ETV Bharat / state

ମୋ ବସ ଦୁର୍ଘଟଣା ପରେ ଆକ୍ସନ ମୋଡରେ ସରକାର, 40ରୁ ଟପିବନି ସ୍ପିଡ - TRANSPORT MINISTER ON MO BUS

'ମୋ ବସ୍' ଚାଳକଙ୍କ ବେପରୁଆ ଗାଡିଚାଳନା ନେଇ ଅଭିଯୋଗ ପରେ ନିୟମ କଡ଼ାକଡ଼ି କରିଛନ୍ତି ସରକାର । ସହରରେ 40 ଓ ସହର ବାହାରେ ଘଣ୍ଟା ପ୍ରତି 50 କିମି ବେଗ ରହିବ ।

Mo Bus
Mo Bus (CRUT)
author img

By ETV Bharat Odisha Team

Published : Nov 6, 2024, 7:39 PM IST

ଭୁବନେଶ୍ୱର: 'ମୋ ବସ୍' ଚାଳକଙ୍କ ବେପରୁଆ ଗାଡି ଚାଳନା ନେଇ ଆସୁଛି ଗୋଟିଏ ପରେ ଗୋଟିଏ ଅଭିଯୋଗ । ଅନେକ ମୃତାହତ ହେଉଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ମୋ ବସରେ ସ୍ପିଡ୍ ଲିମିଟ ରହିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେହିପରି 'ମୋ ବସ' ସହରରେ 40 ଓ ସହର ବାହାରେ ଘଣ୍ଟା ପ୍ରତି 50 କିମି ବେଗରେ ଗତି କରିବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କେବେ ଆରମ୍ଭ ହୋଇଥିଲା 'ମୋ ବସ୍' ସେବା?

Mo Bus (ETV Bharat Odisha)

ସାଧାରଣ ପରିବହନ ବ୍ୟବସ୍ଥାରେ 'ମୋ ବସ' ସେବା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି । ରାଜ୍ୟର ବିଭିନ୍ନ ସହରରେ 'ମୋ ବସ' ସେବା ଜାରି ରହିଛି । ବିଭିନ୍ନ ସହରାଞ୍ଚଳର ଅନେକ ଲୋକ 'ମୋ ବସ' ସେବା ଉପରେ ନିର୍ଭର କରନ୍ତି । ଆଜିକୁ ଠିକ 6 ବର୍ଷ ପୂର୍ବେ 2018 ମସିହା ନଭେମ୍ବର 6 ତାରିଖରେ 'ମୋ ବସ' ସେବା ଆରମ୍ଭ ହୋଇଥିଲା । ପ୍ରାଥମିକଭାବେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ 'ମୋ ବସ' ସେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ବିଗତ ବର୍ଷରେ 'ମୋ ବସ' ସେବା ଅନେକ ସଫଳତା ହାସଲ ହାସଲ କରିଛି । ଜାତୀୟ ସ୍ତରରେ ଏହା ପୁରସ୍କାର ମଧ୍ୟ ପ୍ରାପ୍ତ କରିଛି ।

'ମୋ ବସ୍' ଦୁର୍ଘଟଣା:
ସଫଳତା ସହ ଅନେକ କୁଖ୍ୟାତି ମୋ ବସ ସେବା ସହ ଯୋଡି ହୋଇଛି । ଦ୍ରୁତଗତି ଓ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ମୋ ବସ । ଦ୍ରୁତଗତି ଯୋଗୁଁ ଖୋର୍ଦ୍ଧାରେ ରାସ୍ତାକଡ଼ କେନାଲରେ ପଡିଥିଲା 'ମୋ ବସ' । ଫଳରେ 15ରୁ ଅଧିକ ଲୋକ ଆହତ ହୋଇଥିଲେ । ସେହିପରି କଟକ ଓ ଭୁବନେଶ୍ୱରରେ ଦୁର୍ଘଟଣା ଘଟାଇ ଜୀବନ ନେଇଛି 'ମୋ ବସ' । ଦ୍ରୁତଗତି ଓ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ 'ମୋ ବସ' ବିଫଳତା ଗୋଟାଇବାରେ ଲାଗିଛି 'ମୋ ବସ' ସେବା । ଏନେଇ ବଦନାମ ହେବା ପରେ ଚେତିଛନ୍ତି ରାଜ୍ୟ ସରକାର । ପଦକ୍ଷେପ ନେଇଛି ନଗର ଉନ୍ନୟନ ବିଭାଗ । ମୋ ବସରେ ସ୍ପିଡ୍ ଲିମିଟ ରହିବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନଗର ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ:

