ETV Bharat / state

ଆକାଶ ଛୁଆଁ ପରିବା ଦର, ମିଡ୍‌ ଡେ ମିଲ୍‌ରୁ ପରିବା ଗାଏବ - Price hike Affecting Midday meal

author img

By ETV Bharat Odisha Team

Published : Jul 4, 2024, 10:43 PM IST

Mid-day meal Affecting due to Price Hike Of Vegetables: ଦିନକୁ ଦିନ ବଢ଼ୁଛି ପରିବା ଦର । ସ୍ୱାଭାବିକ ଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧି ପାଇଛି ଯାହାକୁ ନେଇ ଚିନ୍ତାରେ ଖାଉଟି । ସେପଟେ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଅଧିକ ପଢ଼ନ୍ତୁ

Midday meal
Midday meal (ETV Bharat Odisha)

ଭୁବନେଶ୍ବର/ବାଲେଶ୍ବର: ବଜାରରେ ପରିବା ଦର ଏବେ ଆକାଶ ଛୁଆଁ । ଯାହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ । କେବଳ ଯେ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି ତାହା ନୁହେଁ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ପରିବା ଦର ବୃଦ୍ଧି କାରଣରୁ କେଉଁଠି ଡାଲମାରୁ ପରିବା ଗାଏବ ତ ପୁଣି ଆଉ କେଉଁଠି ବିଦ୍ୟାଳୟରେ ନିଜ ହାତରୁ ପିଲାଙ୍କୁ ଖାଦ୍ୟ ଦେଉଥିବା ଦେଖିବାକୁ ମିଳୁଛି ।

Midday meal (ETV Bharat Odisha)

ବିଭାଗ ପକ୍ଷରୁ ଦିଆଯାଉଥିବା ତଥ୍ୟ ଅନୁଯାୟୀ, ପ୍ରାଥମିକ ସ୍ତରରେ ସ୍କୁଲ ପିଲା ପିଛା ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ସ୍ତରରେ ପିଲା ପିଛା ୮ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯାଉଛି । ଯେଉଁଠି ଅଣ୍ଡା ଗୋଟିଏ କୁ ୭ -୮ ଟଙ୍କା ଡାଲି କିଲୋ ୧୫୦-୨୦୦ ଟଙ୍କା ସେଠାରେ ଏତେ କମ ପରିମାଣରେ ପୋଷଣ ଥିବା ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି ତାହା ଜଳଜଳ ଭାବରେ ଦେଖାଯାଉଛି । ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏଥିପ୍ରତି କୌଣସି ଅଧିକାରୀ ବା ସରକାର ମଧ୍ୟ ଦୃଷ୍ଟି ଆକର୍ଷଣ କରୁନାହାନ୍ତି ।

ସେପଟେ ବାଲେଶ୍ୱର ଜିଲ୍ଲାର 12ଟି ବ୍ଲକରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି । ଯେଉଁଠି ଆଳୁ କିଲୋ ପ୍ରତି 35, ପିଆଜ 45, ବାଇଗଣ 60, ବିଲାତି 100 ଟଙ୍କା ହୋଇଥିବା ବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ନେଇ ଚିନ୍ତାରେ ରହିଛନ୍ତି ଦାଇତ୍ୱ ନେଇଥିବା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ । ସୋୟାବିନ, ଅଣ୍ଡା, ଡାଲମା ପ୍ରସ୍ତୁତ ପାଇଁ ଟମାଟୋ ଆବଶ୍ୟକତା ଥିବା ବେଳେ ଏତେ ଟଙ୍କା ଦେଇ ଟମାଟୋ କିଣି ପୁଣି ସେଥିରେ ରୋଷେଇ କେମିତି କରାଯିବ ସେନେଇ ଚିନ୍ତାରେ ରୋଷେୟା ।

