ETV Bharat / state

ରୋଜଗାର ଗ୍ୟାରେଣ୍ଟି ଗେଣ୍ଡୁଫୁଲ, SHG ମହିଳାଙ୍କୁ କରିଛି ସ୍ବାବଲମ୍ବୀ - MARIGOLD FARMING BY SHG WOMEN

ସ୍ବୟଂ ସହାୟକ ଗୋଷ୍ଠୀ(SHG) ଦେଇଛି ରୋଜଗାର । ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ସମ୍ମାନର ସହ ବଞ୍ଚିବାକୁ କରିଛି ବିକଳ୍ସ ବ୍ୟବସ୍ଥା । ସମ୍ବଲପୁର ହୁତମା ଗାଁରୁ ବାଦଶାହ ଯୁଷ୍ମନ ରାଣାଙ୍କ ରିପୋର୍ଟ ।

Marigold farming BY SHG women In Sambalpur Maneswar Hutma
Marigold farming BY SHG women In Sambalpur Maneswar Hutma (ETV Bharat Odisha)
author img

By ETV Bharat Odisha Team

Published : Dec 6, 2024, 2:46 PM IST

ସମ୍ବଲପୁର: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସଫଳତା ସାଉଣ୍ଟିବାରେ ସହାୟ ହୁଏ ଦୃଢ଼ ଇଚ୍ଛାଶକ୍ତି । ସମାଜରେ ଏଭଳି ଉଦାହରଣ ଅନେକ ରହିଛି । ତେବେ ଆମେ ଯେଉଁ ଉତ୍ସାହୀ ଏବଂ ଉଦ୍ୟମୀଙ୍କ କଥା କହିବାକୁ ଚାହୁଁଛୁ, ତାହା ସ୍ବତନ୍ତ୍ର, ଭିନ୍ନ ଏବଂ ନିଆରା । ଆମେ କହୁଛୁ କିଛି ଉଦ୍ୟମୀ ମହିଳାଙ୍କ କଥା । ଯେଉଁମାନେ ଘରର ଚାରିକାନ୍ଥ ଭେଦ କରି ନିଜେ ସଶକ୍ତ ଏବଂ ସ୍ବଚ୍ଛଳ ତ ହୋଇଛନ୍ତି, ଏହାସହ ପରିବାରକୁ ଆର୍ଥିକ ଦୃଷ୍ଟିରୁ ମଜଭୁତ କରିବାରେ ସହାୟକ ହୋଇଛନ୍ତି । ସମାଜ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି । ଆସନ୍ତୁ ଜାଣିବା ....

ଆକୃଷ୍ଟ କରିଥିଲା ଫୁଲ ଚାଷ:

ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ସମ୍ବଲପୁର ସହରରୁ ୭ କିଲୋମିଟର ଦୂର, ମାନେଶ୍ଵର ବ୍ଲକ ତବଲା ପଞ୍ଚାୟତର ହୁତମା ଗାଁ । ଗାଁର ଅଧିକାଂଶ ପରିବାର ଚାଷ କାମ ଉପରେ ନିର୍ଭର କରନ୍ତି । ଘରର ପୁରୁଷ ସଦସ୍ୟ ଜମିରେ ଚାଷ କରୁଥିବା ବେଳେ ମହିଳାମାନେ ମୁଖ୍ୟତଃ ଘର କାମରେ ନିୟୋଜିତ ରହିଥାନ୍ତି । ସାଧାରଣତଃ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ଥାଆନ୍ତି ମହିଳାମାନେ । ତାରି ଭିତରେ ଗାଁର କିଛି ବିବାହିତା ମହିଳା ଘର ବାହାରକୁ ପାଦ କାଢ଼ିଛନ୍ତି । ରୋଷେଇ ବାସ, ପିଲା ଛୁଆ ଏବଂ ଶାଶୂ ଶ୍ବଶୁରଙ୍କ ଦାୟିତ୍ବ ବୁଝି ସାରିବା ପରେ, ବଳକା ସମୟକୁ ନଷ୍ଟ ନକରି ଭଲ କାମରେ ଲଗାଇଛନ୍ତି । କଣ କରିବେ ? କେମିତି ସମୟର ସୁଦୁପଯୋଗ କିରବେ ? କେମିତି ନିଜେ ରୋଜଗାରକ୍ଷମ ହେଲେ ? ଏଭଳି କିଛି କଥାକୁ ମହିଳାମାନେ ନିଜ ନିଜ ମଧ୍ୟରେ ଆଲୋଚନା କରିଥିଲେ । ଶେଷରେ ସ୍ଥିର କଲେ ଫୁଲ ଚାଷ କରିବେ ।

