ETV Bharat / state

ITRରୁ ଦ୍ଵିତୀୟ ମିସାଇଲ ପରୀକ୍ଷଣ ସଫଳ, ଦୁଃଖ ବଖାଣିଲେ ସ୍ଥାନାନ୍ତରିତ ଲୋକେ - Missile Test At Chandipur ITR

author img

By ETV Bharat Odisha Team

Published : Sep 13, 2024, 2:24 PM IST

Missile Test And Evacuation: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଦ୍ବିତୀୟ ଦିନରେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ । ବିସ୍ଥାପିତ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ହୋଇଛି ବ୍ୟବସ୍ଥା । ଅସ୍ଥାୟୀ ଶିବିରରେ ରହୁଥିବା ଲୋକେ ଜଣାଇଲେ ପ୍ରତିବର୍ଷ ଭୋଗୁଥିବା ସମସ୍ୟା ।

Missile Testing And Evacuation
Missile Testing And Evacuation (ETV Bharat Odisha)

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର 3ନଂ ଲଞ୍ଚ ପ୍ୟାଡରୁ ଆଜି ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ପୂର୍ବାହ୍ନ 10 ଟା 47ରେ ପୁଣି ପରୀକ୍ଷଣ ହୋଇଛି ସ୍ବଳ୍ପ ଦୂରଗାମୀ ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAM(Vertical Luch Short Range Surface to Air Missile) କ୍ଷେପଣାସ୍ତ୍ର । ଏହି ମିସାଇଲର ମାରକ କ୍ଷମତା 80 କିଲୋମିଟର ଥିବାବେଳେ ଏହାକୁ 75 କିଲୋମିଟର ପର୍ଯ୍ୟନ୍ତ ପରୀକ୍ଷଣ କରାଯିବା ନେଇ ବେସରକାରୀ ସୂତ୍ରରୁ ସୂଚନା ମିଳିଛି ।

Missile Testing (ETV Bharat Odisha)

ଭୂପୃଷ୍ଠର ସର୍ବନିମ୍ନ ଉଚ୍ଚତା ଓ ସର୍ବାଧିକ ବେଗରେ ଗତି କରୁଥିବା ଲେଜର ଟାର୍ଗେଟ୍‌କୁ ଏହି VL-SRSAM ଲକ୍ଷ୍ୟଭେଦ କରିଛି । ଏହି ପରୀକ୍ଷଣ ପାଇଁ ୩ ନମ୍ବର ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ 3100 ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

Missile Testing
Missile Testing (ETV Bharat Odisha)

ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର:

ପ୍ରଶାସନର ସୂଚନା ଅନୁସାରେ, ଜୟଦେବକସବା ପାହି, ସାହାଜାନଗର ପାଣିର 1 ହଜାର 93 ଜଣ, ଭୀମପୁର ପାହି, ତୁଣ୍ଡରା ପାହିର 895 ଜଣ, ଖଡୁପାହି, କୁସୁମୁଳୀ ଗାଁର 1 ହଜାର 112 ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଛି । ଏହାସହ 12 ବର୍ଷରୁ କମ ବୟସ୍କଙ୍କ ପାଇଁ ମୁଣ୍ଡପିଛା 175 ଟଙ୍କା ଓ 12 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମୁଣ୍ଡପିଛା 350 ଟଙ୍କା କ୍ଷତିପୂରଣ ବାବଦକୁ ସହାୟତା ଟଙ୍କା ଗ୍ରାମବାସୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇ ଦିଆଯାଉଛି। ଘରେ ଚାବି ଲଗାଇବା, ମନୋରଞ୍ଜନ ବାବଦକୁ ପ୍ରତି ପରିବାରକୁ ଅଧିକ 100 ଟଙ୍କା ଲେଖାଏଁ ଦିଆଯାଉଛି । ଗତକାଲି (ଗୁରୁବାର) ଅପରାହ୍ନ 3ଟା 19 ମିନିଟ୍‌ରେ ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା । ଆଜି ଏହାର ଲଗାତାର ଦ୍ବିତୀୟ ପରୀକ୍ଷଣ କରାଯାଇଛି।

