ETV Bharat / state

ଆଉ ଗୋଟେ ମୁଣ୍ଡ ନେଲା ଦନ୍ତା, ଯୁବକଙ୍କୁ ରାସ୍ତାରେ କଚାଡ଼ି ମାରିଲା ହାତୀ - Person killed by Elephant

Man killed by Elephant : ଆଜି ଜଣଙ୍କୁ ରାସ୍ତା ଉପରେ ଟେକି କଚାଡି ମାରିଲା ହାତୀ । ଫଳରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ,

ଆଉ ଗୋଟେ ମୁଣ୍ଡ ନେଲା ଦନ୍ତା
ଆଉ ଗୋଟେ ମୁଣ୍ଡ ନେଲା ଦନ୍ତା
author img

By ETV Bharat Odisha Team

Published : Feb 3, 2024, 10:36 PM IST

ଆଉ ଗୋଟେ ମୁଣ୍ଡ ନେଲା ଦନ୍ତା

ଢେଙ୍କାନାଳ : ଉତ୍ପାତ କରୁଛି ନରହନ୍ତା ଦନ୍ତା । ଥମୁନି ହାତୀ ଉପଦ୍ରବ । ରାଜ୍ୟରେ ବଢିଚାଲିଛି ହାତୀ ଓ ମଣିଷ ଭିତରେ ଲଢେଇ । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ହେଉଛି । ଏହାରି ଭିତରେ ଆଉ ଗୋଟିଏ ମୁଣ୍ଡ ନେଇଛି ଦନ୍ତା । ଆଜି ପୁଣି ଜଣଙ୍କୁ ରାସ୍ତା ଉପରେ ଟେକି କଚାଡି ମାରିଲା ହାତୀ । ଫଳରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି ।

ଢେଙ୍କାନାଳ ସଦର ବନାଞ୍ଚଳରେ ମାତିଛି ନରହନ୍ତା ଦନ୍ତା । ହାତୀ ଅକ୍ରମଣରେ ଦୁଇ ଦିନରେ ଦୁଇ ଜୀବନ ଗଲାଣି l ଗତକାଲି ଦନ୍ତା ହାତୀ ଜଣଙ୍କୁ ମାରିବା ପରେ ଆଜି ସନ୍ଧ୍ୟାରେ ପୁଣି ଜଣଙ୍କୁ ମାରିଦେଇଛି । ଢେଙ୍କାନାଳ ଜୋରନ୍ଦା ମୁଖ୍ୟ ରାସ୍ତାର ନେଉଳପୋଇ ଠାରେ ଜଣେ ଯୁବକକୁ ଟେକି ରାସ୍ତା ଉପରେ କଚାଡି ଦେଇଥିଲା ହାତୀ । ଫଳରେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ବିରିଖୁଣ୍ଟି ଗ୍ରାମର ବିପିନ ମହାନ୍ତି ବୋଲି ଜଣାପଡିଛି। ବିପିନ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ବାଟରେ ଆକ୍ରମଣ କରିଥିଲା ଏହି ଦନ୍ତା । ଯୁବକଙ୍କୁ ମାରିଦେବା ପରେ ଏହି ଦନ୍ତା ହାତୀ ପାଖ ଜଙ୍ଗଲକୁ ପଳାଇଯାଇଛି।

ଏହା ମଧ୍ୟ ପଢ଼ନ୍ତୁ... ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଦୁଇ ଦିନରେ ଏହି ଦନ୍ତା ଦୁଇଜଣଙ୍କ ଜୀବନ ନେଲାଣି । ସାଙ୍ଗକୁ ଉପଦ୍ରବ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଆତଙ୍କିତ ହୋଇ ପଡିଛନ୍ତି । ଗତକାଲି ଜୋରନ୍ଦା ଫାଣ୍ଡି ହରଡା ବେଣlର ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇ ଥିଲା ହାତୀ l ପୂର୍ବରୁ ବାରମ୍ବାର ବନ ବିଭାଗର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ହାତୀ କବଳରୁ ସୁରକ୍ଷା ମିଳୁ ନଥିବାରୁ ସ୍ଥାନୀୟ ଲୋକମାନେ ଉତ୍ତ୍ୱେଜିତ ହୋଇ ପଡିଛନ୍ତି। ଏପନେଇ ଘଟଣାସ୍ଥଳ ନେଉଳପୋଇ ଠାରେ ଲୋକ ମାନେ ରାସ୍ତା ଅବରୋଧ କରିଥିଲେ । ଏବଂ ମୃତ୍ୟୁ ଜନିତ କ୍ଷତିପୂରଣ ଦାବି କରିଛନ୍ତି। ଫଳରେ ଘଟଣାସ୍ଥଲରେ ଉତ୍ତ୍ୱେଜନା ପ୍ରକାଶ ପାଇଥିଲା । ଢେଙ୍କାନାଳ ଜୋରନ୍ଦା ମଧ୍ୟରେ ଯାତାୟାତ ଠପ ହୋଇଯାଇଛି । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ । ଖବର ପାଇ ସଦର ଥାନା ପୁଲିସ ଓ ବନ କର୍ମଚାରୀ ମାନେ ସେଠାରେ ପହଞ୍ଚିଥିଲେ । ପହଞ୍ଚି ମୃତଦେହ ଉଦ୍ଧାର କରି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି। ଆସନ୍ତାକାଲି ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.