ETV Bharat / state

ମହଙ୍ଗା ପଡ଼ିଲା ମହିଳା IICଙ୍କୁ ତାଲା ପକାଇ ବନ୍ଦ ରଖିବା; ୧୬ ଜଣଙ୍କୁ ଗିରଫ କଲା ପୋଲିସ - Miscreants Locked up IIC

Miscreants Locked Up Woman IIC: ଜୁଆଖେଳ ବନ୍ଦ କରିବାରୁ ବାଲେଶ୍ୱର ତାଳସାରୀ ସାମୂଦ୍ରିକ ଥାନା ଅଧିକାରିଣୀଙ୍କୁ ଦୋକାନ ଘରେ ବନ୍ଦ କରି ମାଡ଼ ମାରିଲେ ଉତ୍ୟକ୍ତ ଲୋକ । ୧୬ ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

ମହିଳା ଆଇଆଇସିଙ୍କୁ ଦୋକାନରେ ବନ୍ଦ କରି ଆକ୍ରମଣ

author img

By ETV Bharat Odisha Team

Published : Feb 19, 2024, 12:27 PM IST

Updated : Feb 19, 2024, 1:00 PM IST

ମହିଳା ଆଇଆଇସିଙ୍କୁ ଦୋକାନରେ ବନ୍ଦ କରି ଆକ୍ରମଣ

ବାଲେଶ୍ବର: ପୋଲିସକୁ ବି ଛାଡ଼ିଲେନି । ମାଡ଼ ମାରିବା ସହ ଘରେ ବନ୍ଦ କରି ପୋଲିସକୁ ପକାଇ ଦେଲେ ତାଲା । ଜୁଆ ଖେଳ ଚାଲିଥିବା ବାବଦରେ ଖବର ପାଇ ପୋଲିସ ରେଡ୍ କରିଥିବା ବେଳେ, ମହିଳା ପୋଲିସ ଆଇଆଇସିଙ୍କୁ ଏକ ଘରେ ବନ୍ଦ କରି ବାହାରୁ ତାଲା ପକାଇ ଦେଇଥିଲେ ଜୁଆଡ଼ି । ଏହାସହ ଅନ୍ୟ ପୋଲିସ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାରେ 16 ଜଣଙ୍କୁ ଗିରଫ କରିଛି ପୋଲିସ । ଏମିତି ଘଟଣା ଦେଖିବାକୁ ବାଲେଶ୍ଵର ଜିଲ୍ଲା ତାଳସାରୀ ଥାନା ଅଧିନ ଉଦୟପୁର ଗାଁରେ ।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇର ସାହାବାଜିପୁର ପଞ୍ଚାୟତ ଅଧିନ ଉଦୟପୁର ଗାଁ ମଧ୍ୟ ଦେଇ ରାତି ପ୍ରାୟ ୧୦ଟା ସମୟରେ ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନ ସଦଳବଳେ ରାତ୍ରି କାଳୀନ ପାଟ୍ରୋଲିଂରେ ବାହାରିଥିଲେ । ଏହି ସମୟରେ ଉଦୟପୁର ଗାଁରେ ଜୁଆଖେଳ ଚାଲିଥିବା ନେଇ ଖବର ପାଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଜୁଆଖେଳ ବନ୍ଦ କରିବାକୁ ଥାନା ଅଧୀକାରିଣୀ କହିଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଝଗଡ଼ା ହେବା ପରେ ଅଚାନକ କିଛି ବ୍ୟକ୍ତି ତାଙ୍କୁ ମାଡ଼ ମାରିବା ସହ ଜବରଦସ୍ତ ଏକ ଦୋକାନ ଘରେ ବନ୍ଦ କରିଦେଇଥିଲେ ।

ତେବେ ଏନେଇ ଥାନାର ଗାଡି ଚାଳକ ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିଥିଲେ ମଧ୍ୟ ତାଙ୍କୁ ମାଡମାରି ଲହୁ ଲୁହାଣ କରିଦେଇ ଥିଲେ । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟପଟେ ଜଳେଶ୍ବର ଏସଡିପିଓ ଦିଲ୍ଲୀପ ସାହୁ ଘଟଣାକୁ ଗୁରୁତର ସହ ନେଇ ଉକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଥିବା ବେଳେ 16 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାସହ ଗିରଫଦାରୀଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ....ମହଙ୍ଗା ପଡିଲା ବୋତଲ ଓ ଢେଲା ମାଡ, ଭୁବନେଶ୍ୱରରୁ ୫୪ ମହିଳା ଗିରଫ

ଏନେଇ ଜଳେଶ୍ବର ଥାନା ଏସଡିପିଓ ଦିଲ୍ଲୀପ ସାହୁ କହିଥିଲେ ଯେ, ଗତକାଲି ରାତି ପ୍ରାୟ 10ଟା ସମୟରେ ତାଳସାରୀ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଉଦୟପୁର ଗାଁରେ କିଛି ବେଆଇନ କାର୍ଯ୍ୟକଳାପ ହେଉଥିବା ଦେଖିଥିଲେ । ଏହା ଉପରେ ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନ ଓ ତାଙ୍କ ଟିମ ଚଢ଼ାଉ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ପୋଲିସର ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ କିଛି ମହିଳା ଥାନା ଅଧୀକାରିଣୀଙ୍କୁ ଏକ ଦୋକାନ ଘରେ ବନ୍ଦ କରି ତାଲା ପକାଇଦେଇଥିଲେ । ଏହାକୁ ନେଇ ତଦନ୍ତ ଚାଲିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ବାଲେଶ୍ବର

Last Updated : Feb 19, 2024, 1:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.