ETV Bharat / state

ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ, ବଦଳିବ କି ପରିଚାଳନା କମିଟି ? ଏମିତି କହିଲେ ବିଧାୟକ - Lord Lingaraj Rituals Suspension

Lord Lingaraj Rituals Suspension: ସେବାୟତଙ୍କ ବିବାଦକୁ ନେଇ ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ । ସାଧାରଣ ଦର୍ଶନ ଚାଲୁ ରହିଥିଲା ବେଳେ ନୀତିକାନ୍ତିରେ ବିଭ୍ରାଟ ଯୋଗୁ ଉପାସରେ ରହିଛନ୍ତି ଲିଙ୍ଗରାଜ ।

author img

By ETV Bharat Odisha Team

Published : Aug 18, 2024, 7:46 PM IST

Lord Lingaraj Rituals Suspension
Lord Lingaraj Rituals Suspension (ETV Bharat Odisha)

ଭୁବନେଶ୍ବର: ଉପାସରେ ପ୍ରଭୁ ଲିଙ୍ଗରାଜ । ଗତକାଲି (ଶନିବାର)ଠାରୁ ମନ୍ଦିରରେ ପଇତା ଲାଗି ନୀତିକାନ୍ତିରେ ବିଭ୍ରାଟ ପରେ ଉପାସରେ ରହିଛନ୍ତି ଲିଙ୍ଗରାଜ । ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।

ଉପାସରେ ଲିଙ୍ଗରାଜ:

ପଇତାଲାଗି ନୀତି ହୋଇନଥିବାବେଳେ ନୀତିକାନ୍ତି ବନ୍ଦ ଥିବାରୁ ଉପାସରେ ରହିଛନ୍ତି ଲିଙ୍ଗରାଜ ମହାପ୍ରଭୁ । ତେବେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ରହିଥିବାବେଳେ ସାଧାରଣ ଦର୍ଶନ ଚାଲୁ ରହିଛି । ଭକ୍ତମାନେ ଯାଇ ପ୍ରଭୁଙ୍କ ଦର୍ଶନ କରୁଛନ୍ତି । ୨୦୨୦ ମସିହାରୁ ସେବାୟତଙ୍କ ବିବାଦକୁ ନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ପଇତା ଲାଗି ନୀତି ବନ୍ଦ ରହିଛି । ଆଉ ପ୍ରଭୁ ଲିଙ୍ଗରାଜ ଉପାସ ଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ୨୦୨୦ ମସିହାରୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ଦେଖିବାକୁ ମିଳିଛି । ଗତ ୪ ବର୍ଷ ହେବ ପଇତା ଲାଗି ନୀତିରେ ବିଭ୍ରାଟ ଦେଖାଦେଇଛି । ଆଉ ଆଜି ବି ସମାନ ସ୍ଥିତି ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଛି । ଉଭୟ ସେବାୟତ ନିଜ ନିଜ ଜିଦରେ ଅଟଳ ଥିବାବେଳେ ଉପାସରେ ଲିଙ୍ଗରାଜ ।

ପଇତା ଲାଗି ନୀତି କ'ଣ ?

ଗହ୍ମା ପୂର୍ଣ୍ଣିମା ପୂର୍ବ ଦିନ ମହାପ୍ରଭୁ ଲିଙ୍ଗରାଜଙ୍କର ପଇତା ଲାଗି ନୀତି ହୋଇଥାଏ । ଗତକାଲି (ଶନିବାର) ସନ୍ଧ୍ୟାରେ ବିନ୍ଦୁସାଗରରେ ପଇତାକୁ ଶୁଦ୍ଧପୂତ କରି ପୂଜାର୍ଚ୍ଚନା କରିବା ପରେ ନୀତି କାନ୍ତି ଆରମ୍ଭ ହୁଏ । ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମିଶି ଏହି ନୀତିକାନ୍ତି କରନ୍ତି । ପ୍ରଥମ କାର୍ଯ୍ୟ ଶୁଦ୍ଧପୂତ କାମ ବଡୁ ନିଯୋଗର ଥାଏ । ଏହା କିନ୍ତୁ ଗତକାଲି କରିନଥିଲେ ବଡୁ ନିଯୋଗ । ଏହାକୁ ନେଇ ନୀତିକାନ୍ତି ବନ୍ଦ ରହିବା ସହ ଆଜି ଉପାସରେ ରହିଛନ୍ତି ଲିଙ୍ଗରାଜ । କାରଣ ବଡୁ ନିଯୋଗ ଏହି ନୀତିକୁ ଏକୁଟିଆ ସମ୍ପନ୍ନ କରିବାକୁ ଚାହୁଁଛନ୍ତି । ଯେଉଁ ନୀତିକୁ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଭୟ ନିଯୋଗ କରିଆସୁଛନ୍ତି ।

ଏହା ବି ପଢନ୍ତୁ...Suspension Of Lord Lingaraj Rituals: ଜମି ବିବାଦକୁ ନେଇ ଉପାସରେ ପ୍ରଭୁ ଲିଙ୍ଗରାଜ, ସମାଧାନ ପାଇଁ ବସିବ ବୈଠକ

