ETV Bharat / state

କୃଷି ଭବନରେ ବିଲ୍ ଗେଟ୍ସ: ପ୍ରଶଂସା କଲେ, ପରାମର୍ଶ ଦେଲେ - କୃଷି ଭବନରେ ବିଲ୍ ଗେଟ୍ସ

Bill Gates Visits Krushi Bhawan: କୃଷି ଭବନରେ ପରିଦର୍ଶନ କଲେ ବିଲ୍ ଗେଟ୍ସ । କୃଷି ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Bill Gates Visits Krushi Bhawan
Bill Gates Visits Krushi Bhawan
author img

By ETV Bharat Odisha Team

Published : Feb 28, 2024, 3:44 PM IST

Bill Gates Visits Krushi Bhawan

ଭୁବନେଶ୍ବର: ଓଡ଼ିଶାରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଆଜି ପୂର୍ବାହ୍ନରେ କୃଷି ଭବନରେ ପରିଦର୍ଶନ କରିଛନ୍ତି ବିଲ୍ ଗେଟ୍ସ । ସେ ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଓ କୃଷି ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ ବିଲ ଗେଟ୍ସ ଓ ଟିମକୁ ଯୋଜନା ବାବଦରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଯୋଜନା ସିଧାସଳଖ ସୁବିଧା ଲୋକଙ୍କ ପାଖରେ ପହଞ୍ଚୁଥିବା ଜାଣି ସେ ରାଜ୍ୟ ସରକାରଙ୍କ ପ୍ରଶଂସା କରିବା ସହ ପରାମର୍ଶ ମଧ୍ୟ ଦେଇଛନ୍ତି । କୃଷି ଭବନ ପରିସରରେ ଥିବା ରାଜ୍ୟ କୃଷି ସମୀକ୍ଷା କେନ୍ଦ୍ର 'ଗେଟ୍ସ ଫାଉଣ୍ଡେସନ୍' ସହାୟତାରେ କାର୍ଯ୍ୟ କରୁଛି । ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର । ରାଜ୍ୟରେ କୃଷିର ଉନ୍ନତି ପାଇଁ 'ବିଲ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ' ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଏହା ସହ ଗେଟ୍ସ ଫାଉଣ୍ଡେସନ ସହଯୋଗରେ କୃଷି ବିଭାଗରେ କାର୍ଯ୍ୟକାରୀ ହେଉଛି ଯୋଜନାର ମଧ୍ୟ ସେ ସମୀକ୍ଷା କରିଛନ୍ତି ।

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼କ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, "ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ଆଜି କୃଷି ଭବନ ପରିଦର୍ଶନରେ ଆସିଥିଲେ । ୨୦୧୭ ମସିହାରୁ କୃଷି ବିଭାଗ ସହିତ ଗେଟ୍ସ ଫାଉଣ୍ଡେସନର ଚୁକ୍ତିନାମା ହୋଇଥିଲା । ଆଡପ୍ଟ ଡିସିସନ ସପୋର୍ଟ ସିଷ୍ଟମ 'Adopt Decision Support System' ଚାଲୁଥିଲା । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ କୃଷି ସମୀକ୍ଷା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଉଦଘାଟନ କରିଛନ୍ତି । କୃଷକଙ୍କ ବିକାଶ କ୍ଷେତ୍ରରେ ଏହା କିପରି ଲାଗୁଛି ସେ ବାବଦରେ ବିଲ ଗେଟ୍ସ ପଚାରି ବୁଝିଛନ୍ତି । ବିଭାଗ ପକ୍ଷରୁ ପ୍ରେଜେଣ୍ଟେସନ କରିଥିଲୁ । ସେ ବହୁତ ପ୍ରଶ୍ନ ପଚାରି ବୁଝିଛନ୍ତି ।"

