ETV Bharat / state

ସେବାୟତଙ୍କ କଳିରୁ ପୁଣି ନୀତି ବିଭ୍ରାଟ, ଉପବାସରେ ମହାପ୍ରଭୁ ଲିଙ୍ଗରାଜ - LINGARAJ TEMPLE

ଅଧିବାସ ପୂଜାକୁ ନେଇ ପୂଜାପଣ୍ଡା ଓ ବଡୁ ସେବାୟତ ଗୋଷ୍ଠୀ ମଧ୍ୟରେ ମତାନ୍ତର । ଉପବାସରେ ପ୍ରଭୁ ।

ସେବାୟତଙ୍କ କଳିରୁ ପୁଣି ନୀତି ବିଭ୍ରାଟ, ଉପବାସରେ ମହାପ୍ରଭୁ ଲିଙ୍ଗରାଜ
ସେବାୟତଙ୍କ କଳିରୁ ପୁଣି ନୀତି ବିଭ୍ରାଟ, ଉପବାସରେ ମହାପ୍ରଭୁ ଲିଙ୍ଗରାଜ (ETV Bharat Odisha)
author img

By ETV Bharat Odisha Team

Published : Dec 7, 2024, 7:27 PM IST

ଭୁବନେଶ୍ବର: ପୁଣି ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ଦୁଇ ସେବାୟତ ବର୍ଗ ମଧ୍ୟରେ ବିବାଦ କାରଣରୁ ଉପବାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ । ପୂଜା ଚାଲିଛି କିନ୍ତୁ, ନୀତି ବନ୍ଦ । ବଡୁ ସେବାୟତଙ୍କ ପାଇଁ ଏଭଳି ସ୍ଥିତି ଉପୁଜୁଥିବା ପୂଜାପଣ୍ଡା ଅଭିଯୋଗ କରିଛନ୍ତି । ଅଧିବାସ ପୂଜା ନୀତି ନକରାଇ ଦେବା ଯୋଗୁଁ ଆଜି ଦିନକ ପାଇଁ ମନ୍ଦିରରେ ନୀତି ବନ୍ଦ ରହିଛି । ମନ୍ଦିର ନିର୍ମାଣ ହେବାଠାରୁ ଅଧିବାସ ପୂଜା ଚାଲିଛି, କିନ୍ତୁ ବଡୁ ସେବାୟତ ଏମିତି ବିଧି ନାହିଁ ବୋଲି କହୁଛନ୍ତି । ଏପରିକି ୨୦୧୦ ମସିହାରୁ ମନ୍ଦିରର ଅଫିସିଆଲ୍ ସାଇଟରେ ମଧ୍ୟ ଏହି ପୂଜାର ନୀତି ବାବଦରେ ଲେଖା ରହିଛି । କିନ୍ତୁ ବଡୁ ସେବାୟତ ଅଯଥା ଯୁକ୍ତି କରି ନୀତି ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ପୂଜା ପଣ୍ଡା ।

  • ପଇତା ଲାଗି ନୀତିକୁ ନେଇ ଏବେବି ମାମଲା ଚାଲିଛି:-

ପୂର୍ବରୁ ପଇତା ଲାଗି ନୀତିକୁ ଏବେବି ଥାନାରେ ମାମଲା ଚାଲିଥିବା ବେଳେ ପୁନର୍ବାର ଆଉ ଏକ ସମସ୍ୟା ଦେଖା ଦେଇଛି । ତେବେ ଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିରର ଏକ ସ୍ବତନ୍ତ୍ର ମନ୍ଦିର ଆଇନ (ଟେମ୍ପୁଲ ଆକ୍ଟ) କାର୍ଯ୍ୟକାରୀ କରିବା ପାଇଁ ଦାବି ଉଠିଛି । ନୀତିକାନ୍ତିର ସମ୍ପୁର୍ଣ୍ଣ ଲେଖା ରହିବା ଦରକାର ବୋଲି ପୂଜାପଣ୍ଡା କହିଛନ୍ତି । ପୂଜାପଣ୍ଡା ନିଯୋଗ ଏବଂ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ମତପାର୍ଥକ୍ୟ ପାଇଁ ବନ୍ଦ ରହିଛି ସମସ୍ତ ନିତିକନ୍ତି ନୀତିକାନ୍ତି । ଅବଢା ନପାଇ ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ । ଆଜି ସକାଳୁ ମଙ୍ଗଳ ଆଳତିଠାରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ରହିଛି ।

ସେବାୟତଙ୍କ କଳିରୁ ପୁଣି ନୀତି ବିଭ୍ରାଟ, ଉପବାସରେ ମହାପ୍ରଭୁ ଲିଙ୍ଗରାଜ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଆଜି ବନକଲାଗି ନୀତି, ଶ୍ରୀମନ୍ଦିରରେ 4 ଘଣ୍ଟା ପାଇଁ ଦର୍ଶନ ବନ୍ଦ

ଏହା ମଧ୍ୟ ପଢନ୍ତୁ...ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ସଂଧ୍ୟା 5ଟାରୁ ଦର୍ଶନ ବନ୍ଦ

ଏହା ମଧ୍ୟ ପଢନ୍ତୁ...4ରେ ଆସୁଛନ୍ତି ରାଷ୍ଟ୍ରପତି, ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ଏହା ମଧ୍ୟ ପଢନ୍ତୁ...ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ

  • ଘୋଡ଼ ଲାଗି ନୀତି ପୂର୍ବରୁ ବିଭ୍ରାଟ:-

ସୂଚନା ମୁତାବକ ଆଜି ଓଢଣ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଓଢନୀ ଲାଗି କରାଯିବାର ପରମ୍ପରା ରହିଛି । ମନ୍ଦିରର ବିଧି ଅନୁସାରେ ଲିଙ୍ଗରାଜଙ୍କ ମହାପ୍ରଭୁଙ୍କ ପ୍ରଥମେ ଅଧିବାସ ପୂଜା ଅନୁଷ୍ଠିତ ହେବାପରେ ଅନ୍ୟାନ ନୀତିକାନ୍ତି, ଯଥା ଓଢ଼ନି ବା ଘୋଡ଼ ଲାଗି କରାଯିବା କଥା । ଆଉ ମହାପ୍ରଭୁଙ୍କ ଏହି ନିତିକାନ୍ତି ପୂଜାପଣ୍ଡା ନିଯୋଗ ଏବଂ ବଡୁ ନିଯୋଗ ମିଳିତ ଭାବେ କରିଥାଏ । ତେବେ ଗତ ଦୁଇବର୍ଷ ଧରି ଅଧିବାସ ପୂଜା ନହୋଇ ମଧ୍ୟ ପ୍ରଶାସନର ହସ୍ତକ୍ଷେପ ଯୋଗୁ ନୀତିକାନ୍ତି ଶୃଙ୍ଖଳିତ ହେଉଥିଲା । ମାତ୍ର ଚଳିତବର୍ଷ ଅଧିବାସ ପୂଜାକୁ ନେଇ ପୁଣି ଜିଦ୍ ଧରିଛି ପୂଜାପଣ୍ଡା ନିଯୋଗ । ଯେଉଁଥିପାଇଁ ଆଜି ମଙ୍ଗଳ ଆଳତି ପରଠାରୁ ପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ରହିଛି । କିନ୍ତୁ ଦର୍ଶନ ଜାରି ରହିଛି । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ପାଇଁ ମନ୍ଦିର ପ୍ରଶାସନକୁ ସମ୍ପୂର୍ଣ ଦାୟୀ କରିଛି ପୂଜାପଣ୍ଡା ନିଯୋଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.