ETV Bharat / state

ଲାଇଟ୍ ଲଗାଇ ଚୋରି, ରେଳ କର୍ମଚାରୀଙ୍କ ଘରୁ ଟଙ୍କା-ସୁନା ଲୁଟିଲେ ଚୋର

author img

By ETV Bharat Odisha Team

Published : Feb 8, 2024, 1:02 PM IST

Loot in Bhubaneswar: ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରେଳ କର୍ମଚାରୀଙ୍କ ଘରୁ ଲୁଟ । ଟଙ୍କା ଓ ସୁନା ଅଳଙ୍କାର ଲୁଟିଲେ ଚୋର । ଅଧିକ ପଢନ୍ତୁ

ରେଳ କର୍ମଚାରୀଙ୍କ ଘରୁ  ଚୋରି
Loot in Bhubaneswar
ରେଳ କର୍ମଚାରୀଙ୍କ ଘରୁ ଚୋରି

ଭୁବନେଶ୍ୱର: ଚୋରି ପାଇଁ ଚୋରଙ୍କ ଅଭିନବ ଉପାୟ । ଏଥର ଅନ୍ଧାର ଘରେ ନୁହେଁ ବରଂ ଲାଇଟ ଲଗାଇ ଚୋରି କରିଛନ୍ତି ଚୋର । କାହାର ସନ୍ଦେହ ନହେବା ପାଇଁ ଏପରି ଉପାୟରେ ରେଳ କର୍ମଚାରୀଙ୍କ ଘରୁ ଚୋରି କରି କଳାକନା ବୁଲାଇଛନ୍ତି ଲୁଟେରା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏପରି ଲୁଟପାଟ ହୋଇଥିବା ସୂଚନା ମିଳିଛି । ସିସିଟିଭିରେ କଏଦ ହୋଇଛି ଚୋରି ସମୟର ଦୃଶ୍ୟ ।

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ରେଳ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଘରେ ପାଚେରି ଡେଇଁ ପଶିଥିଲେ ଚୋର । ପଡୋଶୀ ଲୋକଙ୍କର ଯେମିତି ସନ୍ଦେହ ନହେବ ସେଥିପାଇଁ ଲୁଟେରାମାନେ ଘରର ଲାଇଟ ଜଳାଇଥିଲେ । ଆଲମିରା ଲକର ତାଡି ତା' ଭିତରୁ ପାଖାପାଖି ସାଢେ 4 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ନେଇଯାଇଥିବା ବେଳେ ନଗଦ ୧୦ହଜାର ଟଙ୍କା ନେଇ ଯାଇଥିବା ସୂଚନା ଦେଇଛନ୍ତି ଘର ମାଲିକ । ଏନେଇ ଖବର ପାଇ ସ୍ଥାନୀୟ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି । ବର୍ତ୍ତମାନ ସୁଦ୍ଧା ଚୋରକୁ ଧରିବାରେ ସଫଳ ହୋଇନି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ

ଆଖପାଖ ଅଞ୍ଚଳରେ ପୋଲିସ ତଲାସି କରିଥିବା ବେଳେ ଘରେ ଓ ଘର ବାହାରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, କିଛି ଚୋର ଘରେ ପଶି ଥିବାବେଳେ ଜଣେ ଘରେ ବାହାରେ ବୁଲୁଛି । ମୁହଁରେ ଗାମୁଛାରେ ବାନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି । ଭୋଟପଡ଼ା ଗ୍ରାମର ପୂର୍ଣାନନ୍ଦ ଭୋଇଙ୍କ ପରିବାର ଲୋକେ କୁଣିଆ ଘର ବୁଲିବାକୁ ଯାଇଥିବା ବେଳେ କବାଟ ତାଲା ଭାଙ୍ଗି ଘରେ ପଶି ଲୁଟ କରିଥିଲେ ଲୁଟେରା ।

ଏପରି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ କଡାକଡି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପୋଲିସ ବେଳେବେଳେ ପାଟ୍ରୋଲିଂ କରୁଥିବାରୁ ଚୋରମାନଙ୍କ ଭୟ ରହୁନି । ଏଥିସହ ଅପରାଧିକ ଗତିବିଧି ନେଇ ପୋଲିସ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନେଇନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ଘଟଣା ନେଇ ପୋଲିସ କହିଛି ଯେ, ଥାନାରେ ଚୋରି ନେଇ ଏକ ରିପୋର୍ଟ ହୋଇଛି, ସାଇଣ୍ଟିଫିକ୍ ଟିମ ତଦନ୍ତ କରୁଛି । ଏନେଇ ବିଭିନ୍ନ ଦିଗକୁ ଯାଞ୍ଚ କରାଯାଉଛି । ଖୁବଶୀଘ୍ର ଚୋରଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.