ପ୍ରମୁଖ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗି ଯୋଜନାରେ ସ୍ୱାବଲମ୍ବୀ ହୋଇଥିବା ମହିଳା ଚାଷୀଙ୍କ ସହ ସେ ଆଲୋଚନା କରିଛନ୍ତି । ମିଲେଟ ମିଶନ ପରିଦର୍ଶନ କରି ସେ ଖୁସି ହୋଇଛନ୍ତି । ଓଡି଼ଶା ସରକାରଙ୍କ ଯୋଜନାକୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଆପଣାଉଥିବା ଜାଣି ସେ ଖୁସି ହୋଇଛନ୍ତି । କୃଷି ସମୀକ୍ଷା କେନ୍ଦ୍ରରେ ଆଜିକା ଦିନରେ ଯାହା କାର୍ଯ୍ୟକ୍ରମ ଚାଲିଛି ତାହା ସେ ପଚାରି ବୁଝିଛନ୍ତି। କୃଷି କ୍ଷେତ୍ରରେ ରିମୋର୍ଟ ସେନ୍ସସେସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବସ୍ଥା ବ୍ୟବହାର ଉପରେ ଆମକୁ ପରାମର୍ଶ ଦେଇଛନ୍ତି । ଏହାକୁ ଆମେ ଗ୍ରହଣ କରିବୁ ।"

ସେହିପରି କୃଷି ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, "ବିଲ୍ ଗେଟ୍ସ ଫାଉଣ୍ଡେସନ ସହଯୋଗରେ କୃଷି ବିଭାଗ ଅନେକ IT ସମ୍ଭାବନା ନେଇ କାମ କରୁଛୁ । ଗୋ ସୁଗମ, ଚାଷୀ ଡାଟାବେଶ ଏହାର ଉଦାହରଣ । କୃଷି ସମୀକ୍ଷା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅକ୍ଷୟ ତୃତୀୟାରେ ଉଦଘାଟନ କରିଛନ୍ତି । ତାକୁ ଦେଖିବାକୁ ବିଲ ଗେଟ୍ସ ଆସିଥିଲେ । ସାରା ଭାରତରେ ଏପରି ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ କୃଷି ସେଣ୍ଟର ନାହିଁ । କୃଷି ସମୀକ୍ଷା କେନ୍ଦ୍ର କିପରି କାମ କରୁଛି, ସେ ବାବଦରେ ଆମ ଟେକ୍ନିକାଲ ଟିମ ପ୍ରେଜେଣ୍ଟେସନ ଦେଲୁ । ଜରୁରୀକାଳୀନ ସମୟରେ କିପରି ସୂଚନା ଚାଷୀଙ୍କ ପାଖରେ ପହଞ୍ଚାଯାଉଛି, ଯୋଜନାର ମନିଟରିଂ ଓ ଫିଡ଼ବ୍ୟାକ୍ ସହ ନୀତି ସଂଶୋଧନ କିପରି ହେଉଛି ସେ ବିଷୟରେ ସୂଚନା ଦିଆଗଲା ।"

ଏହା ପଢନ୍ତୁ...ବସ୍ତିରେ ବିଲ୍ ଗେଟ୍ସ : ବୁଲିଲେ, କଥା ହେଲେ, ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ୍

ଓଡ଼ିଶା କୃଷି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଏବେ ତାଙ୍କ ସହ ଟେକ୍ନିକାଲ ସହାୟତା ପାଇଁ MoU ଅଛି । ଅନ୍ୟ ଦିଗ ନେଇ ଆଲୋଚନା କରି ରାଜ୍ୟ ସରକାରଙ୍କ ଅନୁମୋଦନ ଆଣିବୁ । ସେ ଓ ତାଙ୍କ ଟିମ ବହୁତ ଖୁସି ଅଛନ୍ତି । ଗତ ବର୍ଷ ୪ ଟି ଜିଲ୍ଲାରେ ଡିଜିଟାଲ କ୍ରପ୍ ସର୍ଭେ କରାଗଲା । ଏବେଠାରୁ ସବୁ ଜିଲ୍ଲାରେ ଏହା କରିବୁ । ଏହା ଦ୍ୱାରା ଚାଷୀ ଓ ଚାଷ ସମ୍ପର୍କରେ ଆମ ପାଖରେ ସବୁ ତଥ୍ୟ ରହିବ । ଯାହାକୁ ଭିତ୍ତି କରି ଆମେ ମାର୍ଗଦର୍ଶିକା ଜାରି କରିପାରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.