ETV Bharat / state

ମନରେଗା ଯୋଜନାରେ ଦୁର୍ନୀତି ! କାର୍ଯ୍ଯାନୁଷ୍ଠାନ ଦାବି କଲେ ଗ୍ରାମବାସୀ - ମନରେଗା ଯୋଜନା ଦୁର୍ନୀତି

MGNREGA scheme Alleged irregularities in Nuapada: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଅଧିକ ପଢନ୍ତୁ,

MGNREGA scheme
ମନରେଗା ଯୋଜନାରେ ଦୁର୍ନୀତି
author img

By ETV Bharat Odisha Team

Published : Feb 20, 2024, 10:18 AM IST

ନୂଆପଡା: ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଗ୍ରାମପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ବ୍ୟାପକ ଟଙ୍କା ହଡ଼ପ ଅଭିଯୋଗ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ସୂଚନା ଅନୁଯାୟୀ, ମଖାପଦର ଗ୍ରାମପଞ୍ଚାୟତ ଲିଆଡ ଗାଁର ଚାଷୀ କେତନ ମାଝୀ ନାମକ ହିତାଧିକାରୀ ନାମରେ ଟଙ୍କା ହଡପ ଅଭିଯୋଗ ହୋଇଛି। ହିତାଧିକାରୀ ଚାଷୀ ଟଙ୍କାଟିଏ ପାଇନଥିବା ବେଳେ ସରପଞ୍ଚ, ଗ୍ରାମପଞ୍ଚାୟତ ପିଇଓ, ଜିଆରଏସ ମିଶି ଟଙ୍କା ଆତ୍ମସାତ କରିଥିବା ଗାଁ ଲୋକେ ସଙ୍ଗୀନ ଅଭିଯୋଗ କରିଛନ୍ତି । ତେବେ ଲିଆଡ଼ ଗ୍ରାମର ଚାଷୀ କେତନ ମାଝୀ ଗତ 2023 ବର୍ଷ ଅକ୍ଟୋବର 10 ତାରିଖରେ ସଜନା ଗଛ ପ୍ଳାଣ୍ଟେସନ କାମ ଆରମ୍ଭ କରିଥିବା ଚାଷଜମି ଉପରେ ବୋର୍ଡ ଲଗାଯାଇଛି । ହେଲେ ଜମି ଉପରେ କୌଣସି ସଜନା ଗଛ ଲଗାଯାଇନାହିଁ । ବୋର୍ଡ ଲାଗିଥିବା ଜମି ଉପରେ ହରଡ଼ ଚାଷ ଏବଂ କପା ଚାଷ ହେଉଛି । ତେଣୁ ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ମନରେଗା ଦୁର୍ନୀତି ! ପରିଶ୍ରମ କଲେ ଲୋକେ, ମିଳୁନି ପ୍ରାପ୍ୟ

ଏହା ମଧ୍ୟ ପଢନ୍ତୁ - ମନରେଗା ଯୋଜନାରେ ମେସିନ କରୁଛି କାମ, ଦାଦନ ଖଟି ଯାଉଛନ୍ତି ଶ୍ରମିକ

ତେବେ ମୁନୁଗା ପ୍ଳାଣ୍ଟେସନ ବୋର୍ଡରେ ଅଟକଳ ପରିମାଣ 3 ଲକ୍ଷ 99 ହଜାର 84 ଟଙ୍କା ଲେଖା ହୋଇଥିବା ବେଳେ 2023 ମସିହା ଅକ୍ଟୋବର ମାସରେ କାମ ହୋଇଥିବା ଉଲ୍ଲେଖ କରାଯାଇଛି । ସେହିଭଳି ନିୟୋଜିତ ଶ୍ରମିକଙ୍କୁ ଦୈନିକ 352 ଟଙ୍କା ପ୍ରଦାନ କାରାଯିବା ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥା ସିନାପାଲି ବ୍ଲକ ମଖାପଦର ଗ୍ରାମ ପଞ୍ଚାୟତ ଉଲ୍ଲେଖ କରାଯାଇଛି । ଏହି ଘଟଣାକୁ ମଖାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ତଥ୍ୟ ଦେବା ତାଙ୍କ ଅଧିକାର ନାହିଁ ବୋଲି କହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି । ସେହିପରି ଗ୍ରାମପଞ୍ଚାୟତ GRS ଙ୍କୁ ପଚାରିବା ରୁ କେବଳ ବୋର୍ଡ ଲଗାଯାଇଛି । କାମ ହୋଇନଥିବା ଘଟଣା କୁ ସ୍ୱୀକାର କରିଛନ୍ତି । ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ତାହା ନହେଲେ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.