Marigold farming BY SHG women In Sambalpur Maneswar Hutma (ETV Bharat Odisha)

ମହାଲକ୍ଷ୍ମୀ SHG:

କେମିତି କରିବେ ଫୁଲ ଚାଷ ? କେଉଁ ଫୁଲ ଚାଷ କରିବେ ? କେଉଁଠି କରିବେ ? କେଉଁଠୁ ଚାରା ଆଣିବେ ? ଚାଷ ପାଇଁ ଟଙ୍କା କେଉଁଠୁ ଆସିବ ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ପରିବାର, ପଡ଼ିଶା ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ଆଗକୁ ବଢ଼ିଲେ ହୁତମା ଗାଁର ୧୦ ଜଣ ମହିଳା । ଗଠନ କଲେ ସ୍ବୟଂ ସହାୟକ ଗୋଷ୍ଠୀ, ଯାହାର ନାଁ ଦେଲେ ମାଆ ମହାଲକ୍ଷ୍ମୀ SHG । ୨୦୧୭ ସେପ୍ଟେମ୍ବର ୯ ତାରିଖରେ ଗଠିତ ହୋଇଥିଲା ମାଆ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ । ପରେ ନିଜ ଅଞ୍ଚଳର ଜଣେ ଗେଣ୍ଡୁଫୁଲ ଚାଷୀଙ୍କଠାରୁ ପ୍ରେରଣା ପାଇ ଏହି ଚାଷ ଆରମ୍ଭ କଲେ ।

Marigold farming BY SHG women In Sambalpur Maneswar Hutma
Marigold farming BY SHG women In Sambalpur Maneswar Hutma (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ଡ୍ରାଗନ ଫ୍ରୁଟ ଚାଷ କରି ସ୍ବାବଲମ୍ବୀ ମହିଳା, ବର୍ଷକରେ 2 କ୍ୱିଣ୍ଟାଲ ଉତ୍ପାଦନ

ବାଦାମ ଚାଷରୁ ଲକ୍ଷ ଲକ୍ଷ ରୋଜଗାର, ଆତ୍ମନିର୍ଭରଶୀଳ ହେଲେ ଆଦିବାସୀ ମହିଳା; କମାଲ କଲା ଜୈବିକ ସାର, ଏକରରୁ ୧୦୦ କ୍ୱିଣ୍ଟାଲ ଉତ୍ପାଦନ - Tribal Women Become Self Reliant

କେମିତି ଥିଲା ଫୁଲ ଚାଷ ଆରମ୍ଭର ଯାତ୍ରା ?

ନିଜ ଗାଁ ନଦୀ କୂଳରେ ୧ ଏକର ଜମି ଚାରିପଟେ ବାଡ଼ ତିଆରି କଲେ । ତାପରେ ଆରମ୍ଭ ହେଲା ପ୍ରକ୍ରିୟା । ଗେଣ୍ଡୁଫୁଲ ଚାଷରେ ମାଆ ମହାଲକ୍ଷ୍ମୀ SHGକୁ ସହାୟତାର ହାତ ବଢ଼ାଇଥିଲେ ମାନେଶ୍ଵର ବ୍ଲକ ତବଲା ପଞ୍ଚାୟତ ହୁତମା ସିଏଲଏଫ ର ସି.ଆର.ପି ମଞ୍ଜୁଲତା ଭଏଁସା । ମଞ୍ଜୁଲତା, ତବଲା ଗ୍ରାମ ପଞ୍ଚାୟତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହାସଂଘରୁ ଏମାନଙ୍କ ପାଇଁ ୧ ଲକ୍ଷ ଟଙ୍କାର ଋଣ କରାଇ ଦେଇଥିଲେ । ପରେ ଏମାନେ ୨ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ କରିଥିଲେ । ଗତ ୬ ମାସ ତଳେ ଏହି ମହିଳାମାନେ କୋଲକାତାରୁ ୧୦ ହଜାର ଟଙ୍କାର ଗେଣ୍ଡୁଫୁଲ ଚାରା ଆଣି ଲଗାଇଲେ । ରୋଗ ପୋକରୁ ବଞ୍ଚାଇବା ପାଇଁ କୀଟନାଶକ ଏବଂ ଔଷଧ ପ୍ରୟୋଗ କଲେ । ଅଢ଼େଇ ମାସ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ ହେଲା ।

