ରାୟଗଡ଼ା: ସହରର ପ୍ରେମ ପାହାଡରେ ଏକ ଅଭିନବ ବାହାଘର ଅନୁଷ୍ଠିତ ହୋଇଛି । ରାୟଗଡା ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସେଠାରେ ରୁଣ୍ଡ ହୋଇଛନ୍ତି । ବରଗଛ ଆଉ ଓସ୍ତଗଛର ବାହାଘର ହେଉଛି । ଆସନ୍ତୁ ଦେଖିବା ଆଜିର ବସ୍ତୁବାଦୀ ସମାଜରେ ପ୍ରକୃତି ପ୍ରତି ରହିଥିବା ସମ୍ମାନ ଆଉ ପୁରାତନ ପରମ୍ପରାକୁ ନେଇ ଚାଲିଥିବା ଏହି ବିରଳ ବୃକ୍ଷଙ୍କ ବାହାଘର । ବାଜା ବାଜୁଛି, ଶଙ୍ଖ ପୁଙ୍କା ହେଉଛି ,ପୁରହିତ ମନ୍ତ୍ର ଉଚ୍ଚାରମ କରୁଛନ୍ତି ।
ଏପଟେ ବରଯାତ୍ରୀ ନାଚଗିତରେ କନିଆ ଘରକୁ ଆସୁଛନ୍ତି । ସମଗ୍ର ଅଞ୍ଚଳ କୋଲାହଳରେ ପରିପୂର୍ଣ୍ଣ ହୋଇଛି । ସାଜସଜା ହୋଇ ବରଯାତ୍ରୀ ଅଛନ୍ତି କନ୍ୟା ଯାତ୍ରୀ ବି ଅଛନ୍ତି । ହେଲେ ଏଠି ବରଗଛ ବର ସାଜିଥିବା ବେଳେ ଓସ୍ତ ଗଛ କନ୍ୟା ସାଜିଛନ୍ତି । ଚୈତ୍ରମାସ ସୁକ୍ଳ ପକ୍ଷ ନବମୀ ତିଥିରେ ବଡ ଧୁମଧାମରେ ସମସ୍ତ ପ୍ରକାର ବୈଦିକ ଋତିରେ ବାହାଘର ଅନୁଷ୍ଠିତ ହେଉଛି ବର ଗଛ ଓ ଉସ୍ତ ଗଛର । ଆଜି ସକାଳୁ ରାୟଗଡା ସହରର ପ୍ରେମ ପାହାଡ ପରିସରରେ ଏହି ଦୁଇ ଗଛର ବିବାହ ସମ୍ପନ୍ନ ହୋଇଛି । ବରଯାତ୍ରୀ ପ୍ରାୟ ଏକ କିଲୋମିଟର ପ୍ରସେସନରେ ଆସି କନିଆ ପାଖରେ ପହଞ୍ଚିଛନ୍ତି । ବରଯାତ୍ରୀକୁ ବନ୍ଦାପନା କରି ବିବାହ ମଣ୍ଡପକୁ ଆଣିବା ପରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟ ।
ଆଜି ଦିନ ତମାମ ପ୍ରେମ ପାହାଡରେ ଲାଗିଥିଲା ଗହଳି ଚହଳି । ବୈଦିକ ରୀତିନିତୀ ଅନୁଯାୟୀ ଏହି ଦୁଇ ଗଛକୁ ବିବାହ କରାଯାଇଥିଲା । ରାୟଗଡା ସହରର ବିନୋଦ ବାବୁ ଓ ତାଙ୍କ ସହଧର୍ମିଣୀ ବରର ବାପାମାଆ ହୋଇଥିବା ବେଳେ ଏସ.ବିରବାବୁ ଓ ନାଗେଶ୍ବରୀ କନ୍ୟାପିତା ମାତା ସାଜିଛନ୍ତି । ବାହାଘର ପାଇଁ ହୋଉଥିବା ଭୋଜି, ବରଯାତ୍ରୀ, ବାଜାବାଜଣା, ପୂଜା ଓ କର୍ମକାଣ୍ଡ ଖର୍ଚ୍ଚ ସବୁ କନ୍ୟାପିତା ଖର୍ଚ୍ଚ କରୁଛନ୍ତି । ସକାଳୁ ବରଯାତ୍ରୀଙ୍କ ପାଇଁ ଚର୍ଚ୍ଚା ପାଇଁ ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ହୋଇଛି ।
ଏହି ବାହାଘର ପାଇଁ ଆନ୍ୟାନ୍ୟ ଆନୁସଙ୍ଗିକ ସହାୟତା ପାଇଁ ରାୟଗଡା ସହରର ମହିଳା ୱାକରସ କ୍ଲବ ଓ ଲାୟନ୍ସ କ୍ଳବର ସଦସ୍ୟ ମାନେ ଆଗେଇ ଆସିଛନ୍ତି । ଏପରି ବିବାହ କରିବା ଦ୍ବାରା ବିଶ୍ବ ଶାନ୍ତି ହେବା ସହ ଅପୁତ୍ରିକକୁ ପୁତ୍ର ଲାଭ ହେବ ବୋଲି ଆଧ୍ୟାତ୍ମିକ ବିଶ୍ବାସ ରହିଛି । ଏହି ବରଗଛ-ଓସ୍ତ ଗଛ ବାହାଘର ଗଛକୁ ଭଲପାଇବା ,ପୂଜା କରିବା ସହିତ ସମାଜକୁ ଏକ ପରିବେଶ ନେଇ ଏକ ସଚେତନତାର ବାର୍ତ୍ତା ଦେଉଛି ।
ଇଟିଭି ଭାରତ, ରାୟଗଡ଼ା