ETV Bharat / state

ବଳଦେବଜୀଉ ମନ୍ଦିରକୁ ବି ଛାଡିଲେନି, ଖୁଚୁରା ପଇସା ଛାଡି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ - BALADEVJEW TEMPLE LOOT

author img

By ETV Bharat Odisha Team

Published : Mar 29, 2024, 12:20 PM IST

Loot in Baladevjew temple: କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରରୁ ଚୋରି । ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Loot in Baladevjew temple
Loot in Baladevjew temple
Loot in Baladevjew temple

କେନ୍ଦୁଝର: ଭଗବାନଙ୍କୁ ବି ଛାଡିଲେନି ଚୋର । ଗୁରୁବାର ଦିନ ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରରେ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଯାଇଛନ୍ତି । ଗତ ରଥଯାତ୍ରା ପରଠାରୁ ହୁଣ୍ଡି ଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଘଟଣାସ୍ଥଳରେ ଦେବୋତ୍ତର ବିଭାଗ ଅଧିକାରୀ ଓ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଚୋରଙ୍କ ଟାର୍ଗେଟରେ ମନ୍ଦିର, ପୋଲିସ ସହ ରାତିରେ ମନ୍ଦିର ଜଗିବେ ଶ୍ରଦ୍ଧାଳୁ

କେନ୍ଦୁଝର ସହରରେ ବଢିବାରେ ଲାଗିଛି ଲୁଟତରାଜ ଘଟଣା । ଘର, ଦୋକାନ ପରେ ଏବେ ଲୁଟେରାଙ୍କ ଟାର୍ଗେଟରେ ଧର୍ମାନୁଷ୍ଠାନ । ଏନେଇ ବହୁବାର ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ତାହାର ସୁଫଳ ମିଳୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ମନ୍ଦିରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମଧ୍ୟ ରାତ୍ରରେ ହୁଣ୍ଡି ତାଡି ହୁଣ୍ଡିରେ ଥିବା ଟଙ୍କା ଏବଂ ଅନ୍ୟ ଦାନ ସାମଗ୍ରୀ ଦୁର୍ବୃତ୍ତ ନେଇଯାଇଥିବା ଜଣାପଡିଛି । ମନ୍ଦିର ପ୍ରବେଶ ଦ୍ଵାର ମୁହଁରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏବଂ ଖୁଚୁରା ପଇସା ସବୁ ସେହିଠାରେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. ମନ୍ଦିର ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି, ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍‌ - Loot In Temples

କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ବଳଦେବଜୀଉ ହୋଇଥିବା ବେଳେ ଏଠାକୁ ପ୍ରତିଦିନ ଅନେକ ଭକ୍ତ ଆସିଥାନ୍ତି । ତେବେ ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇ ନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟପଟେ ମନ୍ଦିରର ସୁରକ୍ଷା ପାଇଁ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି । ମନ୍ଦିର ମଧ୍ୟରେ ସିସିଟିଭି ଚାଲୁ ନଥିବା ବେଳେ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିରରେ ଘରୋଇ ସୁରକ୍ଷାକର୍ମୀ ନିଯୁକ୍ତି ହୋଇଥିଲେ । ଏହାସତ୍ତ୍ୱେ ମନ୍ଦିରରେ କିଭଳି ଚୋରି ହେଲା ସେନେଇ ପ୍ରଶ୍ନ ଉଠିଛି । ମନ୍ଦିର ପ୍ରଶାସନର ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଚୋରି ହୋଇଥିବା ନେଇ ଖବର ପାଇବା ପରେ ମନ୍ଦିରରେ ଦେବୋତ୍ତର ବିଭାଗ ଅଧିକାରୀ ଓ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.