ମାସକୁ ରୋଜଗାର ୪୦ ହଜାର:

ବର୍ତ୍ତମାନ ବଗିଚାରୁ ଉତ୍ପାଦିତ ଫୁଲକୁ ସମ୍ବଲପୁର ମାର୍କେଟ ଏବଂ ମାଆ ସମଲେଶ୍ବରୀ ମନ୍ଦିର ଆଗରେ ବିକ୍ରି କରୁଛନ୍ତି । ଏଥିରୁ ସପ୍ତାହକୁ ପାଖାପାଖି ୧୦ ହଜାର ଏବଂ ମାସକୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ଆଗକୁ ଗେଣ୍ଡୁଫୁଲ ଚାଷକୁ ବଡ଼ ଆକାରରେ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମାଆ ମହାଲକ୍ଷ୍ମୀ SHGର ମହିଳାମାନେ ।

ପରିବାରରୁ ମିଳିଲା ସହଯୋଗ :

ମାଆ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ସନ୍ଧ୍ୟାରାଣୀ ବାଗ କୁହନ୍ତି, "ପ୍ରକୃତରେ ଆମ ଘର ଲୋକେ ଧାନ ଚାଷ କରି ଆସୁଛନ୍ତି, ଆମର ବହୁତ ଜମି ମଧ୍ୟ ଅଛି । ଆମକୁ ଚାଷ ଜମିକୁ ଯିବାକୁ ଦିଆଯାଏ ନାହିଁ । ତେବେ ଘରେ ବସି କଣ କରିବୁ ବୋଲି ଭାବି, ବୁଦ୍ଧି ଖଟାଇଲୁ । ଆମ ଶାଶୂମାନେ ବାଇଗଣ, ଟମାଟୋ ଆଦି ପନି ପରିବା ଚାଷ କରୁଥିବା ବେଳେ ସେମାନଙ୍କ ସହ ବେଳେ ବେଳେ ଚାଷ ଜମିକୁ ଗଲୁ । ସେହି ସମୟରେ ଜାଗା ବାଡ଼ି ଦେଖିଲୁ ଏବଂ ପାଖରେ ଜଣେ ଏମିତି ଗେଣ୍ଡୁଫୁଲ ଚାଷ କରୁଥିଲେ । ତାହା ଦେଖି ଆମକୁ ବି ଲାଗିଲା ଯେ ଆମେ କିଛି କରିବା ଉଚିତ । ତାପରେ ଘର ଲୋକଙ୍କ ସହମତି ସହ ଜମି ଯୋଗାଡ଼ କରି ଗେଣ୍ଡୁ ଚାଷ ଆରମ୍ଭ କଲୁ । "

ଉପାନ୍ତ ଇଲାକାର ଆତ୍ମନିର୍ଭର ଦମ୍ପତି, ସଶକ୍ତ କରିଛି ସମନ୍ୱିତ କୃଷି

ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ

ରୋଜଗାର ଦେଇଛି ଗେଣ୍ଡୁଫୁଲ:

