ETV Bharat / state

ଶହୀଦ ସପ୍ତାହ ପାଳୁଛି ଲାଲ ବାହିନୀ: ପୋଷ୍ଟର ମାରି ସମସ୍ତଙ୍କୁ ଆହ୍ୱାନ, ଭୟରେ ଲୋକେ - Maoist Martyrs Week

author img

By ETV Bharat Odisha Team

Published : Jul 28, 2024, 8:57 PM IST

Maoist Martyrs Week: କଳାହାଣ୍ଡି ଜିଲ୍ଲା ସମେତ ସୀମାବର୍ତ୍ତି ଅଞ୍ଚଳମାନଙ୍କରେ ପୋଷ୍ଟର ଜାରି କରିଛନ୍ତି ଲାଲବାହିନୀ । ଏହାସହ ଦେଖିବାକୁ ମିଳିଛି ଶହୀଦ ସ୍ତମ୍ଭ । ଯାହାକୁ ନେଇ ଭୟର ବାତାବରଣ ଖେଳିଯାଇଛି ।

Maoist Martyrs Week
Maoist Martyrs Week (ETV Bharat Odisha)

ଭବାନୀପାଟଣା: କିଛି ଦିନର ବ୍ୟବଧାନ ପରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ସମେତ ସୀମାବର୍ତ୍ତୀ ଅଞ୍ଚଳମାନଙ୍କରେ ପୋଷ୍ଟର ଜାରି କରିଛନ୍ତି ଲାଲବାହିନୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହେଉଥିବାବେଳେ ଆଜି କଳାହାଣ୍ଡି ଜିଲ୍ଲାରେ ପୋଷ୍ଟର ମାଧ୍ୟମରେ ସେମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଭବାନୀପାଟଣା ଯୁଗସାଇପାଟଣାକୁ ସଂଯୋଗ କରୁଥିବା ରାସ୍ତାର ସିକରଗୁଡ଼ା ଗାଁରେ ଏକ ଗଛରେ ଠାବ ହୋଇଛି ମାଓ ପୋଷ୍ଟର । ଏହାସହ ପୋଷ୍ଟର ନିକଟରେ ଏକ ଶହୀଦ ସ୍ତମ୍ଭ ମଧ୍ୟ ତିଆରି କରିଛନ୍ତି ମାଓବାଦୀ ।

Maoist Martyrs Week (ETV Bharat Odisha)

ମାଓବାଦୀଙ୍କ ଶହୀଦ ସପ୍ତାହ:

ନିଜ ସଂଗଠନର ସଦସ୍ୟଙ୍କ ବଳିଦାନ କଥା ମନେ ପକାଇ ଏହି ଶହାଦ ସପ୍ତାହ ପାଳିଥାନ୍ତି ମାଓବାଦୀ । ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସପ୍ତାହକ ଧରି ଶହୀଦ ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ଜନ ସାଧାରଣଙ୍କୁ ଆହ୍ୱାନ କରିଛନ୍ତି ମାଓବାଦୀ । ତେବେ ସରକାରଙ୍କ ମାଓଦମନ ନୀତିକୁ ବିରୋଧ କରାଯିବା କଥା ପୋଷ୍ଟରର ଉଲ୍ଲେଖ ରହିଛି ।

ଶହୀଦ ସ୍ତମ୍ଭ:

ଠାବ ହୋଇଥିବା ମାଓ ପୋଷ୍ଟର ନିକଟରେ ରହିଛି ଏକ ଶହୀଦ ସ୍ତମ୍ଭ । ଏହି ସ୍ତମ୍ଭ ମଧ୍ୟରୁ ଏକ ଛୋଟ ଲାଇଟ୍ ଦେଖାଯାଉଥିବାବେଳେ ଏଥିରେ ବିସ୍ପୋରକ ଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ଶହୀଦ ସପ୍ତାହ ପାଳନ ନେଇ ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି ।

ଏହା ବି ପଢନ୍ତୁ...କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ କଲା ଅନକାଡେଲି ବିଏସଏଫ - Landmines In Kadamguda

CPIର ମାଓ ପୋଷ୍ଟର:

ଏହି ପୋଷ୍ଟରଟି CPI ମାଓବାଦୀ ପକ୍ଷରୁ ଜାରି କରାଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ସେପଟେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ମଧ୍ୟ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଶହୀଦ ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ସେମାନେ ଉଲ୍ଲେଖ କରିଛନ୍ତି । ପୋଷ୍ଟରରେ ବଂଶଧାରା,ଘୁମୁସର, ନାଗାବଳୀ ଡିଭିଜନ ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଛି । ଅନେକ ସମୟରେ ଏହି ଅଞ୍ଚଳମାନଙ୍କରେ ମାଓ ଉପଦ୍ରବ ଦେଖିବାକୁ ମିଳିଥାଏ । କିଛି ଦିନର ବ୍ୟବଧାନ ପରେ ଲାଲବାହିନୀ ପୁଣି ସକ୍ରିୟ ହୋଇଉଛନ୍ତି । ଗୋଟିଏପଟେ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଥିବାବେଳେ ଅନ୍ୟପଟେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.