ETV Bharat / state

ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ

author img

By ETV Bharat Odisha Team

Published : Feb 28, 2024, 7:18 PM IST

Bill Gates Recieves KISS Humanitarian Award: ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ କରାଯାଇଛି । ବିଶ୍ବରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ବିଲ୍‍ ଗେଟସ୍‍ଙ୍କ ରହିଛି ଉଲ୍ଲେଖନୀୟ ଅବଦାନ । ଅଧିକ ପଢନ୍ତୁ

ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ
ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ବିଶ୍ବର ଅନ୍ୟତମ ଧନୀ ତଥା ବଦାନ୍ୟ ବ୍ୟକ୍ତି ବିଲ୍ ଗେଟସ । ଏହି ଅବସରରେ ବିଶ୍ବର ପ୍ରମୁଖ ସମାଜସେବୀ ତଥା ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ବୁଧବାର ପ୍ରଦାନ କରାଯାଇଛି । ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍‍ ଗେଟସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ବିଶ୍ବରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ବିଲ୍‍ ଗେଟସ୍‍ଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ବିଲ୍‍ ଗେଟସ୍‍ଙ୍କୁ କିସ୍‍ ହ୍ୟୁମାନଟାରିଆନ୍‍ ପୁରସ୍କାର ପ୍ରଦାନ କରି ତାଙ୍କର ଉଲ୍ଲେଖନୀୟ ଅବଦାନକୁ କେବଳ ସମ୍ମାନ ପ୍ରଦାନ କରି ନାହିଁ ବରଂ ଏଥିସହ ଏହି ସ୍ବୀକୃତିର ସମ୍ମାନ ବୃଦ୍ଧି କରିଛି । ତାଙ୍କର ଏହି ସମ୍ମାନ ଗ୍ରହଣ ବିଶ୍ବରେ ମାନବିକ କାର୍ଯ୍ୟ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥିର କରିବ। ବିଲ୍‍ ଗେଟସ୍‍ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର ପ୍ରାପକଙ୍କ ତାଲିକାରେ ଯୋଡ଼ିହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କିଟ ଏବଂ କିସ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କହିଛନ୍ତି । ଏହି ସମ୍ମାନ ଗ୍ରହଣ କରି ବିଲ ଗେଟସ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଥିଲେ ଯେ ମୋ କାର୍ଯ୍ୟକୁ କିସ୍‍ ସ୍ବୀକୃତି ପ୍ରଦାନ କରିଥିବାରୁ ସମାଜସେବା କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା କ୍ଷେତ୍ରରେ ଅଚ୍ୟୁତଙ୍କ ଦୂରଦୃଷ୍ଟି ଓ ତ୍ୟାଗକୁ ସେ ଉଚ୍ଚ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ବସ୍ତିରେ ବିଲ୍ ଗେଟ୍ସ : ବୁଲିଲେ, କଥା ହେଲେ, ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ୍

୨୦୦୮ ମସିହାରେ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରତିଷ୍ଠା କରାଯାଇଥିଲା । ଏହି ସମ୍ମାନରେ ସମ୍ମାନୀତ ବ୍ୟକ୍ତିବିଶେଷ କିମ୍ବା ସଂଗଠନକୁ ଏକ ପ୍ରଶସ୍ତିପତ୍ର ସହ ଏକ ସ୍ବର୍ଣ୍ଣ ପ୍ରଲେପିତ ଟ୍ରଫି ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ଉତ୍ତର-ପଶ୍ଚିମ ରାଜ୍ୟର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଏଡ଼ନା ବୋମୋ ମୋଲେୱା, ଦକ୍ଷିଣ କୋରିଆର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ହାନ୍‍ସେଓ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ହାମ୍‍ କି ସନ୍‍, ମରିସସ୍‍ର ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ, ଭୁଟାନ ପ୍ରଧାନମନ୍ତ୍ରୀ ଲ୍ୟାଞ୍ଚେନ୍‍ ଜିଗମେ ଥିନ୍‍ଲେ,ଆଧ୍ୟାତ୍ମିକ ଗୁରୁ ତଥା ୨୦୦୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମା, ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ତଥା ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‍ ଆଦି ରହିଛନ୍ତି । ଏହି କାର୍ଯ୍ୟକ୍ରମରେ କିସ୍‍ ବିଶ୍ବବିଦ୍ୟାଳୟର ଉପ କୁଳାଧିପତି ପ୍ରଫେସର ଅମରେଶ୍ବର ଗାଲା କିସ୍‍ ତରଫରୁ ବିଲ୍‍ ଗେଟ୍‍ସଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ ଆସି ଵିଲ ଗେଟସ ଆଜି ଫେରିଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.