Locals Evacuated
Locals Evacuated (ETV Bharat Odisha)

ଅସ୍ଥାୟୀ ଶିବିରରେ ଅଞ୍ଚଳବାସୀ:
ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇଛି। ସରକାରୀ ସ୍ତରରେ ଲୋକମାନଙ୍କ ସୁବିଧା ପାଇଁ 3 ଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀ କରାଯାଇଛି । ଏଥିରେ ପ୍ରାୟ 100 ରୁ ଉର୍ଦ୍ଧ୍ଵ ସରକାରୀ ଅଧିକାରୀଙ୍କ ସମେତ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବାଲେଶ୍ୱର ତହସିଲଦାର ସୁନୀଲ କୁମାର ନାୟକ କହିଛନ୍ତି, "ଜୟଦେବ କସବା ବାତ୍ୟା ଆଶ୍ରୟସ୍ଥଳୀକୁ 1 ହଜାର 200 ଲୋକଙ୍କୁ ଅଣାଯାଇଛି। ସେମାନଙ୍କ ପାଇଁ ଜଳଖିଆ ସାଙ୍ଗକୁ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି।" ଲୋକମାନଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବା ଘଟଣାକୁ ନେଇ ସେ କହିଛନ୍ତି, "ଆମର ବ୍ୟାଙ୍କରୁ କିଛି ଟ୍ରାନଜକ୍ସନ ଫେଲ ହୋଇଛି ତାକୁ ଭେରିଫାଏ କଲେ ଜଣାପଡ଼ିବ । 3 ଟି ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ 3 ହଜାର ଲୋକ ସ୍ଥାନାନ୍ତର ହୋଇଛନ୍ତି।"

ଏହା ବି ପଢନ୍ତୁ...ଚାନ୍ଦିପୁର ITRରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ, ୬ ଗାଁର ୩ ହଜାର ଲୋକ ସ୍ଥାନାନ୍ତରିତ - Missile Test In Chandipur ITR

ଏହା ମଧ୍ୟ ପଢନ୍ତୁ :- Agni-4: ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-4ର ସଫଳ ପରୀକ୍ଷଣ - Agni 4 ballistic missile

ଏହା ମଧ୍ୟ ପଢନ୍ତୁ: ଓଡିଶା ଉପକୂଳରେ DRDOର ବଡ ପରୀକ୍ଷଣ: ପୃଥ୍ଵୀ-୨କୁ ସଠିକ ଲକ୍ଷ୍ୟଭେଦ କଲା ଇଣ୍ଟରସେପ୍ଟର

ଏହା ମଧ୍ୟ ପଢନ୍ତୁ: ଆଜି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ; 10 ହଜାର ଲୋକଙ୍କୁ ସ୍ଥାନାନ୍ତର, ଜାଣନ୍ତୁ କେତେ ମାରାତ୍ମକ ଏହି ମିସାଇଲ୍, କାହିଁକି ଗାଁ ଛାଡିଲେ ଲୋକେ

ଅନ୍ୟପଟେ ଘର ଛାଡ଼ି ଆସି ଆଶ୍ରୟସ୍ଥଳୀରେ ଥିବା ଜଣେ ବୃଦ୍ଧା ଜୟନ୍ତୀବାଳା ଦାସ କହିଛନ୍ତି,"ଯେତେବେଳେ ଏଭଳି ପରୀକ୍ଷଣ ହୁଏ, ଆମକୁ ଘର ଛାଡି ଆସିବାକୁ ପଡିଥାଏ । ଏଠାରେ ଯେତେ ମନୋରଞ୍ଜନର ବ୍ୟବସ୍ଥା ଥିଲେ ବି ଘର ଛାଡି ଆସିଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.