ହେଲେ ବଡୁ ନିଯୋଗ କହୁଛନ୍ତି, "ଯେହେତୁ ଏହା ଆମ ସେବା, ଆମେ ଅଙ୍ଗଲାଗି ସେବକ ତେଣୁ ଆମ ଦ୍ୱାରା ହିଁ ଏହା ସମ୍ପନ୍ନ ହେବ ।" ଏହାକୁ ନେଇ ସେମାନେ ଜିଦ ଧରିଥିବାବେଳେ ବିବାଦ ସୃଷ୍ଟି ହୋଇଛି । ଅନ୍ୟପଟେ "ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଆମେ ଉପଯୁକ୍ତ କାଗଜପତ୍ର ଦେଖାଇଥିବାରୁ ଆମେ ହିଁ କରିବୁ" ବୋଲି ବଡୁ ସେବାୟତ କହିଛନ୍ତି । କିନ୍ତୁ ଏଥିରେ ବ୍ରାହ୍ମଣ ସେବାୟତ ହସ୍ତକ୍ଷେପ କରିଥିବାରୁ ବିବାଦ ସୃଷ୍ଟି ହୋଇଛି । ସେହି ବିବାଦକୁ ନେଇ ଆଜିବି ନୀତିକାନ୍ତି ବନ୍ଦ ରହିଛି ।

'ତୁରନ୍ତ ହସ୍ତକ୍ଷେପ କରନ୍ତୁ'

ପୂଜାପଣ୍ଡା ନିଯୋଗ ସେବାୟତ ସଚ୍ଚିକାନ୍ତ ପୂଜା ପଣ୍ଡା କହିଛନ୍ତି, "ପଇତାଲାଗି ନୀତି ବିବାଦ ଏଣ୍ଡମେଣ୍ଟ କମିଶନ କୋର୍ଟରେ ବିଚାରାଧୀନ ଅଛି । ଆମେ ୪ ବର୍ଷ ହେବ ଦାବି କରିଆସୁଛୁ, ଏହି ମାମଲାରେ ପ୍ରଶାସନ ଓ ସରକାରଙ୍କୁ ଏକ ଅନ୍ତରୀଣ ଆଦେଶ ପାଇଁ କହିଥିଲୁ । କିନ୍ତୁ ତାହା ଆଜି ଯାଏ ଆସିପାରୁନଥିବାରୁ ପଇତାଲାଗି ନୀତି ବନ୍ଦ ରହିଛି । ୨୦୧୯ ଠାରୁ ବଡୁ ନିଯୋଗ ମନ୍ଦିର ପ୍ରଶାସନ କଥା ନମାନିବାରୁ ଅର୍ଥାତ ଉଭୟ ସେବାୟତ ମିଶିକି କରିବେ ତାହା ନ ଶୁଣିବାରୁ ୪ ବର୍ଷ ହେବ ଏହି ପୂଜା ବନ୍ଦ ରହିଥିବାବେଳେ ଚଳିତବର୍ଷ ବି ବନ୍ଦ ରହିଛି । ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିବା ଓ ଠାକୁର ଉପାସ ରହିବା ଭକ୍ତଙ୍କ ସହ ଆମ ମନରେ ବଡ ଆଘାତ ଦେଉଥିବାରୁ ଆମେ ଚାହୁଁଛୁ, ମନ୍ଦିର ପ୍ରଶାସନ ଓ ସରକାର ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ । ଆଉ ନୀତିକାନ୍ତି ସ୍ୱାଭାବିକ କରନ୍ତୁ । ନହେଲେ ପୂର୍ବରୁ ଲିଙ୍ଗରାଜଙ୍କର ହାଣ୍ଡିଭଙ୍ଗା ଭଳି ଅନେକ ପରମ୍ପରା ବନ୍ଦ ରହିଥିବାବେଳେ ଏହି ନୀତି ବି ସବୁଦିନ ପାଇଁ ହୋଇପାରିବ ନାହିଁ ।"

ପରିଚାଳନା କମିଟି ବଦଳିବ!

ପ୍ରଭୁ ଲିଙ୍ଗରାଜଙ୍କ ଉପବାସ ଘଟଣାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ସେବାୟତଙ୍କ ଅବହେଳା ପାଇଁ ଏଭଳି ସମସ୍ୟା ହେଉଛି, ଯାହାକୁ ଆମେ ଜିଲ୍ଲାପାଳଙ୍କୁ ଅବଗତ କରିଛୁ । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଆଗାମୀ ଦିନରେ ଏଭଳି ସମସ୍ୟା ନଉପୁଜିବା ଉପରେ ଧ୍ୟାନ ଦିଆଯାଉଛି । ଆବଶ୍ୟକ ପଡିଲେ ପରିଚାଳନା କମିଟିକୁ ପରିବର୍ତ୍ତନ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.