ETV Bharat / state

ଜଳଶକ୍ତି ଅଭିଯାନ-୨୦୨୪, ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାଙ୍କ ଭୂମିକାକୁ ନେଇ ଆଲୋଚନା - Jal Shakti Abhiyan 2024

author img

By ETV Bharat Odisha Team

Published : Jun 29, 2024, 12:49 PM IST

Jal Shakti Abhiyan 2024: ଜଳଶକ୍ତି ଅଭିଯାନ-୨୦୨୪କୁ ନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜଳଶକ୍ତି ଅଭିଯାନର ଥିମ ରହିଛି 'ନାରୀ ଶକ୍ତି ସେ ଜଳ ଶକ୍ତି’ । ଅଧିକ ପଢନ୍ତୁ

Jal Shakti Abhiyan 2024
Jal Shakti Abhiyan 2024 (ETV Bharat Odisha)

ଭୁବନେଶ୍ୱର: ଜଳଶକ୍ତି ଅଭିଯାନ-୨୦୨୪ 'କ୍ୟାଚ-ଦି-ରେନ' ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜଳଶକ୍ତି ଅଭିଯାନର ଥିମ ରହିଛି 'ନାରୀ ଶକ୍ତି ସେ ଜଳ ଶକ୍ତି’ । ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ।

ବର୍ଷା ଋତୁ ଆରମ୍ଭ ହୋଇଥିବାବେଳେ ଜଳ ସଂରକ୍ଷଣକୁ ନେଇ ଜଳଶକ୍ତି ଅଭିଯାନ ଜାରି ରହିଛି । ୨୦୧୯ ମସିହାରୁ ଏହି ଅଭିଯାନ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଜଳଶକ୍ତି ଅଭିଯାନ-୫ମ ପର୍ଯ୍ୟାୟ ଚଳିତ ବର୍ଷ ମାର୍ଚ୍ଚ ୯ରୁ ଆରମ୍ଭ ହୋଇଛି । ଏହା ଆଗାମୀ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଭାରତ ସରକାରଙ୍କର କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି । ଜଳ ସଂରକ୍ଷଣ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଛି ।

ଓଡ଼ିଶାରେ ଜଳଶକ୍ତି ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ କିପରି ଚାଲିଛି ଓ ଚଳିତ ବର୍ଷାଋତୁ ତଥା ଆଗାମୀ ଦିନରେ କିପରି ପଦକ୍ଷେପ ରହିବ, ସେଥିନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ ସଂପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଛି । ଜଳ ସମ୍ପଦ ବିଭାଗ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, କ୍ରୀଡା ଓ ଯୁବ ସେବା, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପୂର୍ତ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଚଳିତ ବର୍ଷ କିପରି ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯିବ ଓ ଏଥିପାଇଁ କ'ଣ ସବୁ ଯୋଜନା ରହିଛି, ସେ ସଂପର୍କରେ ଉପସ୍ଥାପନା କରାଯାଇଛି ।

ଜିଲ୍ଲାରେ ଥିବା ଜଳାଶୟଗୁଡିକରୁ ଜବରଦଖଲ ହଟାଇବା, ପଞ୍ଚାୟତ ଘର, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ସରକାରୀ ଅନୁ​ଷ୍ଠାନରେ ଜଳ ପରିଚାଳନା କାର୍ଯ୍ୟ, କ୍ଷୁଦ୍ର ନଦୀ ଓ ନାଳ ଗୁଡିକର ପୁନରୁଦ୍ଧାର, ଜଳ ଭଣ୍ଡାର ଓ ନଦୀ ଅବବାହିକା ଅଞ୍ଚଳରେ ଜଳ ପରିଚାଳନା ବ୍ୟବସ୍ଥା, ବନୀକରଣ, ଜଳଛାୟା ଉନ୍ନୟନ ପ୍ରକଳ୍ପ ଜରିଆରେ ଜଳ ସଂରକ୍ଷଣ, ସରକାରୀ କୋଠାଗୁଡିକରେ ବର୍ଷା ଜଳ ଅମଳ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ନିମନ୍ତେ ପଞ୍ଚାୟତ ଜନପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସମସ୍ତ ସହଯୋଗୀ ଅନୁଷ୍ଠାନର ସହଯୋଗ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ କିପରି ବୈଜ୍ଞାନିକ ଉପାୟରେ ଜଳସଂରକ୍ଷଣ କରାଯାଇପାରିବ, ସେଥିପାଇଁ ଜଳ ସଂରକ୍ଷଣ ଯୋଜନା ଜଳ ଶକ୍ତି ଅଭିଯାନ ପୋର୍ଟାଲ ଓ୍ୱେବସାଇଟରେ ଅପଲୋଡ କରାଯାଉଛି ।

ଏହାମଧ୍ୟ ପଢନ୍ତୁ... ଠିକାଦାରଙ୍କ ଅବହେଳାରୁ ଜମିକୁ ମାଡୁନି ପାଣି, ଚିନ୍ତାରେ ଅତାବିରା ଚାଷୀ - Lachida Irrigation Project Issue

ଜନସାଧାରଣଙ୍କୁ ଜଳ ସଂରକ୍ଷଣ ସମ୍ପର୍କିତ ସୂଚନା ପାଇଁ ସମସ୍ତ ଜିଳ୍ଲାରେ ‘ଜଳଶକ୍ତି କେନ୍ଦ୍ର’ କାର୍ଯ୍ୟକାରୀ ହେଉଛି । ଏହି କେନ୍ଦ୍ର ଯେପରି ଠିକ ଭାବରେ କାର୍ଯ୍ୟକାରୀ ହେବ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ସହାୟତା ପ୍ରଦାନ କରିବ ଏ ଦିଗରେ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବାକୁ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି । ଉନ୍ନୟନ କମିଶନର ଜଳ ଶକ୍ତି ଅଭିଯାନ-୨୦୨୪ ର ରାଜ୍ୟ ନୋଡାଲ ଅଧିକାରୀ ରହିଛନ୍ତି । ବିଭିନ୍ନ ଜଳଭଣ୍ଡାରରେ ଜଳ ସଂରକ୍ଷଣ ସମେତ ଜଳ ସଂପଦ ବିଭାଗ ତରଫରୁ ଅନ୍ତଃନଦୀ ଜଳାଶୟ, ‘ଛାତ’ ଯୋଜନାରେ ବର୍ଷା ଜଳ ସଞ୍ଚୟ ପ୍ରକଳ୍ପ, ‘ଅରୁଆ’ ଯୋଜନାରେ ଭୂତଳ ଜଳ ଭରଣ ଓ ଭୂତଳ ପାଇପ ଲାଇନ ବ୍ୟବସ୍ଥାରେ ଜଳସେଚନ ଓ ଜଳ ପରିବହନ ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ।

ଅଭିଯାନର ସମନ୍ୱୟ ପାଇଁ ଜଳ ସମ୍ପଦ ବିଭାଗର ସବୋଚ୍ଚ ଯନ୍ତ୍ରୀ ଲିଙ୍ଗରାଜ ଗୌଡ଼ ନୋଡାଲ ଅଧିକାରୀ ରହିଛନ୍ତି । ଅନ୍ୟ ସମସ୍ତ ସଂପୃକ୍ତ ବିଭାଗର ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ସମନ୍ୱୟ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥାନନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥୀ.ଏସ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଭିସି ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ସମସ୍ତ ମହାନଗର ନିଗମର କମିଶନରମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.