ETV Bharat / state

ମା' କିଚକେଶ୍ବରୀ ମନ୍ଦିରରେ ବଜ୍ରପାତ, ଖସିପଡିଲା କଳସ ଓ ତ୍ରିଶୂଳ - Lightning Strike

author img

By ETV Bharat Odisha Team

Published : Jun 14, 2024, 10:53 PM IST

Mayurbhanj Kichakeswari Temple: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ଉପରେ ବଜ୍ରପାତ ଫଳରେ ମନ୍ଦିରରୁ କଳସ ଓ ତ୍ରିଶୂଳ ଖସିପଡ଼ିଛି । ଅଧିକ ପଢନ୍ତୁ

ମା' କିଚକେଶ୍ବରୀ ମନ୍ଦିରରେ ବଜ୍ରପାତ
ମା' କିଚକେଶ୍ବରୀ ମନ୍ଦିରରେ ବଜ୍ରପାତ (ETV Bharat Odisha)

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା' କିଚକେଶ୍ୱରୀ ମନ୍ଦିରରେ ଅଚାନକ ବଜ୍ରପାତ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଓ ଘଡଘଡି ସହିତ ପ୍ରବଳ ପବନ ବହିଥିଲା । ସେହି ସମୟରେ ଅଚାନକ ମା' କିଚକେଶ୍ବରୀଙ୍କ ମନ୍ଦିର ଉପରେ ବଜ୍ରପାତ ହୋଇଥିଲା । ବଜ୍ରପାତ ଫଳରେ ମା'ଙ୍କ ମନ୍ଦିର ଚୁଡ଼ାରେ ଥିବା କଳସର କିଛି ଅଂଶ ଓ ତ୍ରିଶୂଳଟି ଭାଙ୍ଗି ତଳେ ପଡି ଯାଇଥିଲା । ସେହି ସମୟରେ ମନ୍ଦିର ଭିତରେ ପୂଜକ ଓ ସେବାୟତ ଉପସ୍ଥିତ ଥିବା ବେଳେ ଶ୍ରଦ୍ଧାଳୁମାନେ ମଧ୍ୟ ପୂଜାର୍ଚ୍ଚନା କରୁଥିଲେ । ହେଲେ ମା' କିଚକେଶ୍ବରୀଙ୍କ ଦୟାରୁ କାହାରି କିଛି ଅନିଷ୍ଟ ହୋଇ ନଥିବା ସୂଚନା ରହିଛି ।

ସେହିପରି ବିଜୁଳି ଓ ଘଡଘଡି ଯୋଗୁଁ ମନ୍ଦିର ଭିତରେ ଲାଗିଥିବା ଇନଭର୍ଟର ଓ ବ୍ୟାଟେରୀ ଫାଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଯାହା ଫଳରେ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁ, ସେବାୟତ ଓ ପୂଜକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଏହା ଅଶୁଭ ସଂକେତ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏହିପରି ଘଟଣା ମଧ୍ୟ ପୂର୍ବରୁ ଦୁଇ ଥର ହୋଇଥିବା ମନ୍ଦିର କର୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ମନ୍ଦିରର ପରିଛା ଅଜୟ ସାହୁଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ବାରମ୍ବାର ଏପରି ଅଭାବନୀୟ ଘଟଣା ଘଟୁଛି । କାରଣ ମନ୍ଦିରରେ ଇଲେକଟ୍ରିକ୍ ଆର୍ଥିଂ ନାହିଁ । ଯାହା ଫଳରେ ବାରମ୍ବାର ଏଭଳି ଅଘଟଣ ଘଟୁଛି ।

ପ୍ରକାଶ ଥାଉକି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ଯଶିପୁର ବିଧାୟକ ତଥା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଓ ସାରସକଣା ବିଧାୟକ ଭାଦବ ହାଁସଦା ଚଳିତ ନିର୍ବାଚନରେ ବିଜୟୀ ହେବା ପରେ ମୟୂରଭଞ୍ଜ ଜିଲ୍ଲାର ଐତିହାସିକ ଖିଚିଂ ମନ୍ଦିର ତଥା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚକେଶ୍ବରୀଙ୍କ ମନ୍ଦିର ଯାଇ ମା'ଙ୍କ ପୂଜାର୍ଚ୍ଚନା ସହିତ ମା'ଙ୍କ ଆଶିଷ ଲାଭ କରିଥିଲେ । ସେହିପରି ଚଳିତ ବର୍ଷ ଫେବୃଆରୀ ମାସ ୨୮ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖିଚିଂ ସ୍ଥିତ ମା' କିଚକେଶ୍ବରୀ ମନ୍ଦିର ଆସି ସାରା ଜଗତର କଲ୍ୟାଣ ପାଇଁ ମା'ଙ୍କ ପୂଜାର୍ଚ୍ଚନା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...୪ଦିନ ଅସହ୍ୟ ଗୁଳୁଗୁଳି, ୧୭ରୁ ପ୍ରବଳ ବର୍ଷା ! - Favourable Conditions For Monsoon

ସ‌େପଟେ ଗତକାଲି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାନମହୁଲଡିହା ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହିତ ବଜ୍ରପାତ ହୋଇଥିଲା । ସେହି ସମୟରେ ଘର ପରିବାର ସହିତ ବାରଣ୍ଡାରେ ବସିଥିଲେ ମାଙ୍ଗତା । ବଜ୍ରାଘାତ ଫଳରେ ମଙ୍ଗତା ସେଠାରେ ସେ ଟଳିପଡ଼ିଲେ । ପରିବାର ଲୋକ ମାଙ୍ଗତାଙ୍କୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ମାଙ୍ଗତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.