ETV Bharat / state

ଜନସମ୍ପର୍କ ବଢାଇବାକୁ ପାର୍କରେ ମନ୍ମଥ ରାଉତରାୟ: ଲୋକଙ୍କ ସହ କଲେ ବ୍ୟାୟାମ, ମେୟର ବି ସାମିଲ - Manmath Routray At Park

author img

By ETV Bharat Odisha Team

Published : Apr 4, 2024, 8:17 PM IST

Manmath Routray At Park: ମର୍ଣ୍ଣିଂ ୱାକ୍ ପାଇଁ ଆସୁଥିବା ଲୋକଙ୍କୁ ଭେଟିଲେ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ। ତାଙ୍କ ସହ ସାମିଲ ହୋଇ ମେୟର ସୁଲୋଚନା ଦାସ ମଧ୍ୟ ବ୍ୟାୟାମ ଓ ଜୁମ୍ବା ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

Manmath Routray At Park
Manmath Routray At Park

Manmath Routray At Park

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ରାଜନୈତିକ ତାତି ଦେଖିବାକୁ ମିଳିଲାଣି । ବିଜେଡି ଓ ବିଜେପି ପ୍ରଚାର ଆରମ୍ଭ କଲେଣି । ଏହି କ୍ରମରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ବିଜୁପଟ୍ଟନାୟକ ପାର୍କ ବା ଫରେଷ୍ଟ ପାର୍କରେ ଆଜି ସକାଳୁ ମର୍ଣ୍ଣିଂ ୱାକ୍ ପାଇଁ ଆସୁଥିବା ଲୋକଙ୍କୁ ଭେଟି ଜନସମ୍ପର୍କ ଯୋଡିଲେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ। ଆଜି ସକାଳୁ ମନ୍ମଥ ରାଉତରାୟ ଲୋକଙ୍କ ସହ ବ୍ୟାୟାମ ଓ ଜୁମ୍ବା ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। ସାଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ରହିଥିଲେ।

ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ମନ୍ମଥ ରାଉତରାୟ କହିଛନ୍ତି, "ଲୋକସମ୍ପର୍କ ବଢ଼ାଇବା ପାଇଁ ଆସିଥିଲି। ଏଠି ସମସ୍ତଙ୍କ ପାଖରେ ମୁଁ ସୁରଙ୍କ ପୁଅ ବୋଲି ପରିଚିତ। ଛୋଟ ବେଳୁ ମୁଁ ଏଠାରେ ବଢ଼ିଛି । ଲୋକଙ୍କ ଆଶୀର୍ବାଦ ନେବାକୁ ଆସିଥିଲି। ଆଜିର ଯୁବପିଢ଼ି ମୋ ସାଙ୍ଗରେ ଅଛନ୍ତି। ରାଜ୍ୟ ରାଜଧାନୀରେ ଆଞ୍ଚଳିକ ପୁଅ ଭଲ ପ୍ରଦର୍ଶନ କରିବ । ଲୋକଙ୍କ ଆଶୀର୍ବାଦ ମୋ ଉପରେ ରହିଛି ।" ସେପଟେ ଦଳର ପ୍ରଚାର ପାଇଁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ମଧ୍ୟ ପାର୍କରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ...ଅପରାଜିତାଙ୍କୁ ମନ୍ମଥଙ୍କ ତେରଚ୍ଛା ବାଣ, 'ସୋସିଆଲ ମିଡ଼ିଆ ଏମପି' କହି କଲେ ଟାର୍ଗେଟ - Manmath Targets MP Aparajita

ଏହା ମଧ୍ୟ ପଢନ୍ତୁ...ନବୀନ ହିଁ ହେବା ଦରକାର ବିଜେଡିର ଷ୍ଟାର ପ୍ରଚାରକ: ରାଜନୀତି ସମୀକ୍ଷକ - Star Campaigner Of BJD

ସୁଲୋଚନା କହିଛନ୍ତି, "ବିଜୁ ଜନତା ଦଳର ପ୍ରଚାର ପାଇଁ ବିଜୁ ପଟ୍ଟନାୟକ ପାର୍କଠୁ ଭଲ ସ୍ଥାନ ଆଉ କିଛି ନାହିଁ। ବିଭିନ୍ନ ବ୍ୟାୟାମ ମାଧ୍ୟମରେ ଲୋକଙ୍କ ସାଥିରେ ମିଶିଥିବାବେଳେ ସବୁ ବର୍ଗର ଲୋକମାନେ ଆମକୁ ସମର୍ଥନ ଜଣାଇଛନ୍ତି । ରାଜଧାନୀବାସୀଙ୍କ ଏହି ସମର୍ଥନ ଓ ଭଲପାଇବାକୁ ନେଇ ଆମେ ଆଗକୁ ବଢିଚାଲିଛୁ, ଲୋକବି କହୁଛନ୍ତି ମାଡିଚାଲ। ଯାହା ଆମକୁ ବହୁ ଭୋଟରେ ଭୁବନେଶ୍ୱରରେ ଜିତାଇବ ।" ଗତକାଲି (ବୁଧବାର) ଭୁବନେଶ୍ୱର ଲୋକସଭା କ୍ଷେତ୍ରର ବିଜେଡିର ଦୁଇ ବିଧାୟକ ପାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଭୁବନେଶ୍ବର ଉତ୍ତରରୁ ସୁଶାନ୍ତ ରାଉତ ଓ ଭୁବନେଶ୍ବର ଏକାମ୍ରରୁ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଗକୁ ସେମାନଙ୍କ ସହ ମିଶି ପ୍ରଚାର କରିବେ ମନ୍ମଥ । ଯାହା ଭୁବନେଶ୍ୱର ରାଜନୀତିକୁ ଆହୁରି ସରଗରମ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.