ETV Bharat / state

ଚାନ୍ଦିପୁର ITRରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ, ୬ ଗାଁର ୩ ହଜାର ଲୋକ ସ୍ଥାନାନ୍ତରିତ - Missile Test In Chandipur ITR

author img

By ETV Bharat Odisha Team

Published : Sep 11, 2024, 3:42 PM IST

Updated : Sep 12, 2024, 4:37 PM IST

Missile test in ITR Chandipur: ଆଜି ଚାନ୍ଦିପୁରରୁ ପରୀକ୍ଷାମୂଳକ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଚି । ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେଲେ ଲଞ୍ଚପ୍ୟାଡ ନିକଟବର୍ତ୍ତୀ ଗ୍ରାମର ପ୍ରାୟ ୩ ହଜାରରୁ ଅଧିକ ଗ୍ରାମବାସୀ । ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ହୋଇଛି ଅସ୍ଥାୟୀ କ୍ୟାମ୍ପ ।

କାଲି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ 3ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ
କାଲି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ 3ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ (ETV Bharat Odisha)

ବାଲେଶ୍ବର: ଆଜି ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି (ଆଇଟିଆର)ରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଆଜି ଅପରାହ୍ନ 3ଟା 19 ମିନିଟରେ ଭାଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା VL-SRSAM(Vertical Luch Short Range Surface to Air Missile) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଲଞ୍ଚପ୍ୟାଡ 3ନଂରୁ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଏଥିପାଇଁ ଲଞ୍ଚପ୍ୟାଡର ସାଢେ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଆଜି ସକାଳୁ ଗ୍ରାମବାସୀ ଘର ଛାଡି ଅସ୍ଥାୟୀ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଏଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ପରୀକ୍ଷଣ ପୂର୍ବରୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେଉଛନ୍ତି ଗ୍ରାମବାସୀ (ETV Bharat Odisha)
  • ସ୍ଥାନାନ୍ତରିତ ହେବେ ୩ ହଜାର ଗ୍ରାମବାସୀ:-

ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ,"ଜୟଦେବକସବା ପାହି ଓ ସାହାଜାନଗର ପାହି ଗ୍ରାମର ୧,୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରା ପାହି ଗ୍ରାମର ୮୯୫ ଜଣ ଓ ଖଡୁପାହି ଓ କୁସୁମୁଳୀ ଗ୍ରାମର ୧,୧୧୨ ଜଣଙ୍କୁ ମିଶାଇ ନିକଟବର୍ତ୍ତୀ ଅଞ୍ଚଳର ମୋଟ ୩,୧୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ସମସ୍ତ ସୁବିଧା ସହ ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତି ଶେଷ ହୋଇଛି ।

  • ବାତ୍ୟା ଆଶ୍ରୟସ୍ଥଳୀ ହୋଇଛି ଅସ୍ଥାୟୀ କ୍ୟାମ୍ପ:-
    ଆଜି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ ୬ ଗାଁର ୩ ହଜାର ଲୋକ
    ଆଜି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ ୬ ଗାଁର ୩ ହଜାର ଲୋକ (ETV Bharat Odisha)

ଜୟଦେବକସବା ପାହି ଓ ସାହାଜାନନଗର ପାହି ଜନସାଧାରଣଙ୍କ ପାଇଁ ଜୟଦେବକସବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି । ସେହିପରି ଖଡୁପାହି ଓ ତୁଣ୍ଡରା ପାହିର ଜନସାଧାରଣଙ୍କ ପାଇଁ ଅସ୍ଥାୟୀ ଶିବିର ଖଡୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ନିର୍ମାଣ କରାଯାଇଛି । କୁସୁମୁଳୀ ଓ ଭୀମପୁର ପାହିର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ନିର୍ମାଣ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷଣ ସରିବା ପରେ ‘ଡିଆରଡିଓ’ର ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ଏମାନଙ୍କୁ ଗ୍ରାମକୁ ଫେରାଇ ଆଣିବ ।

ଏହା ମଧ୍ୟ ପଢନ୍ତୁ: ଆଜି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ; 10 ହଜାର ଲୋକଙ୍କୁ ସ୍ଥାନାନ୍ତର, ଜାଣନ୍ତୁ କେତେ ମାରାତ୍ମକ ଏହି ମିସାଇଲ୍, କାହିଁକି ଗାଁ ଛାଡିଲେ ଲୋକେ

ଉକ୍ତ ଅଞ୍ଚଳଗୁଡିକରେ ଗତକାଲି ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ଆଜି ସକାଳଠାରୁ ସ୍ଥାନାନ୍ତର । କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ସୂଚନା ଦିଆଯାଇଥିଲା । ଏହି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଜନସାଧାରଣଙ୍କ ପାଇଁ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ପ୍ରାପ୍ୟ ଟଙ୍କା ସେହିଦିନ ୧୧ଟା ସୁଦ୍ଧା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବା ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲା ।

