ETV Bharat / state

କାଳୀପୂଜାରେ ଚଳଚଞ୍ଚଳ ମା' ଦକ୍ଷିଣକାଳୀଙ୍କ ପୀଠ, ମଧ୍ୟରାତ୍ରରୁ ଚାଲିଛି ପୂଜାର୍ଚ୍ଚନା - DAKHINA KALI PUJA

କାଳୀପୂଜା ଉତ୍ସବମୁଖର ନିଆଳି ଥାନା ରତନପୁର ପଞ୍ଚାୟତ ପୋଡପୋଡା ଓ ପୁରୀ ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀ ପୀଠ ।

Maa Dakhina Kali Puja
Maa Dakhina Kali Puja (ETV Bharat Odisha)
author img

By ETV Bharat Odisha Team

Published : Nov 1, 2024, 8:43 PM IST

ନିଆଳି/ନିମାପଡ଼ା: ପବିତ୍ର ଦୀପାବଳିରେ ଧରାବତରଣ କରୁିଛନ୍ତି ପାପନାଶିନୀ ମା' କାଳୀ । ଏଥିପାଇଁ ଚାରିଆଡ଼ ଚଳଚଞ୍ଚଳ । ମା'ଙ୍କ ଆଗମନରେ ସବୁଠି ଉତ୍ସବର ମାହୋଲ । ଦୀପାବଳି ଅବସରରେ ପ୍ରାଚୀ ତଟ ନିଆଳି ଥାନା ରତନପୁର ପଞ୍ଚାୟତ ପୋଡପୋଡାର ଏକ ହଜାର ବର୍ଷ ତଳୁ ଚାଲି ଆସୁଥିବା ପ୍ରସିଦ୍ଧ ଦକ୍ଷିଣକାଳୀ ପୂଜା ଗତକାଲି ରାତ୍ରରୁ ଆରମ୍ଭ ହୋଇଛି । ସେପଟେ କାଳୀପୂଜା ପାଇଁ ଚଳଚଞ୍ଚଳ ପୁରୀ ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀ ପୀଠ ।

Maa Dakhina Kali Puja (ETV Bharat Odisha)

ଗଙ୍ଗବଂଶୀୟ ଅମଳ ଦକ୍ଷିଣକାଳୀ ପୂଜା:

ଏକ ହଜାର ବର୍ଷ ତଳୁ ପ୍ରାଚୀ ତଟ ନିଆଳି ଥାନା ରତନପୁର ପଞ୍ଚାୟତ ପୋଡପୋଡାର ପ୍ରସିଦ୍ଧ ଦକ୍ଷିଣକାଳୀ ପୂଜା ଗତକାଲି (ଗୁରୁବାର) ରାତ୍ରରୁ ଆରମ୍ଭ ହୋଇଛି । ଗଙ୍ଗବଂଶୀୟ ଅମଳରୁ ଏଠାରେ ମା' ଦକ୍ଷିଣକାଳୀଙ୍କ ବଙ୍ଗୀୟ ପଦ୍ଧତିରେ ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମାନସିକ ପ୍ରାପ୍ତି ସାଙ୍ଗକୁ ପଶୁ ପଳି ପଥା ପ୍ରଚଳିତ ହେଉଥିଲା ଏବେ କିନ୍ତୁ ସମର୍ପଣ କରାଯାଉଛି । ମା'ଙ୍କ ମହିମା ଅନେକ ରହିଛି । ବିଶ୍ବାସ ରହିଛି ଯେ ମାଙ୍କ ପାଖରେ ଯିଏ ଯାହା ମାନସିକ କରେ ମା' ତାହା ପୂରଣ କରନ୍ତି ।

Maa Dakhina Kali Puja
Maa Dakhina Kali Puja (ETV Bharat Odisha)

ମାନସିକ ପୂରଣ କରନ୍ତି ମା':

