ETV Bharat / state

ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତରେ କମ୍ବିଂ ଅପରେସନ; ମାଓ କ୍ୟାମ୍ପ ଧ୍ବଂସ କଲେ ସୁରକ୍ଷାକର୍ମୀ - Mao Camps destroyed - MAO CAMPS DESTROYED

Combing operation Near Rourkela Jharkhand border: ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତରେ କମ୍ବିଂ ଅପରେସନ । ଅନେକ ମାଓ କ୍ୟାମ୍ପ ଧ୍ବଂସ କଲେ ସୁରକ୍ଷାକର୍ମୀ । ଅଧିକ ପଢନ୍ତୁ

Mao Camps destroyed
Mao Camps destroyed
author img

By ETV Bharat Odisha Team

Published : Apr 20, 2024, 3:07 PM IST

ରାଉରକେଲା: ଝାଡ଼ଖଣ୍ଡ ଓ ରାଉରକେଲା ସୀମାନ୍ତରେ କମ୍ବିଂ ଅପରେସନ । ନିର୍ବାଚନ ପୂର୍ବରୁ ଏହି ଅପରେସନ ସଫଳ ହୋଇଛି । ଆଜି (ଶନିବାର) ସୁରକ୍ଷାକର୍ମୀଙ୍କୁ କମ୍ବିଂ ସମୟରେ ଆକ୍ରମଣ କରିବାକୁ ମାଓବାଦୀମାନେ ଯୋଜନା କରିଥିବା ବେଳେ ଏହାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ସିଆରପିଏଫ ଯବାନ ଓ ଡିଭିଏଫ ସହ ପୋଲିସ ଗୁଇନ୍ଦା ବିଭାଗ ଅନେକ ମାଓ କ୍ୟାମ୍ପ ଧ୍ବଂସ କରିବା ସହ ବିପୁଳ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

MAO CAMPS DESTROYED
MAO CAMPS DESTROYED

ବିଶେଷ ଗୁଇନ୍ଦା ସୂତ୍ରରୁ CRPF ଏବଂ ଅନ୍ୟ ସୁରକ୍ଷାକର୍ମୀ ଖବର ପାଇ ମାଓ କ୍ୟାମ୍ପ ଉପରେ ଅଚାନକ ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଦ୍ବାରା ଜବତ ହୋଇଛି ଦୁଇ ଏସଏଲଆର୍ ବନ୍ଧୁକ, ବିସ୍ଫୋରକ, ଟିଫିନ ବୋମା, ବିଦ୍ୟୁତ ତାର, ମାଓ ପୋଷାକ, ମାଓ ଯୋତା, ମାଓ ପୁସ୍ତିକା, ନଗତ ୨୭ ହଜାର ଟଙ୍କା ସହ ମାଓବାଦୀ ବ୍ୟବହାର କରୁଥିବା ଜିନିଷ ଏବଂ ସାମଗ୍ରୀ । ତେବେ ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଥାନା କେରାବୀର ଜଙ୍ଗଲରେ ହୋଇଛି ଏହି କମ୍ବିଂ ଅପରେସନ ।

ଏହା ବି ପଢନ୍ତୁ- ନକ୍ସଲ ଦମନରେ ଛତିଶଗଡ଼କୁ ବଡ଼ ସଫଳତା; 4 ମାସରେ 80 ନିହତ

ଆଗକୁ ନିର୍ବାଚନ ଥିବାରୁ ସୀମାନ୍ତ ଅଞ୍ଚଳରେ ବଢ଼ି ଚାଲିଛି ମାଓ କାର୍ଯ୍ୟକଳାପ । ଯାହାକୁ ନଜରରେ ରଖି ଝାଡ଼ଖଣ୍ଡ ସୁରକ୍ଷାକର୍ମୀ ରଖିଛନ୍ତି ମାଓ ଗତିବିଧି ଉପରେ କଡ଼ା ନଜର । ଝାଡ଼ଖଣ୍ଡରୁ ଓଡ଼ିଶା ଯେପରି ପ୍ରବେଶ ନକରନ୍ତି ମାଓବାଦୀ ତାକୁ ଆଖି ଆଗରେ ରଖି ସୀମାନ୍ତ କରିଦିଆଯାଇଛି ସିଲ୍ । ଅନ୍ୟପଟେ ଝାଡ଼ଖଣ୍ଡ ସୁରକ୍ଷାକର୍ମୀ ଅପରେସନ କ୍ଳିନକୁ ଜୋରଦାର କରିଛି ।

ସୂଚନା ଥାଉ କି ନିକଟରେ ମାଓ ଦମନରେ ଛତିଶଗଡ଼କୁ ମିଳିଛି ବଡ଼ ସଫଳତା । ଏପ୍ରିଲ 16ରେ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏକ ବଡ଼ ଧରଣର ମାଓ ଅପରେସନରେ ପ୍ରାୟ 29 ଜଣ ନିହତ ହୋଇଛନ୍ତି । ଏହାସହିତ ବିପୁଳ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । 2019 ପରଠାରୁ ଏହା ଏକ ବଡ଼ ଧରଣର ସଫଳତା ବୋଲି ଜଣାପଡ଼ିଛି । ଗତ 4 ମାସର ରିପୋର୍ଟ ଦେଖିଲେ ରାଜ୍ୟରେ 80 ଜଣ ନକ୍ସଲ ନିହତ ହୋଇଥିବା ବେଳେ 150ଜଣ ଆତ୍ମସମର୍ପଣ ଓ 125 ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ବାମପନ୍ଥୀ ଉଗ୍ରବାଦ ସହ ଜଡିତ ହିଂସା ଦେଶରେ 52% ହ୍ରାସ ପାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.