ETV Bharat / state

8 ବର୍ଷ ପରେ ମିଳିଲା ନ୍ୟାୟ, ପତ୍ନୀହନ୍ତାଙ୍କୁ ଆଜୀବନ ଜେଲ

Man gets life sentence for murder wife: 8 ବର୍ଷ ତଳେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ ସହିତ 10 ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 24, 2024, 1:20 PM IST

Man gets life sentence for murder wife
Man gets life sentence for murder wife

ଜଗତସିଂହପୁର: ଦୀର୍ଘ 8 ବର୍ଷ ପରେ ମିଳିଲା ନ୍ୟାୟ । ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ । କୁଜଙ୍ଗ କୋର୍ଟରେ ହୋଇଛି ଦଣ୍ଡର ଶୁଣାଣି । କୋର୍ଟ ଅଭିଯୁକ୍ତ ପ୍ରକାଶ ପରିଡାକୁ ଆଜୀବନ କାରାଦଣ୍ଡାଦେଶ ସହିତ 10 ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନା ମୁତାବକ, ଗତ 2016 ମସିହାରେ ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ବିଶ୍ୱାଳି ଗ୍ରାମର ଅଙ୍କର ପରିଡାଙ୍କ ପୁଅ ପ୍ରକାଶ ପରିଡା ଅଭଞ୍ଜଚାନ୍ଦ ପୁର ଥାନା ଅନ୍ତର୍ଗତ ଅମିତା ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ଦିନ ଠିକଠାକ ଚାଲିଥିଲା। ହେଲେ ଝିଅର ପରିବାରର ଆର୍ଥିକ ସମ୍ବଳ ନ ଥିବାରୁ ସେ ବିବାହ ସମୟରେ ଅଧିକ ଯୌତୁକ ଦେଇ ପାରି ନଥିଲେ। ଫଳରେ ଶାଶୂଘର ଲୋକେ ଅମିତାଙ୍କୁ ନିଜ ବାପଘରୁ ଟଙ୍କା ଆଣିବା ପାଇଁ ବିଭିନ୍ନ ସମୟ ଚାପ ପକାଇ ଆସୁଥିଲେ । ଏନେଇ ଗତ 2016 ମସିହା ମେ 24 ତାରିଖରେ ପ୍ରକାଶ ଅମିତାଙ୍କ ଘରକୁ ଫୋନ କରି କହିଥିଲେ ଯେ ତୁମ ଝିଅ ପୋଡି ହୋଇଯାଇଛି । ଏହି ଖବରପାଇ ଅମିତାର ପରିବାର ଲୋକେ ପହଞ୍ଚିଲା ବେଳକୁ ଅମିତାର ଶରୀରର 80 ଭାଗ ପୋଡି ହୋଇ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ - ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ, ସଜା ଶୁଣାଇଲେ କୋର୍ଟ

ଏହା ମଧ୍ୟ ପଢନ୍ତୁ- ପାରିବାରିକ କଳହରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡ

ଏନେଇ ତାଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ସ୍ଥାନାନ୍ତରିତ କରିବା ବାଟରେ ହିଁ ଅମିତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ଅମିତାର ପରିବାର ଲୋକେ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଅଭୟଚାନ୍ଦପୁର ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହିତ ମାମଲା ରୁଜୁ କରିଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ କୁଜଙ୍ଗ କୋର୍ଟ କେଶ ନମ୍ବର 69/2017 ଓ ଜି ଆର କେଶ ନମ୍ବର 491/16ରେ ବିଚାର କରି ରାୟ ପ୍ରକାଶ କରିଥିଲେ । ତେବେ କୋର୍ଟ ଅଭିଯକ୍ତ ପ୍ରକାଶ ପରିଡାକୁ ଆଜୀବନ କାରାଦଣ୍ଡାଦେଶ ସହିତ 10 ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପଟେ ଏହି ଘଟଣାରେ ଅମିତାର ପରିବାର ଅଭିଯୁକ୍ତକୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.