ଦକ୍ଷିଣ କାଳୀପୀଠର ମୁଖ୍ଯ ପୂଜକ ରବିନାରାୟଣ ବାନାର୍ଜୀ କହିଛନ୍ତି, "ବଙ୍ଗୀୟ ବଂଶଧରମାନଙ୍କ ଦ୍ଵାରା ପୋଡପୋଡାଠାରେ ମା' ଦକ୍ଷିଣକାଳୀଙ୍କ ପୂଜା ଏକ ହଜାର ବର୍ଷ ତଳୁ ଅନୁଷ୍ଠିତ ହୋଇଆସୁଛି । ଏହି ପୀଠ ପ୍ରାଚୀ ତଟରେ ଅବସ୍ଥିତ । ଗୁରୁବାର ରାତ୍ରରୁ ପୂଜାର୍ଚ୍ଚନା ପରେ ମା'ଙ୍କ ଚକ୍ଷୁଦାନ କରାଯାଇଥିଲା । ସନ୍ଧିପୂଜା ସହିତ ଅନ୍ୟାନ୍ୟ ପୂଜା ମା'ଙ୍କ ନିକଟରେ କରାଯାଉଥିଲା । ଭକ୍ତଙ୍କ ମାନସିକତା ପ୍ରାପ୍ତି ପରେ ପୀଠରେ ମା'ଙ୍କ ଉଦ୍ଦେଶ୍ୟରେ ପଶୁଙ୍କୁ ସମର୍ପଣ କରାଯାଇଥାଏ । ବିଶ୍ଵାସ ରହିଛି ଯେ, ଯେଉଁ ଭକ୍ତ ମାନସିକ କରେ ତା'ର ମାନସିକ ପ୍ରାପ୍ତି ହେବା ପରେ ପଣା ଓ ପଶୁମାନଙ୍କୁ ସମର୍ପଣ କରିବାର ପରମ୍ପରା ରହିଛି । ୨୦ ବର୍ଷ ତଳେ ମା'ଙ୍କ ନିକଟରେ ପଶୁ ବଳି ଦିଆଯାଉଥିଲା ଏବେ କିନ୍ତୁ କଟକଣା ଯୋଗୁଁ ବନ୍ଦ ରହିଛି ।"

ମା'ଙ୍କ କୃପାରୁ ପରିବାରରେ ପ୍ରଥମ ଝିଅ:

ସେହିପରି ଦକ୍ଷିଣକାଳୀ ପୀଠର ମୁଖ୍ଯ ପୂଜକଙ୍କ ଝିଅ ମାନସୀ ଚାଟ୍ଟାଚାର୍ଜୀ କହିଛନ୍ତି, "ମୁଁ ଆମ ପରିବାର ଏକମାତ୍ର ଝିଅ । ଆମ ପରିବାରରେ ଝିଅ ନଥିଲେ । ମା'ଙ୍କ ନିକଟରେ ବାପା-ମାଆ ମାନସିକ କରିବା ପରେ ପରିବାରରେ ମୁଁ ପ୍ରଥମ ଝିଅ ଭାବରେ ଜନ୍ମ ହୋଇଥିଲି । ମା' ଦକ୍ଷିଣ କାଳୀଙ୍କ ମହିମା ଅନେକ । ଯିଏ ଯାହା ଦୁଃଖକଷ୍ଟ ଜଣାଏ ସେ ତା'ର ଦୁଃଖ ଓ କଷ୍ଟ ଲାଘବ କରିଥାନ୍ତି । ବିଭିନ୍ନ ଜିଲ୍ଲାରୁ ଭକ୍ତଙ୍କ ସମାଗମ ହୋଇଥାଏ । ଯିଏ ଯାହା ମାନସିକ କରିଥାନ୍ତି ମା'ଙ୍କ ନିକଟରେ ପଣା ଓ ପଶୁମାନଙ୍କୁ ସମର୍ପଣ କରିବାର ବିଦ୍ଧି ରହିଛି ।"

ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ମୁତୟନ:

