ETV Bharat / state

ବୌଦ୍ଧରେ କାଳବୈଶାଖୀ ତାଣ୍ଡବ; ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି - Heavy Rainfall In Boudh

author img

By ETV Bharat Odisha Team

Published : May 29, 2024, 1:09 PM IST

Heavy Rainfall In Boudh: ବୌଦ୍ଧରେ କାଳବୈଶାଖୀ ତାଣ୍ଡବ । ଭାଙ୍ଗିଲା ଗଛ । କାଳବୈଶାଖୀ ପ୍ରଭାବରେ ବୌଦ୍ଧରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅନେକ ଗଛ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ,

ବୌଦ୍ଧରେ କାଳବୈଶାଖୀ ତାଣ୍ଡବ; ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି
ବୌଦ୍ଧରେ କାଳବୈଶାଖୀ ତାଣ୍ଡବ; ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି (ETV Bharat Odisha)

ବୌଦ୍ଧ: ଗତକାଲି ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ସନ୍ଧ୍ୟାରେ ଏଠାରେ ବର୍ଷା ହୋଇଛି । କିନ୍ତୁ ଏହି କାଳବୈଶାଖୀର ପ୍ରଭାବରେ ବୌଦ୍ଧବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ହେଁ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ବଡ଼ ବଡ଼ ଗଛ ଭାଙ୍ଗିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏଥିସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଛି, ଯାହା ଫଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ସ୍ଥିତି ସୁଧାରିବା ପାଇଁ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ କର୍ମଚାରୀ ଙ୍କୁ ସ୍ଥାନୀୟ ଅଧିବାସୀ ସହଯୋଗ କରୁଛନ୍ତି ।

ଗତକାଲି ବିଳମ୍ବିତ ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ ସହି ବର୍ଷା ହୋଇଥିଲା । ବୌଦ୍ଧ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡରେ ବଡ଼ ବଡ଼ ଗଛ ଭାଙ୍ଗି ଉପୁଡ଼ି ପଡ଼ିଥିବା ଯୋଗୁଁ ଅନେକ ସ୍ଥାନରେ ଯାତାୟାତର ସମସ୍ୟା ସୃଷ୍ଟି ହୋଇଥିଲା । ଏହାଛଡା କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ଗତ କାଲି ରାତିରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବ୍ୟାଘାତ ରହିଛି ।

ସହରର ପିଡବ୍ଲୁଡି କଲୋନୀରେ ଏକ ବିଶାଳ ଗଛ ଭାଙ୍ଗି ପଡିଥିବା ଯୋଗୁଁ ଦୁଇଟି ପରିବାର ଦୀର୍ଘ ସମୟ ଧରି ଘରେ ଫସି ରହିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଗଛକାଟି ସେମାନଙ୍କୁ ଉଦ୍ଧାର କରିଥିଲେ । ବୌଦ୍ଧ ସହରର ଉପଜିଲ୍ଲାପାଳଙ୍କ ବାସଭବନ ନିକଟରେ ,ମାଷ୍ଟରଲାଇନ,ଯୋଗୀନ୍ଦ୍ରଦେବ ପାର୍କ,ଇରିଗେସନ କଲୋନୀ,ରେଭିନ୍ୟୁ କଲୋନୀ,ବାଏପାସ ରାସ୍ତା ଭଳି ଅନେକ ସ୍ଥାନରେ ଝଡ଼ରେ ବଡ଼ ବଡ଼ ଗଛ ଭାଙ୍ଗି ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବିଦ୍ୟୁତ ସେବା ବ୍ୟାଘାତ ଯୋଗୁଁ ସାଧାରଣ ଲୋକେ ଅସହ୍ୟ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି । ତେବେ ଗତକାଲି ରାତିଠାରୁ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ କର୍ମଚାରୀ ମାନେ ଏଭଳି ସ୍ଥାନରେ ପହଞ୍ଚି ସ୍ଥିତି ସାମାନ୍ୟ ପାଇଁ ଲାଗିପଡ଼ିଛନ୍ତି ।

ସୂଚନା ଥାଉ କି, ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଗତକାଲି ବୌଦ୍ଧ ରାଜ୍ୟ ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର ୧୦ ନମ୍ବର ସ୍ଥାନରେ ରହିଥିଲା । ଏପରି ପରିସ୍ଥିତିରେ ବର୍ଷା ବୌଦ୍ଧବାସୀଙ୍କୁ ତାତିରୁ ଆଶ୍ୱସ୍ତି ଦେଇଥିବା ଜଣାପଡିଛି । କିନ୍ତୁ ସେପଟେ ପ୍ରଭଳ ବର୍ଷା ଯୋଗୁଁ ଯାତାୟତ ଏବଂ ବିଦ୍ୟୁତ ସେବାରେ ବାଧା ଉପୁଜିଛି ।

ଏହା ମଧ୍ୟ ପଢନ୍ତୁ: ଫେରିଛି ଗ୍ରୀଷ୍ମ ପ୍ରବାହ; ୪୫.୯ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର, ଆଗକୁ ଆହୁରି ବଢ଼ିବ ତାତି

ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.