ଏହା ମଧ୍ୟ ପଢନ୍ତୁ :- Agni-4: ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-4ର ସଫଳ ପରୀକ୍ଷଣ - Agni 4 ballistic missile

ସୁରକ୍ଷା ଦାୟିତ୍ବରେ ୧୫ ସେକ୍ସନ ଫୋର୍ସ :-

ସ୍ଥାନୀୟ ଏସପିଙ୍କ ସୂଚନା ଅନୁସାରେ," ଏହି ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ସୁବିଧା ପାଇଁ ୧୦୦ ରୁ ଊର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୧୫ଟି ପୋଲିସ ଫୋର୍ସ ସେକ୍ସନ ମୁତୟନ କରାଯାଇଛି । ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ସମୟ ମଧ୍ୟରେ କେମିତି ସେମାନଙ୍କ ଘର ଓ ସମ୍ପତ୍ତି ସୁରକ୍ଷିତ ରହିବ ସେ ଦିଗରେ ପୋଲିସ ପ୍ରଶାସନ ଯତ୍ନବାନ ରହିଛି । ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । "

ଏହା ମଧ୍ୟ ପଢନ୍ତୁ: ଓଡିଶା ଉପକୂଳରେ DRDOର ବଡ ପରୀକ୍ଷଣ: ପୃଥ୍ଵୀ-୨କୁ ସଠିକ ଲକ୍ଷ୍ୟଭେଦ କଲା ଇଣ୍ଟରସେପ୍ଟର

ଅସ୍ଥାୟୀ କ୍ୟାମ୍ପ ପରିଦର୍ଶନ କଲେ ଏଡିଏମ

ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଇଁ କରାଯାଇଥିବା ବନ୍ଦୋବସ୍ତ ବାବଦରେ ଏଡିଏମ ବୁଲି ଦେଖିଛନ୍ତି । ଲୋକମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହ ସେମାନଙ୍କୁ କେମିତି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେନେଇ ତଦାରଖ କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟାରେ ଏଡିଏମ ନିରଞ୍ଜନ ବେହେରା କହିଛନ୍ତି," ଆମର ତିନୋଟି ସାମୟିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ସେଗୁଡିକ ହେଲା ଖଡୁପାହିରେ କରାଯାଇଛି, ଜୟଦେବ କସବାରେ କରାହେଇଛି ଏବଂ ଆଉ ଗୋଟିଏ ଭୀମପୁରରେ କରାଯାଇଛି । ଏଥିରେ ପାଖାପାଖି 3,100 ଲୋକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଅସ୍ଥାୟୀ ଶିବିରରେ ସେମାନଙ୍କ ପାନୀୟ ଜଳ, ଖାଦ୍ୟ ପାଇଁ ମଧ୍ୟ ଵ୍ୟଵସ୍ଥା କରାଯାଇଛି । ବୟସ୍କ ଓ କନିଷ୍ଠ ଦୁଇ ଭାଗରେ ବିଭକ୍ତ କରି ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।’’

ଏଡିଏମ ଆହୁରି ମଧ୍ୟ କହିଛନ୍ତି,‘‘ବୟସ୍କଙ୍କ ଆମେ ଏଥରକ 50 ଟଙ୍କା ଅଧିକ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଛି । 300 ଟଙ୍କା ଆଗରୁ ଦିଆଯାଉଥିଲା, ଏବେ 350 ଟଙ୍କା ଦିଆଯାଇଛି । ଏହାସହ ଖାଦ୍ୟ ପାଇଁ 100 ଟଙ୍କା ଏବଂ ଆମୋଦ ପ୍ରମୋଦ ପାଇଁ 50 ଟଙ୍କା ଭଳି ସବୁ ସୁବିଧା ମିଶି ପ୍ରାୟ 505 ଟଙ୍କା ମୁଣ୍ଡ ପିଛା ଦିଆଯାଇଛି । ସେହି ହିସାବରେ ଆମେ ସମସ୍ତଙ୍କ କ୍ଷତିପୂରଣ ଟଙ୍କା ଆଜି ମଧ୍ୟ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ବିଷୟରେ ଆମର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ କରାଯାଇଥିଲା । ଆଇଟିଆର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଆମର ଯେଉଁଟା ଶେଷ ସମୟ ଅଛି ସେମାନଙ୍କର ପାଖାପାଖି 2ଟା ରୁ 3ଟା ମଧ୍ୟରେ ପରୀକ୍ଷଣ କରାଯିବାର ସମୟ ରହିଛି ।’’

ଇଟିଭି ଭାରତ, ବାଲେଶ୍ବର

Last Updated : Sep 12, 2024, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.