ETV Bharat / state

ନୂଆ ଗ୍ୟାଙ୍ଗର ଖଣ୍ଡା ତାଣ୍ଡବ, ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ - Miscreants Attacks Shopkeeper

author img

By ETV Bharat Odisha Team

Published : Mar 30, 2024, 6:51 PM IST

Miscreants Attacked Shopkeeper In Cuttack: ଖଣ୍ଡା ଓ ବାଡି ଧରି ଦୃର୍ବୃତ୍ତଙ୍କ ଆତଙ୍କରାଜ । ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

କଟକ: ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ । କଟକ ଯୋବ୍ରାରେ ସ୍ଥାନୀୟ ଯୁବକ ଖେଳାଇଛନ୍ତି ଆତଙ୍କରାଜ । ମାଟିଆ ମଙ୍ଗଳା ସାହି ଛକ ଉପରେ କିଛି ଯୁବକ ହାତରେ ଏକ ଖଣ୍ଡା ଓ ବାଡି ଧରି ସ୍ଥାନୀୟ ଦୋକାନୀଙ୍କୁ ଆକ୍ରମଣ କରିବା ସହ ଦୋକାନରେ ବ୍ୟାପକ ଭଙ୍ଗା ରୁଜା କରିଛନ୍ତି । ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ କଟକ ମାଲଗୋଦାମ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ହାତରେ ଖଣ୍ଡା ଓ ବାଡି ଧରି ଆତଙ୍କ ଖେଳାଇଲେ କିଛି ଯୁବକ । କଟକ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ଶୁକ୍ରବାର ରାତିରେ ଏଭଳି ଦୌରାତ୍ମ୍ଯ ଦେଖିବାକୁ ମିଳିଛି । ମାଟିଆ ମଙ୍ଗଳା ସାହି ଛକ ନିକଟରେ ଥିବା ଏକ ଦୋକାନରେ ପସି ଦୋକାନରେ ବସିଥିବା ଦୁଇ ଭାଇଙ୍କୁ ଆକ୍ରମଣ କରିବା ସହ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ସମସ୍ତ ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଆକ୍ରମଣ କରିଥିବା ଯୁବକ ସ୍ଥାନୀୟ ଅଞ୍ଚଳ ଓ ପାଖ ସାହିର ହୋଇଥିବା ଜଣାପଡିଛି । ତେବେ ପୂର୍ବ ଶତ୍ରୁତାରୁ ଦୁର୍ବୁତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସୀମା ଟପୁଛନ୍ତି ଅପରାଧି, ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ମହିଳା ଗୁରୁତର - Miscreants Attacks Women

ଏହା ମଧ୍ୟ ପଢ଼ନ୍ତୁ...ଜମି ବିବାଦରୁ ବାପା ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ଗାଁ ରାସ୍ତାରେ ବୋହିଲା ରକ୍ତର ହୋଲି - Father And Son Brutally Attacked

ସେପଟେ ଏଭିଳି ଅଭିଯୋଗ ପରେ ମାଲଗୋଦାମ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଗତ ବର୍ଷ ଏହି ଯୁବକମାନେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିବା ସହ ଖଣ୍ଡା ବୁଲାଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତମାନେ ଆକ୍ରୋଶ ମୂଳକ ଭାବେ ସଂଘ ବଦ୍ଧ ହୋଇ ଆକ୍ରମଣ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜୋନ ୧ ଏସିପି । ତେବେ ଅପରାଧ ମୁକ୍ତ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତି ଜାରି ରଖିଥିଲା ବେଳେ ସହରରେ ବେଧଡ଼କ ଖଣ୍ଡା ବୁଲିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.