି । ହତ୍ୟାର କାରଣ ଜାଣିବାରେ ପୋଲିସ ଅସମର୍ଥ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାଉରକେଲା

Last Updated : Mar 27, 2024, 1:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.