ନିଜ ଉଦ୍ୟମରେ ରୋଜଗାର ପନ୍ଥା ବାହାର କରିଛନ୍ତି ଏହି ମହିଳାମାନେ । ଗେଣ୍ଡୁଫୁଲ ଚାଷ ଦ୍ବାରା, ରୋଜଗାରକ୍ଷମ ତ ହୋଇଛନ୍ତି, ତା ସହ ସମୟର ସଦୁପୋଯୋଗ କରିଛନ୍ତି । ନିଜେ ସକ୍ଷମ ହେବା ସହ ପରିବାରକୁ ଆର୍ଥିକ ସହାୟତା କରି ପାରୁଛନ୍ତି । ମହିଳାମାନଙ୍କ ଉଦ୍ୟମରେ ନିଜ ପରିବାର ମଧ୍ୟରେ ଏବଂ ସମାଜରେ ସମ୍ମାନର ପାତ୍ର ହୋଇଛନ୍ତି । ସେମାନଙ୍କ ପ୍ରତି ପୂର୍ବରୁ ଲୋକମାନଙ୍କ ଦୃଷ୍ଟିକୋଣରେ ମଧ୍ୟ ପରିବର୍ତ୍ତନ ଆସିଛି । ଗ୍ରୁପର ଅନ୍ୟଜଣେ ସଦସ୍ୟା ଦୀପା ବାଗଙ୍କ କହିବା ହେଲା " ବର୍ତ୍ତମାନ ଆମେ ଫୁଲ ଚାଷ କରୁଛୁ । ଏ ନେଇ ପରିବାର ଲୋକ ବହୁତ ଖୁସି । ନିଜ ଖର୍ଚ୍ଚ ମେଣ୍ଟାଇବା ସହ ନିଜର ଯତ୍ନ ନେଇ ପାରୁଛୁ । ଭଲ ଶାଢ଼ି କିଣି ପିନ୍ଧି ପାରୁଛୁ । ପିଲା ଛୁଆଙ୍କ ପାଠ ପଢ଼ା ଖର୍ଚ୍ଚ ମଧ୍ୟ ତୁଲାଇ ପାରୁଛୁ । ଆମେ ସମଲେଶ୍ୱରୀ ମନ୍ଦିର ନିକଟରେ ଏହି ଫୁଲ ସବୁ ବିକ୍ରି କରୁଛୁ । ସପ୍ତାହକୁ ୮ ରୁ ୧୦ ହଜାର ରୋଜଗାର କରି ପାରୁଛୁ । "

ଋଣ ନେଇ ଗେଣ୍ଡୁଫୁଲ ଚାଷ:

ମାଆ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାର ପନ୍ଥା ଦେଖେଇ ଥିବା ସିଆରପି ମଞ୍ଜୁଲତା ଭଏଁସା କୁହନ୍ତି, "ଏମାନଙ୍କୁ ଋଣ ଆଣି ବ୍ୟବସାୟ କରିବାକୁ ପରାମର୍ଶ ଦେଲି । ଏହାଦ୍ବାରା ରୋଜଗାରକ୍ଷମ ହେବ ବୋଲି କହିଲି । ଆମ ଜି.ପି. ମହାସଂଘ, ତବଲା ଜିପିଠାରୁ ସେମାନଙ୍କୁ ୧ ଲକ୍ଷ ଟଙ୍କା ଋଣ କରାଇ ଦେଇଥିଲି । ସେମାନେ ଟଙ୍କା ଆଣି ଏବେ ନିଜ ଘର ପାଖ ଜମିରେ ଗେଣ୍ଡୁ ଚାଷ କରୁଛନ୍ତି । "

ଏହା ମଧ୍ୟ ପଢ଼ନ୍ତୁ-

ମାଣ୍ଡିଆ ରାଣୀରୁ ଡକ୍ଟର ରାଇମତି ଘେଉରିଆ, କାହିଁକି ଚର୍ଚ୍ଚାରେ କୋରାପୁଟ ଝିଅ

ସମ୍ବଲପୁରରେ ଗେଣ୍ଡୁଫୁଲ ଚାହିଦା :

ସମ୍ବଲପୁର ଜିଲ୍ଲାରେ ରହିଛି ଗେଣ୍ଡୁଫୁଲର ବେଶ ଚାହିଦା । ଉଦ୍ୟାନ କୃଷି ବିଭାଗ ସୂଚନା ଅନୁସାରେ, ଜିଲ୍ଲାରେ ଗେଣ୍ଡୁଫୁଲର ଚାହିଦା ଅଛି । ଏଥିପାଇଁ ଏଠାରେ ଅଧିକ ଫୁଲ ଚାଷ ହେଉଛି । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅଧିକରୁ ଅଧିକ ଗେଣ୍ଡୁଫୁଲ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଥିବା କହିଛନ୍ତି ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ । ମାଆ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ କୁ ମଧ୍ୟ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଗେଣ୍ଡୁ ଚାଷୀଙ୍କୁ ସରକାରୀ ସହାୟତା :

ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁଙ୍କ କହିବା କଥା, "ଗେଣ୍ଡୁ ଚାଷ ପାଇଁ WSHGଙ୍କୁ ଆମର ପ୍ରୋତ୍ସାହନ ଅଛି । ହେକ୍ଟର ପିଛା ୪ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ବ୍ୟବସ୍ଥା ରହିଛି । ଯଦି ଜଣେ ମେମ୍ବର ଚାଷ କରିଥିବେ, ତାହେଲେ ଆମେ ହେକ୍ଟର ପିଛା ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ପାରିବୁ । ଯଦି ସ୍ମଲ ଆଣ୍ଡ ମାରଜିନାଲ ଫାର୍ମର ହୋଇଥିବେ ଆଉ ସେହି SHG ମେମ୍ବର ହୋଇଥିବେ ତାହେଲେ ହେକ୍ଟର ପିଛା ୧୨ ହଜାର ପର୍ଯ୍ୟନ୍ତ ପ୍ରଦାନ କରାଯାଇ ପାରିବ । ଏହା ବାଦ Mission for Integrated Development Horticulture(MIDH)ରେ ହେକ୍ଟର ପିଛା ୧୦ ହଜାର ପର୍ଯ୍ୟନ୍ତ ପାଇପାରିବେ । ସ୍ମଲ ଆଣ୍ଡ ମାରଜିନାଲ ହୋଇଥିଲେ ୧୫ ହଜାର (ସବସିଡି ) , ଜେନେରାଲ ହୋଇଥିଲେ ୧୦ ହଜାର (ସବସିଡି ) ପ୍ରଦାନ କରିବାର ବ୍ୟବସ୍ଥା ରହିଛି । "

ସମ୍ବଲପୁର ଜିଲ୍ଲାରେ ଗେଣ୍ଡୁ ଚାଷ:

ସମ୍ବଲପୁରରେ ଦିନକୁ ଦିନ ବଢ଼ୁଛି ଗେଣ୍ଡୁଫୁଲ ଚାଷ ଏବଂ ଏହି ଫୁଲର ଚାହିଦା । ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁଙ୍କ ସୂଚନା ଅନୁସାରେ, ସମ୍ବଲପୁର ବଜାରରେ ବାର୍ଷିକ ୮ ହଜାର ଟନ ଗେଣ୍ଡୁଫୁଲ ଆବଶ୍ୟକତା ରହିଛି । ତେବେ ଜିଲ୍ଲାରେ ମାତ୍ର ୩୩୦ ହେକ୍ଟର ଜମିରେ ପାଖାପାଖି ୨୭୦୦ ଟନ ଗେଣ୍ଡୁଫୁଲ ଉତ୍ପାଦନ ହେଉଛି । ଫଳରେ ବାର୍ଷିକ ପ୍ରାୟ ୬ ହଜାର ଟନ ଗେଣ୍ଡୁଫୁଲ ରାଜ୍ୟ ବାହାରୁ ଆମଦାନୀ ହେଉଛି ।

  • ସମ୍ବଲପୁରରେ ବାର୍ଷିକ ଚାହିଦା ୮ ହଜାର ଟନ ଗେଣ୍ଡୁଫୁଲ
  • ସମ୍ବଲପୁର ଜିଲ୍ଲାରେ ୩୩୦ ହେକ୍ଟର ଜମିରେ ଗେଣ୍ଡୁଫୁଲ ଚାଷ
  • ସମ୍ବଲପୁର ଜିଲ୍ଲାରେ ବର୍ଷକୁ ୨୭୦୦ ଟନ ଗେଣ୍ଡୁଫୁଲ ଉତ୍ପାଦନ
  • ସମ୍ବଲପୁର ଜିଲ୍ଲାରେ ବର୍ଷକୁ ୬ ହଜାର ଟନ ଗେଣ୍ଡୁଫୁଲ ରାଜ୍ୟ ବାହାରୁ ଆମଦାନୀ

ସମ୍ବଲପୁର ଜିଲ୍ଲାରେ ବଢ଼ୁଛି ଗେଣ୍ଡୁଫୁଲର ଚାହିଦା । ଆବଶ୍ୟକତା ତୁଳନାରେ କମ ରହୁଛି ଉତ୍ପାଦନ । ଏଭଳି ସମୟରେ ମହିଳାମାନଙ୍କର ଗେଣ୍ଡୁଫୁଲ ଚାଷ ପ୍ରତି ଉତ୍ସାହ ଏବଂ ଉଦ୍ୟମ, ଜିଲ୍ଲାରେ ଚାହିଦା ମେଣ୍ଟାଇବାରେ ସାହାଯ୍ୟ କରିବ । ତେବେ ଉଦ୍ୟମୀ ମହିଳା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରୋତ୍ସାହିତ କରାଗଲେ, ସେମାନେ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ହେବା ସହିତ, ସ୍ଥାନୀୟ ଅଞ୍ଚଳର ଫୁଲର ଚାହିଦାକୁ ପୂରା କରି ପାରିବେ ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.