ବ୍ୟବସାୟ ସନ୍ତୋଷ ମାଣିକ କହିଛନ୍ତି, "ପ୍ରତିବର୍ଷ ପୋଡପୋଡାର ମା' ଦକ୍ଷିଣ କାଳୀଙ୍କ ପୀଠକୁ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥାଉ । ଭଲ ବ୍ୟବସାୟ ହୁଏ । ୩ ଦିନ ଧରି ଏଠାରେ ପୂଜା ହୁଏ । ବିଭିନ୍ନ ଯାଗାରୁ ଭକ୍ତଙ୍କ ସମାଗମ ହୋଇଥାଏ । ଏଠାରେ ବିଭିନ୍ନ ଦୋକାନ ବଜାର ଗଢି ଉଠିଥାଏ । ଆଇନଶୃଙ୍ଖଳା ଦୃଷ୍ଟି କୋଣରୁ ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ମୁତୟନ ସାଙ୍ଗକୁ ପକେଟ ମାର ଓ ନିଶାଡିଆଙ୍କ ଉପରେ ପୋଲିସର କଡ଼ା ନଜର ରଖା ଯାଇଥାଏ ।"

ଏହା ମଧ୍ୟ ପଢ଼ନ୍ତୁ...ଭଦ୍ରକାଳୀଙ୍କ ମହାକାଳୀ ବେଶ, ଭକ୍ତଙ୍କୁ ଶାନ୍ତ ରଖିବାକୁ ମାଆଙ୍କ ଉଗ୍ରରୂପ

ଏହା ମଧ୍ୟ ପଢ଼ନ୍ତୁ...ସହରବାସୀଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ଗାଁର ଆଦିବାସୀ ମାଅ

ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା ମା' ଭଦ୍ରକାଳୀଙ୍କ ପୂଜା, ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା'

ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀ ପୀଠ:

ସେପଟେ କାଳୀପୂଜା ପାଇଁ ଚଳଚଞ୍ଚଳ ପୁରୀ ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ଗ୍ରାମର ମା' ଦକ୍ଷିଣକାଳୀ ପୀଠ । ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା' । ମା'ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କର ସୁଅ ଛୁଟିଛି । ବହୁ ପୁରାତନ କାଳରୁ ମା' ଏଠାରେ ପୂଜା ପାଇଅସୁଛନ୍ତି । ଗତକାଲି (ଗୁରୁବାର) ମଧ୍ୟ ରାତ୍ରରେ ମା'ଙ୍କ ପୂଜକ ସାଙ୍ଗରେ ପୋଥି ଓ ମା'ଙ୍କ ପ୍ରତିମୂତ୍ତି ଧରି ମନ୍ଦିରରେ ପ୍ରବେଶ କରିବା ପରେ ଘଣ୍ଟ, ମାଦକ, ଛତ୍ରୀ, ତ୍ରାଶ ଧରି ନିକଟସ୍ଥ ପୋଖରୀରୁ ୧୬ଟି କଳସରେ ଜଳ ଅଣି ମା'ଙ୍କୁ ସ୍ନାନ କରାଯାଇଥିଲା । ରୀତିନୀତିନୁସାରେ ପୂଜକ ମା'ଙ୍କ ପୂଜା କରିବା ପରେ ଘଟପୂଜା, ଚକ୍ଷୁଦାନ, ପୁଷ୍ପାଣ୍ଡି ବଳି, ଅ।ଖୁବଳି ମା'ଙ୍କୁ ସମର୍ପଣ କରିଥିଲେ । ପରେ ପରମ୍ପରା ଅନୁସାରେ, ମା'ଙ୍କ ପାଖରେ ୨ଟି ଛାଗ ବଳି ଦିଆଯାଇଥିଲା । ମା'ଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କର ଭିଡ ଜମିଛି । ମା'ଙ୍କୁ ଦର୍ଶନ କଲେ ଶାନ୍ତି ମିଳିବା ସହିତ ମନସ୍କାମନା ପୂରଣ ହୋଇଥାଏ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ସେପଟେ ଜନସମାଗମକୁ ଦୁଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ନିଆଳି/ ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.