ETV Bharat / state

ସଇତାନ ସାଜିଲେ ବାପା ମାଆ, ଜନ୍ମ କଲା ପୁଅକୁ ବଳି ଉଦ୍ୟମ - ରାଇରଙ୍ଗପୁର ନରବଳି

Human Sacrifice Case: ମୟୂରଭଞ୍ଜରେ ନରବଳି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି । ପୁଅକୁ ମାମୁଁ ଘର କହି ବଳି ଦେବାକୁ ନେଇଥିଲେ ବାପା ମାଆ । କୌଶଳ କ୍ରମେ ଖସିଲା ପୁଅ । ଉଭୟଙ୍କ ବିରୋଧରେ ମାମଲା ରୁଜୁ କଲା କପ୍ତିପଦା ପୋଲିସ । ଅଧିକ ପଢନ୍ତୁ

ସଇତାନ ସାଜିଲେ ବାପା ମାଆ, ଜନ୍ମ କଲା ପୁଅକୁ ବଳି ଉଦ୍ୟମ

author img

By ETV Bharat Odisha Team

Published : Feb 14, 2024, 5:26 PM IST

ରାଇରଙ୍ଗପୁର: ଜନ୍ମ କଲା ମାଆ ଓ ବାପା ସାଜିଛନ୍ତି ପିଶାଚ । ନିଜ ଜନ୍ମ କଲା ପୁଅକୁ ବାପା ମାଆଙ୍କ ଦ୍ବାରା ବଳି ଦେବା ଉଦ୍ୟମ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାତ ବର୍ଷର ପୁଅକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଉଦଳା ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମର ସିଦ୍ଧ ମାରାଣ୍ଡି ଓ ତାଙ୍କ ସ୍ତ୍ରୀ ଫୁଲ ମାରାଣ୍ଡି ନିଜ ସାତ ବର୍ଷର ପୁଅକୁ ମାମୁଁ ଘରକୁ ବୁଲାଇବା ପାଇଁ ନେଇ ଯାଇଥିଲେ । ତେବେ ମାମୁଁ ଘର ଗାଁ ନୁଦଡ଼ିହା ଗ୍ରାମକୁ ନନେଇ ଉଭୟ ମାଆ ଓ ବାପା ପୁଅକୁ କପ୍ତିପଦା ଥାନା ଅନ୍ତର୍ଗତ ଏକ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ଯାଇଥିଲେ । ସେଠାରେ ନିଜ ସାତ ବର୍ଷର ପୁଅକୁ ବଳି ଦେବା ଉଦ୍ଦେଶ୍ୟରେ ପୁଅ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ସଇତାନ ବାପା ନାବାଳକ ପୁଅକୁ ବଳି ଦେବାକୁ ଉଦ୍ୟମ କରୁ ଥିବାବେଳେ ସେ ନିଜ ଜୀବନ ପ୍ରତି ଆସୁଥିବା ବିପଦକୁ ଦେଖି କୌଶଳ କ୍ରମେ ସେଠାରୁ ଖସି ପଳାଇ ଯାଇଥିଲା ।

ତେବେ ରାସ୍ଥାରେ ପିଲାଟି ଏକୁଟିଆ ଦୌଡ଼ିଥିବା ଦେଖି ସ୍ଥାନୀୟ ଲୋକ ଅଟକାଇଥିଲେ । ବାଳକଟି ସମ୍ପୂର୍ଣ୍ଣ ଡ଼ରି ଯାଇଥିବାବେଳେ ସ୍ଥାନୀୟ ଲୋକେ ବାଳକ ଠାରୁ ସମସ୍ତ କଥା ପଚାରି ବୁଝିଥିଲେ । ଉକ୍ତ ନାବାଳକକୁ କିଛି ଖାଇବା ପାଇଁ ଦେଇ ଗାଁରେ ରଖିଥିଲେ । ଆଉ ସେହି ରାତିରେ ହିଁ ପିଲାଟିର ମାଆ ଓ ବାପାକୁ ଧରିବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହୋଇଥିଲେ । ଏହାପରେ ଘଟଣା ସମ୍ପର୍କରେ କପ୍ତିପଦା ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନାବାଳକକୁ ଉଦ୍ଧାର କରିଥିଲା ।
ଏହା ମଧ୍ୟ ପଢନ୍ତୁ .....ହାପଲୋ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଘଟଣା; ଶୁଭ୍ରାଂଶୁଙ୍କ ମୃତ୍ୟୁର ତଦନ୍ତ ଦାବି, ପରିବାର କହିଲେ ମୋ ପୁଅକୁ ବଳି ପକାଇଦେଲେ

ସେହିପରି ନାବାଳକର ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତାର ବାପା ଓ ମାଆଙ୍କୁ ଖୋଜିବାରେ ଲାଗିଛି । ଏମିତି କେଉଁ ଉଦ୍ଦେଶ୍ୟ ପୂରଣ ନିମନ୍ତେ ଗୋଟିଏ ବାପା ମାଆ ନିଜ ଜନ୍ମ କଲା ପୁଅକୁ ବଳି ପକାଇବାକୁ ଯାଉଥିଲେ, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହୋଇ ପାରିବ । ସେପଟେ ଏଭଳି ବାପା ମାଆଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.