ETV Bharat / state

ମାଂସ ଖାଉଥିଲେ ସାବଧାନ ! କୁକୁଡ଼ାକୁ ହେଉଛି ଅଜଣା ରୋଗ - Mass Chicken Death

author img

By ETV Bharat Odisha Team

Published : Aug 18, 2024, 7:19 PM IST

Mass Chicken Death: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଦେଖା ଦେଇଛି କୁକୁଡ଼ା ମଡ଼କ । ଅଜଣା ଭାଇରସ ସଂକ୍ରମିତ ହେବା ଦ୍ବାରା ପ୍ରତିଦିନ ଶହ ଶହ କୁକୁଡ଼ା ମରୁଥିବା ଅଭିଯୋଗ ହୋଇଛି । ସେପଟେ ଋଣ କରି କୁକୁଡ଼ ଚାଷ କରିଥିବା ଚାଷୀ ହତାଶ । ସରକାରୀ ସହାୟତା ପ୍ରଦାନ ଦାବି କରିଛନ୍ତି ଚାଷୀ, ନଚେତ୍ ଜୀବନ ହାରିବା ପାଇଁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

MASS POULTRY DEATHS IN DELANG
MASS POULTRY DEATHS IN DELANG (ETV Bharat Odisha)

ନିମାପଡ଼ା: କୁକୁଡ଼ାକୁ ଅଜଣା ରୋଗ । ଅଜଣା ଭାଇରସ ସଂକ୍ରମିତ ହେବା ଦ୍ୱାରା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ଚାଷ ସଙ୍କଟରେ । ଶତାଧିକ ବ୍ରଏଲର କୁକୁଡ଼ା ଫାର୍ମ ଭିତରେ ମରିଯାଉଥିବାରୁ କୁକୁଡ଼ାଚାଷୀ ମୁଣ୍ଡରେ ଚଡକ ପଡିଛି । ପୁରୀ ଜିଲ୍ଲାରର ବିଭିନ୍ନ ବ୍ଲକରେ ଗତ କିଛି ଦିନ ଧରି କୁକୁଡ଼ା ମଡ଼କ ଦେଖାଦେଇଛି । ଫଳରେ କୁକୁଡ଼ା ଚାଷୀଙ୍କ ନିଦ ହଜାଇ ଦେଇଛି । ଏହି ଅଜଣା ରୋଗ କୁକୁଡ଼ାଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବାବେଳେ ସରକାରୀ ସାହାଯ୍ୟ ଅପେକ୍ଷାରେ ଚାଷୀ ।

କୁକୁଡ଼ା ମଡ଼କ ଚିନ୍ତାରେ ଚାଷୀ:

ବିଶେଷ କରି ଡେଲାଙ୍ଗ ଅଞ୍ଚଳର ସଡାଙ୍ଗଇ ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମ ଗୁଡିକରେ ଅଜଣା ରୋଗରେ କୁକୁଡ଼ା ମରୁଥିବା ଦେଖିବାକୁ ମିଳିଛି । ଏନେଇ ଜଣେ ଚାଷୀ ନେତା କହିଛନ୍ତି,"କୁକୁଡ଼ା ଚାଷୀ ସଙ୍କଟରେ , କୁକୁଡ଼ା ଚାଷର ସର୍ବନାଶ ଯେଉଁ ଭାଇରସ ଆସିଛି ତାହା ପ୍ରାଣୀ ବିଭାଗ ମଧ୍ୟ କହିପାରୁ ନାହଁ । ତାହାର ପ୍ରତିକାରକ ପାଇଁ କିଛି ଔଷଧ ନାହିଁ । କୁକୁଡ଼ା ଚାଷରେ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ଏକ ହଜାର କୁକୁଡାରୁ ୧୦ ହଜାର କୁକୁଡା ଚାଷ କରିଛନ୍ତି । ଏଥିରେ ପ୍ରାୟ ୧୦ ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।ହେଲେ ଏଭଳି କୁକୁଡ଼ା ମଡ଼ାକ ଚାଷୀଙ୍କୁ ସର୍ବସ୍ବାନ୍ତ କରିଛି । ପ୍ରତ୍ୟେକ ଦିନ ଶହେରୁ ପାଞ୍ଚଶହ କୁକୁଡ଼ା ମରୁଛନ୍ତି । କୁକୁଡ଼ା ଫାର୍ମ ସବୁ ଖାଲି ହୋଇଗଲେଣି । ଫାର୍ମ ମାଲିକ ମାନେ ୫୦ ଟଙ୍କା,୭୦ ଟଙ୍କାରେ ବିକ୍ରି କରିଦେଉଛନ୍ତି । "

ଏହା ମଧ୍ୟ ପଢନ୍ତୁ...ପାଣି ଘେରରେ ଜଗତସିଂହପୁର ଜିଲ୍ଲା; ଶହ ଶହ ଏକର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ - Flood Situation in Kujang

କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଦାବି:

ସେ ଆହୁରି ମଧ୍ୟ କହିଛନ୍ତି," ଆମର ଦାବି ହେଉଛି ଆପଣଙ୍କ ଅଦିନିଆ ବର୍ଷା ବନ୍ୟା, ବାତ୍ୟା ଏବଂ ମରୁଡି କଥାକୁ ନେଇ ସରକାର ଯେମିତି ଚାଷୀମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ସେହିପରି କୁକୁଡ଼ା ଚାଷୀ ମାନଙ୍କୁ ମଧ୍ୟ କୁକୁଡ଼ା କ୍ଷୟକ୍ଷତି ହେଲେ ସରକାରଙ୍କ ତରଫରୁ କ୍ଷତି ପୂରଣ ପ୍ରଦାନ କରାଯାଉ । ସରକାରଙ୍କ ପାଖରେ ଆମେ ଦାବି କରୁଛୁ ପିପିଲି ଡେଲାଙ୍ଗର ନବନିର୍ବାଚିତ ବିଧାୟକ ଆଶ୍ରିତ ପଟ୍ଟନାୟକ,ପୁରୀ ସାଂସଦ ଏବଂ କୃଷିମନ୍ତ୍ରୀ ଏହି କୁକୁଡ଼ା ମଡ଼କ ଉପରେ ଧ୍ୟାନଦିଅନ୍ତୁ । ତାହାର ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରୀସ୍ତରରେ କ୍ଷତି ପୂରଣ ଦିଅନ୍ତୁ । ଯଦି ଏହା ଉପରେ ବିହିତ ପ୍ରତିକାର କରାନଯାଏ ତାହାଲେ ଶହଶହ ଚାଷୀ ଜୀବନ ହାରିବେ । "

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.