ETV Bharat / state

ମକର ମେଳାରୁ ଫେରୁଥିବା ବେଳେ ମହିଳାଙ୍କ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Jan 23, 2024, 12:23 PM IST

Miscreant slit woman throat: କେନ୍ଦ୍ରାପଡ଼ା ଜିଲ୍ଲାର ବିଲେଇଶୁଣି ମକର ମେଳାରେ ମହିଳାଙ୍କ ତଣ୍ଟି କାଟି ଦୁର୍ବୃତ୍ତ ଫେରାର । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହେଲେ ମହିଳା । ଅଧିକ ପଢନ୍ତୁ

Miscreant attack woman
ମହିଳାଙ୍କ ତଣ୍ଟି କାଟି ଦୁର୍ବୃତ୍ତ ଫେରାର

କେନ୍ଦ୍ରାପଡା/ଜଗତସିଂହପୁର: ବିଲେଇଶୁଣି ମକର ମେଳାରେ ଅଭାବନୀୟ ଘଟଣା । ମେଳାରୁ ଫେରୁଥିବା ବେଳେ ମହିଳାଙ୍କ ତଣ୍ଟି କାଟି ଫେରାର୍ ହୋଇଗଲା ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କ୍ରିଷ୍ଣନନ୍ଦପୁର ଥାନା ଅନ୍ତର୍ଗତ ଗଇଠିପୁର ନଦୀପଠାରେ ଏହି ଘଟଣା ଘଟିଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜଗତସିଂହପୁରର ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ କୃଷ୍ଣନନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଓ ଜଗସିଂହପୁର ଜିଲ୍ଲାର ମଧ୍ୟମସ୍ଥଳ କୁଦାନଗରୀ ଥାନା ଅଧିନସ୍ଥ ପଳସୁଧା ପଞ୍ଚାୟତର ପାଇକା ନଦୀ କୂଳରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି ମକର ମହୋତ୍ସବ । ଏହି ଅବସରରେ ଅପେରା ପରିବେଷଣ ହେଉଥିଲା । ତେବେ ଗତକାଲି (ସୋମବାର) ସନ୍ଧ୍ୟାରୁ ଅପେରା ପରିବେଷଣ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଗଇଠିପୁର ଗ୍ରାମର ବିନିତା ସେଠୀ ନାମକ ମହିଳା ଅପେରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତ୍ରରେ ଯାତ୍ରା ଶେଷ ହେବା ପରେ ମହିଳା ଜଣଙ୍କ ମହାନଦୀ ପଠା ଦେଇ ଘରକୁ ଫେରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ତାଙ୍କର ତଣ୍ଟି କାଟି ଦେଇଥିଲେ । ଫଳରେ ରକ୍ତ ଜୁଡୁବୁଡୁ ହୋଇ ଅତି ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ସେହିଠାରେ ପଡିରହି ଛଟପଟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ- ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀର ତଣ୍ଟି କାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ

ଏହା ମଧ୍ୟ ପଢନ୍ତୁ-ଘରୁ ମିଳିଲା ଯୁକ୍ତ ତିନି ଛାତ୍ରୀଙ୍କ ମୃତଦେହ, ହତ୍ୟା ଅଭିଯୋଗ

ଆଜି ଭୋରରୁ ନଦୀପଠାକୁ ଜଣେ ବ୍ୟକ୍ତି ଶୌଚ ହେବାକୁ ଯିବା ସମୟରେ ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମହିଳାଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ପୁଣି ଜଗତସିଂହପୁର ମୁଖ୍ୟ ମେଡ଼ିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ କୃଷ୍ଣନନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ତେଣୁ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ହେଲେ ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଗତ କିଛି ଦିନ ଧରି ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ପୋଲିସର ପାଟ୍ରୋଲିଂ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏତେ ବଡ଼ ଆୟୋଜନ ତଥା ଦୁଇ ଜିଲ୍ଲାର ଏକ ପ୍ରମୁଖ ଉତ୍ସବ ପାଲଟିଥିବା ମକର ମେଳାରେ ଜିଲ୍ଲା ପୋଲିସର ଆୟୋଜନ କିପରି ଥିଲା ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.