ETV Bharat / state

ଥାନାକୁ ଡାକି ଯୁବକଙ୍କୁ ନିସ୍ତୁକ ମାଡ, ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଲେ ପୀଡିତଙ୍କ ପରିବାର - Youth Beaten Up By Police

author img

By ETV Bharat Odisha Team

Published : Jun 5, 2024, 8:51 PM IST

Man Allegedly Beaten Up By Police: ଥାନାକୁ ଡାକି ଯୁବକଙ୍କୁ ମାଡ଼ ମାରିଲା ପୋଲିସ । ବିନା କୌଣସି କାରଣରେ ପୋଲିସ ମାଡ ମାରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଥାନାକୁ ଡାକି ଯୁବକଙ୍କୁ ନିସ୍ତୁକ ମାଡ
ଥାନାକୁ ଡାକି ଯୁବକଙ୍କୁ ନିସ୍ତୁକ ମାଡ (ETV Bharat Odisha)

ସୁବର୍ଣ୍ଣପୁର: ସୀମା ଟପିଲା ପୋଲିସ ! ବିନା କାରଣରେ ଥାନା ଅଟକ ରଖି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଥାନାକୁ ଡକାଇ ପୋଲିସ ଏଭଳି ମାଡ ମାରିଛି ଯେ, ଯୁବକ ଜଣଙ୍କ ଠିକରେ ଚାଲି ମଧ୍ୟ ପାରୁ ନାହାନ୍ତି । ତେବେ ଏଭଳି ଅଭିଯୋଗ ଆଣିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟେଭାପଦର ଗାଁର ଜଗନ୍ନାଥ କର୍ମୀ ଓ ତାଙ୍କ ପରିବାର ।

ଜଗନ୍ନାଥ କର୍ମୀ କରିଥିବା ଅଭିଯୋଗ ଅନୁସାରେ, ଗତ 3 ଦିନ ତଳେ ଏକ ଚୋରି ମାମଲାର ତଦନ୍ତ ପାଇଁ ସୁବଳୟା ପୋଲିସ ଜଗନ୍ନାଥଙ୍କୁ ଥାନାକୁ ଡକାଇଥିଲା । ତଦନ୍ତ ଆଳରେ ଜଗନ୍ନାଥଙ୍କୁ 3 ଦିନ ଧରି ନିସ୍ତୁକ ମାଡ ମାରିଥିଲେ ଥାନାର ଏଏସଆଇ ସନ୍ତୋଷ ସିନ୍ଦିରିଆ । ଉକ୍ତ ଚୋରି ମାମାଲାରେ ଜଗନ୍ନାଥଙ୍କ କୌଣସି ସମ୍ପୃକ୍ତି ନଥିବା କହିଥିଲେ ବି ଏଏସଆଇ କିଛି ନ ଶୁଣି ପ୍ରହାର ଉପରେ ପ୍ରହାର କରି ଚାଲିଥିଲେ । ପୋଲିସ ମାଡରେ କ୍ଷତାକ୍ତ ହୋଇଥିବା ଜଗନ୍ନାଥଙ୍କୁ ତାଙ୍କ ପରିବାର ଲୋକ ମେଡିସିନ ନେଇ ଦେଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ସେ ସୁଯୋଗ ଦେଇ ନ ଥିଲା । ଓଲଟା ଜଗନ୍ନାଥଙ୍କ ପରିବାରବର୍ଗଙ୍କୁ ଧମକ ଚମକ ଦେଇ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସୋନପୁରରେ ମାତିଲେ ଲୁଟେରା, ରାସ୍ତା ମଝିରେ ଅଟକାଇ ଯୁବକଙ୍କଠୁ ଲୁଟିନେଲେ 85ହଜାର ଟଙ୍କାର କ୍ୟାମେରା - Loot In Subarnapur

ସେପଟେ ଜଗନ୍ନାଥଙ୍କ ପରିବାର ଲୋକ ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବା ପରେ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଗତକାଲି (ମଙ୍ଗଳବାର) ରାତିରେ ଜଗନ୍ନାଥଙ୍କୁ ଛାଡି ଦେଇଛି ସୁବଳୟା ପୋଲିସ । ଏବେ ପୋଲିସ ମାଡରେ ଆହତ ହୋଇଥିବା ଜଗନ୍ନାଥଙ୍କୁ ପରିବାର ଲୋକ ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଯଦି ଜଗନ୍ନାଥ ପ୍ରକୃତରେ କୌଣସି ଚୋରି ମାମଲାରେ ସମ୍ପୃକ୍ତ ଥିଲେ ତାହେଲେ ପୋଲିସ କାହିଁକୁ ତାଙ୍କୁ ଜେଲ ହାଜତକୁ ନ ପଠାଇ 3 ଦିନ ଧରି ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲା । ଯଦି ପ୍ରକୃତରେ ଜଗନ୍ନାଥ ନିର୍ଦ୍ଦୋଷ, ତାହେଲେ ତାଙ୍କୁ ପୋଲିସ କାହିଁକି ଅମାନୁଷିକ ନିର୍ଯାତନା ଦେଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଘଟଣାର ତଦନ୍ତ କରି ନିର୍ଯାତନା ଦେଇଥିବା ପୋଲିସଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ ଓ ତାଙ୍କ ପରିବାର ଲୋକ ଦାବି କରିଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.