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ମୋ ବସରେ ସ୍ପିଡ୍ ଲିମିଟ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । 'ମୋ ବସ' ସ୍ପିଡ୍ ଲିମିଟ ସହର ମଧ୍ୟରେ 40 କିମି ପ୍ରତି ଘଣ୍ଟା ରହିବ । ସହର ବାହାରକୁ ଯାଉଥିବା ବସର ସ୍ପିଡ୍ 50 କିମି ପ୍ରତି ଘଣ୍ଟା ରହିବ । ଗାଡିକୁ ବାରମ୍ବାର ତନଖି କରାଯିବ । 'ମୋ ବସ' ଚାଳକଙ୍କ ଲାଇସେନ୍ସ ଚେକିଂ ହେବ । ଯାହାର ଲାଇସେନ୍ସ ଥିବ ସେ ଗାଡି ଚଳାଇବ । ନିଶା ସେବନ କରିଛନ୍ତି ନା ନାହିଁ ତାହାର ଟେଷ୍ଟ ହେବ । ଟେଷ୍ଟ ଦେଇ ଗାଡିରେ ଚଢ଼ିବେ ମୋ ବସ ଚାଳକ । ମଝିରେ ମଝିରେ ମଧ୍ୟ ଟେଷ୍ଟ କରାଯିବ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ।"

ଏହା ବି ପଢନ୍ତୁ...'ମୋ ବସ୍' କର୍ମଚାରୀଙ୍କ ଆନ୍ଦୋଳନ, ଘଣ୍ଟା ଘଣ୍ଟା ଧରି ସେବା ଠପ୍

ଏହା ବି ପଢନ୍ତୁ...'ମୋ ବସ' ମୁହାଁ ଯାତ୍ରୀ, ଅଟୋ ଚାଳକଙ୍କ ରୋଜଗାରରେ ବେଡ଼ି - Mo Bus Affects Auto Drivers Income

ଏହା ବି ପଢନ୍ତୁ...'ଲକ୍ଷ୍ମୀ ବସ' ପରେ 'ମୋ ବସ' ପାଳି; ବଦଳିପାରେ ନାଁ, ଇସାରା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - Mo Bus Name May Be Changed

ନିକଟରେ କ୍ରୁଟ ପକ୍ଷରୁ ନୂତନ 12ଟି e-bus ସେବାର ଶୁଭାରମ୍ଭ ହୋଇଛି । ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ୱାଣ୍ଡର୍ଲା ପାର୍କ ଓ ଭୁବନେଶ୍ୱର ବିମାନବନ୍ଦରରୁ ପଥରଗାଡ଼ିଆ ଏବଂ କିସ ମହାବିଦ୍ୟାଳୟ ଭାୟା ମାଷ୍ଟରକ୍ୟାଣ୍ଟିନ ଭଳି 2ଟି ନୂଆ ରୁଟ 65 ଏବଂ 66 ନମ୍ବର ଆରମ୍ଭ ହୋଇଛି । ସହରାଞ୍ଚଳ ପରିବହନ ଯାତାୟତର ନେଟୱାର୍କକୁ ବୃଦ୍ଧି କରି କ୍ରୁଟ 475 ମୋ ବସ 97ଟି ରୁଟ୍‌ରେ ଯାତାୟତ ସେବା ପ୍ରଦାନ କରୁଛି । ସେଥିମଧ୍ୟରୁ 95ଟି ଇ.ବସ ଚଳାଚଳ କରୁଛି । ସେହିପରି ମୋ ବସର ମୋବାଇଲ ଆପ ରହିଛି । ଯେଉଁଥିରେ ଚଳନ୍ତା ବସଗୁଡ଼ିକର ଟ୍ରାକିଂ ଏବଂ ବସ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ । ଏହି ଆପକୁ ବ୍ୟବହାର କରି ଯାତ୍ରୀ ଅନଲାଇନ ଟିକେଟ୍ ଏବଂ ପାସ କରିବା ସହିତ ଏହାର ନବୀକରଣ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.