ETV Bharat / state

ଶିମିଳିପାଳରେ ନୂଆ ନୂଆ ଶିକାର କରୁଛି କଳାବାଘ ଛୁଆ - Melanistic Tiger Cub

author img

By ETV Bharat Odisha Team

Published : Jun 1, 2024, 8:44 AM IST

Melanistic Tiger Cub: ଶିମିଳିପାଳରେ ଶିକାର କରୁଥିବା ସମୟରେ କଳାବାଘ ଛୁଆ ଠାବ । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କଲେ ପିସିସିଏଫ । ଅଧିକ ପଢନ୍ତୁ

ଶିମିଳିପାଳରେ ନୂଆ ନୂଆ ଶିକାର କରୁଛି କଳା ବାଘ ଛୁଆ
ଶିମିଳିପାଳରେ ନୂଆ ନୂଆ ଶିକାର କରୁଛି କଳା ବାଘ ଛୁଆ (ETV Bharat Odisha)

ଭୁବନେଶ୍ବର: ଶିମିଳିପାଳରେ ନୂଆ ନୂଆ ଶିକାର କରୁଛି କଳାବାଘ ଛୁଆ । ଯାହାର ଚିତ୍ର ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ଫୋଟକୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ପୋଷ୍ଟ କରିଛନ୍ତି । ରାତି ସମୟରେ କଳାବାଘ ଛୁଆଟି ଏକ ବନ୍ୟଜନ୍ତୁର ଶିକାର କରୁଥିବା ଫଟୋରେ ଦେଖିବାକୁ ମିଳିଛି ।

ଏସିଆ ମହାଦେଶର ଦ୍ବିତୀୟ ବୃହତ ଜୈବମଣ୍ଡଳ ଭାବେ ଶିମିଳିପାଳ ପରିଚିତ । ଶିମିଳିପାଳ ମଧ୍ୟରେ ବନବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ କ୍ୟାମେରା ଦ୍ବାରା ବିଭିନ୍ନ ସମୟରେ କିଛି ନା କିଛି ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ । କିଛି ଦିନ ତଳେ ଅଭୟାରଣ୍ୟ ମଧ୍ୟରେ ଏକାସାଙ୍ଗରେ ଗୋଟିଏ ମହାବଳ ବାଘ ସହ କଳାବାଘ ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଓଡ଼ିଶା ଜଙ୍ଗଲରେ ବୁଲୁଥିବା ଏହି କଳାବାଘ ସିଉଡୋ ମେଲାନଷ୍ଟିକ ପ୍ରଜାତିର ବୋଲି ଜଣାପଡ଼ିଛି ।

ଶିମିଳିପାଳରେ ନୂଆ ନୂଆ ଶିକାର କରୁଛି କଳାବାଘ ଛୁଆ
ଶିମିଳିପାଳରେ ନୂଆ ନୂଆ ଶିକାର କରୁଛି କଳାବାଘ ଛୁଆ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ଶିମିଳିପାଳରେ ଏକାଠି ବୁଲିଛନ୍ତି ମହାବଳ ଓ କଳାବାଘ, ଫଟୋ ପୋଷ୍ଟ କଲେ PCCF - Similipal Wildlife Sanctuary

ଓଡ଼ିଶାର ଅନେକ ଜଙ୍ଗଲରେ ଦୀର୍ଘ ୫୦ ବର୍ଷ ହେବ କଳାବାଘ ଦେଖିବାକୁ ମିଳୁଛି । ବ୍ରିଟିଶ ଶାସନ ଅମଳରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏମିତି କଳାବାଘ ଦେଖାଯାଇଥିଲା । ଅନେକ ସମୟରେ ରାଜ୍ୟର ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଏହି କଳା ରଙ୍ଗର କଲରାପତରିଆ ବାଘ ବୁଲୁଥିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥାଏ । ପୂର୍ବରୁ ଦେଶର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ, ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ ଆଦି ୮ଟି ରାଜ୍ୟରେ କଳାବାଘ ଦେଖାଯାଉଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷରୁ ରାଜ୍ୟରେ ଆରମ୍ଭ ହୋଇଛି ନିଜସ୍ଵ କଲରାପତରିଆ ବାଘ ଗଣନା । ଓଡ଼ିଶାର ୫୧ଟି ଡିଭିଜନରେ ବାଘ ଗଣନା କରାଯାଉଛି । ମେ' ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହି ଗଣନା ୪୦ ଦିନ ପର୍ଯ୍ୟନ୍ତ ଚାଲିବ । କଲରାପତରିଆ ବାଘ ଗଣନା ପାଇଁ ଟ୍ରାପ କ୍ୟାମେରାକୁ ବ୍ୟବହାର କରାଯାଉଛି । ରାଜ୍ୟର ୫୧ଟି ଡିଭିଜନରେ ପ୍ରାୟ ୩ ହଜାର ୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି । ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗକିଲୋମିଟରରେ ୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପୂର୍ବ ବର୍ଷ ବାଘ ଗଣନା ସମୟରେ ଟ୍ରାପ୍ କ୍ୟାମେରାରୁ ମିଳିଥିବା କଲରାପତରିଆ ବାଘର ଚିତ୍ରକୁ ଚିହ୍ନଟ ପାଇଁ ବ୍ୟବହାର କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.