ETV Bharat / state

ମୃଦୁ ପାନୀୟରେ ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୫ ଗିରଫ - BERHAMPUR GANG RAPE CASE

Berhampur Rape Case: ଥଣ୍ଡାରେ ନିଶା ଦେଇ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ । ଅଧିକ ପଢ଼ନ୍ତୁ

Berhampur Rape Case
Berhampur Rape Case (ETV BHARAT ODISHA)
author img

By ETV Bharat Odisha Team

Published : May 8, 2024, 5:51 PM IST

Berhampur Rape Case (ETV BHARAT ODISHA)

ବ୍ରହ୍ମପୁର: ମୃଦୁ ପାନୀୟରେ ନିଶା ମିଶାଇ ନାବାଳିକା ଛାତ୍ରୀଙ୍କୁ ଅଚେତ କରାଇବା ପରେ ଗଣଦୁଷ୍କର୍ମ କରାଯିବା ଭଳି ସଙ୍ଗୀନ ଅପରାଧ ଘଟିଛି ବ୍ରହ୍ମପୁର ସହରରେ । ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ଛାତ୍ରାବାସରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଥିବାବେଳେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ଅପରାଧରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ନାବାଳିକାଙ୍କର ବୟାନ ରେକର୍ଡ ପରେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ତାହାକୁ ନେଇ ପୋଲିସ ଘଟଣାର ତଦନ୍ତ ଜୋରଦାର କରିଛି ।

ବ୍ରହ୍ମପୁର ସହରରେ ଚଳିତ ମାସ ୩ ତାରିଖ ଦିନ ଏଭଳି ଘଟଣା ଘଟିଥିଲା । ପୋଲିସର ସୂଚନାନୁଯାୟୀ, ପୀଡ଼ିତା ଛାତ୍ରୀ ଜଣଙ୍କ ନିଜର ଜଣେ ଝିଅ ସାଙ୍ଗ ସହିତ ଘଟଣା ଦିନ ବଜାରକୁ ଭାବରେ ଯାଇଥିଲେ । ହେଲେ ବଜାରରେ ଥିବା ସମୟରେ ସାଙ୍ଗ ଜଣଙ୍କ କିଛି କାମରେ ପଳାଇଥିଲେ । ଏହି ସମୟରେ ନାବାଳିକାଙ୍କ ପରିଚିତ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁ ଜଣଙ୍କ ଏକାକୀ କାହିଁକି ଖରାରେ ଠିଆ ହୋଇଛ ପଚାରିବା ସହିତ ନାବାଳିକାଙ୍କୁ ନିକଟରେ ତାଙ୍କ ଘର ଥିବା କହି ଡାକି ନେଇଥିଲା । ସେଠାରେ ରହି ତାଙ୍କ ବାପାଙ୍କୁ ଫୋନ୍ କରି ଚାଲିଯିବେ କହି ଡାକି ନେଇଥିଲା ଅଭିଯୁକ୍ତ ।

ଛାତ୍ରାବାସ ଦେଖି ପୀଡିତା ଜଣଙ୍କ ଉଠାଇଥିଲେ ପ୍ରଶ୍ନ: ନାବାଳିକା ଛାତ୍ରୀଙ୍କୁ ନିଜ ଘର କହି ଛାତ୍ରାବାସକୁ ନେଇଯାଇଥିଲା ଅଭିଯୁକ୍ତ । ଏହାଦେଖି ନାବାଳିକା ଜଣଙ୍କ ତାକୁ ଏଭଳି ସ୍ଥାନକୁ କାହିଁକି ଆଣିଛ ବୋଲି ପ୍ରଶ୍ନ କରିଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ସେହି ସମୟରେ ଏକ ମୃଦୁ ପାନୀୟରେ କୌଣସି ନିଶା ମିଶାଇ ପିଇବାକୁ ଦେଇଥିଲା, ଏବଂ ଏହାକୁ ସେ ପିଇବା ସମୟରେ ଅଭିଯୁକ୍ତ କହିଥିଲା ମୁଁ ମାଆଙ୍କୁ ନେଇ ଆସୁଛି । ଆଉ ସେହି ସମୟରେ ସେ ସେଠାରୁ ଚାଲିଯାଇ ନିଜର ଅନ୍ୟ ପରିଚିତ ପାଞ୍ଚରୁ ଛଅ ଜଣ ଯୁବକ ଉକ୍ତ ଛାତ୍ରାବାସକୁ ଡାକି ଆଣିଥିଲା । ଏହାପରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ଅଭିଯୋଗ କରିଥିଲେ ପୀଡିତା ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ଲଜ୍ଜା, ଶିଶୁ କନ୍ୟାକୁ ଦୁଷ୍କର୍ମ ! - SAMBALPUR MINOR RAPE

ପୀଡିତା ନାବାଳିକାଙ୍କ ଡାକ୍ତରୀ ମାଇନା: ବ୍ରହ୍ମପୁର ସହରରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣାର ଅଭିଯୋଗ ପରେ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ସେପଟେ ପୀଡିତା ଜଣଙ୍କ ଏତଲାରେ ପାଞ୍ଚରୁ ଛଅ ଜଣ ଅଭିଯୁକ୍ତ ରହିଥିବା ନେଇ ଅଭିଯୋଗ କରିଥିବାବେଳେ ପୋଲିସ ଏବେ ଯାଏଁ ଛାତ୍ରୀଙ୍କୁ ବଜାରରୁ ଛାତ୍ରାବାସକୁ ନେଇଥିବା ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ସେମାନଙ୍କ ମେଡିକାଲ ଟେଷ୍ଟ କରାଇ ଗିରଫ କରିଛି । ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯିବା ନେଇ କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଦାୟିତ୍ବରେ ଥିବା ଡିଆଇଜି ଡଃ ସାର୍ଥକ ଷଡ଼ଙ୍ଗୀ । ସେପଟେ ଏହି ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ରହିଥିବାବେଳେ ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସ୍‌ପି ।

ବ୍ରହ୍ମପୁର ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପୀଡ଼ିତା ଛାତ୍ରୀ ଜଣଙ୍କ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରୁଥିବା ଜଣାପଡିଛି । ସାରା ରାଜ୍ୟରେ ରାଜନୈତିକ ବାତାବରଣ ଲାଗି ରହିଥିବାବେଳେ ଏହି ଘଟଣା ଛାତ୍ରୀଙ୍କ ଚେତା ଫେରିବା ପରେ ସେ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ କହିଥିଲେ । ଗତ ୩ ତାରିଖରେ ଘଟଣା ଘଟିଥିବା ବେଳେ ୫ ତାରିଖ ଦିନ ଏହାର ଅଭିଯୋଗ ହୋଇଛି । ପୋଲିସ ଏହି ମାମଲାରେ ଅଦ୍ୟାବଧି ୫ ଜଣଙ୍କୁ ଗିରଫ କରିଥିବାବେଳେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ କରାଯାଇଛି । ଏଥିରେ ଦଫା- ୩୭୬(ଡି)/୩୨୮/୧୨୦(ବି)/୫୦୬ ଆଇପିସି/ଆର୍‌ଡବ୍ଲୁ ସେସନ୍-୦୬ POCSO Actରେ ମାମଲା ରୁଜୁ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.