ଅନ୍ୟପଟେ ପ୍ରାଥମିକ ଶିକ୍ଷକ ସଂଘ କହିଛି ଏତେ କମ ପଇସାରେ ସାଧାରଣ ଛାତ୍ରଛାତ୍ରୀ ମାନେ ଉନ୍ନତମାନର ମଧ୍ୟାହ୍ନ ଭୋଜନ ଖାଇପାରିବେ କିପରି । ଯେଉଁ ମଧ୍ୟାହ୍ନ ଭୋଜନର ଦର ଧାର୍ଯ୍ୟ କରାଯାଇଛି ତାହାକୁ ବୃଦ୍ଧି କରିବାକୁ ଅନୁରୋଧ କରିଛି ସଂଘ। ଏହା ସହ ପ୍ରାଥମିକ ଠାରୁ ଉଚ୍ଚ ପ୍ରଥମିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଆଯାଉଛି ମଧ୍ୟାହ୍ନ ଭୋଜନ । ତେବେ ବଜାରରେ ସମସ୍ତ ଜିନିଷର ଦର ଅଧିକ ହୋଇଥିବା ବେଳେ ୫ ଟଙ୍କାରେ କିଭଳି ପୁଷ୍ଟିକର ଖାଦ୍ୟ ଖାଇବେ ସେନେଇ ଚିନ୍ତାରେ ଶିକ୍ଷକ ଏବଂ ଅଭିଭାବକ । ଏପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ କହିଛନ୍ତି ଯେ, ସ୍କୁଲରେ ଚିତ୍ର ବିଚିତ୍ର ରଙ୍ଗ ମାରିଦେଲେ କିଛି ହେବନି, ପିଲାଙ୍କ ପାଠ ପଢା ସଙ୍ଗେ ସଙ୍ଗେ ଖାଇବାକୁ ମଧ୍ୟ ଗୁରୁତ୍ଵ ଦେବା ଆବଶ୍ୟକ । ଯାହା ଫଳରେ ଛୋଟ ସମୟରୁ ପିଲାମାନେ ପୁଷ୍ଟିକର ଖାଦ୍ୟ ପାଇପାରିବେ ।

ଏହା ମଧ୍ୟ ପଢ଼ନ୍ତୁ.. ବେଲଗାମ କଞ୍ଚା ପରିବା ଦର, ଚିନ୍ତା ବଢ଼ାଇଲାଣି ଆଳୁ ଓ ପିଆଜ - Vegetables Price Increase

ଅନେକ ସମୟରେ ଦେଖାଯାଉଛି ପଇସା ଅଭାବରୁ ସ୍କୁଲରେ ପିଲାଙ୍କୁ ବିସ୍କୁଟ ଖାଇବାକୁ ଦିଆଯାଉଥିଲା । ତେବେ ପିଲାଙ୍କର ପାଠ ପଢା ସମେତ ଖାଇବା ଉପରେ ମଧ୍ୟ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି କହିଛି ଅଭିଭାବକ ମହାସଂଘ । ଏପଟେ ଭୁବନେଶ୍ୱରର ସତ୍ୟନଗର ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରରେ ଯେଉଁଭଳି ଭାବରେ ପରିବାର ଦର୍ ବୃଦ୍ଧି ପାଉଛି ତାହା କିଣି ଆଣି ରୋଷେଇ କରିବା କାଠିକର ପାଠ ବୋଲି କର୍ମୀ ଲଳିତା ବେହେରା କହିଛନ୍ତି । ଅନେକ ସମସ୍ୟା ମଧ୍ୟରେ ରୋଷେଇ କରି ପିଲାମାନଙ୍କୁ ଖାଇବାକୁ ଦିଆଯାଉଛି । ପିଲାମାନଙ୍କୁ ଅଣ୍ଡା ଦିଆଯାଉଥିବା ବେଳେ ଅଣ୍ଡାର ମୂଲ୍ୟ ମଧ୍ୟ ୭-୮ ଟଙ୍କା । ତେବେ ସେମାନଙ୍କୁ ଦିଆଯାଉଛି ମାତ୍ର ୫ ଟଙ୍କା । ଏତିକି ପଇସାରେ କିଭଳି ଭାବରେ ପିଲାମାନଙ୍କୁ ଖାଇବାକୁ ଦିଆଯିବ ସେନେଇ ବାରମ୍ବାର ଅଭିଯୋଗ ମଧ୍ୟ କରିଥିବା ବେଳେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର ଓ ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.