ETV Bharat / state

ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ଅନୂକୂଳ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି - Chandan Yatra 2024 - CHANDAN YATRA 2024

Chandan Yatra Preparation: ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ଅନୂକୂଳ କାର୍ଯ୍ୟ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ନରେନ୍ଦ୍ର ପୁଷ୍କରିଣୀକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି । ଅଧିକ ପଢନ୍ତୁ

ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ଅନୂକୂଳ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି
ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ଅନୂକୂଳ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି (ETV Bharat Odisha)
author img

By ETV Bharat Odisha Team

Published : May 7, 2024, 5:51 PM IST

ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ଅନୂକୂଳ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି (ETV Bharat Odisha)

ପୁରୀ: ଆସନ୍ତା ମେ' ୧୦ ତାରିଖ ପବିତ୍ର ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବ । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ ନରେନ୍ଦ୍ର ପୁଷ୍କରିଣୀରେ । ତେଣୁ ଚନ୍ଦନ ଯାତ୍ରା ଯେଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ ସେନେଇ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ବିଶ୍ଵକର୍ମା, ଭୋଇ ସେବକ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏହି ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ମହାପ୍ରଭୁ ଜଳକ୍ରୀଡା କରୁଥିବା ନନ୍ଦା, ଭଦ୍ରାକୁ ଚାପ ଡଙ୍ଗା ଭାବେ ପ୍ରସ୍ତୁତ କରାଯାଉଛି ।

ଅକ୍ଷୟ ତୃତୀୟାଠାରୁ ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବିଜେ କରି ଏହି ଚାପ ଡଙ୍ଗାରେ ଜଳକ୍ରୀଡା କରିବେ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି । ନୂତନ ଭାବେ ନରେନ୍ଦ୍ର ପୁଷ୍କରିଣୀ ସମ୍ମୁଖରେ ଏକ ଆକର୍ଷଣୀୟ ତୋରଣ କରାଯାଉଥିବା ବେଳେ ପୁଷ୍କରିଣୀର ଚତୁଃପାର୍ଶ୍ଵରେ ମହାପ୍ରଭୁଙ୍କ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ପଥରରେ ଖୋଦିତ ବିଭିନ୍ନ କଳାକୃତିକୁ ସ୍ଥାନ ଦିଆଯାଇଛି । ସେହିପରି ଚିତ୍ରକର ସେବାୟତମାନେ ମଧ୍ୟ ବିଭିନ୍ନ ଚିତ୍ର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମେ' ୧୦ରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ସରିଲା ପ୍ରଶାସନିକ ସ୍ତରୀୟ ପ୍ରସ୍ତୁତି ବୈଠକ - Chandan Yatra 2024

ଏଥିସହ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ । ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ବିଶ୍ଵକର୍ମା ସେବକମାନେ ରଥକାଠକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରି ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରିବେ । ପ୍ରଥମ ପର୍ଯ୍ୟାୟରେ ରଥ ଚକ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ କାଠ ମଧ୍ୟ ରଥଖଳାରେ ଆସି ପହଞ୍ଚିସାରିଛି । ପରବର୍ତ୍ତୀ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା କାଠ ରଥଖଳାରେ ଆସି ପହଞ୍ଚିବ । ତେବେ ଭୋଇ ସେବକଙ୍କ ଦ୍ବାରା ଶ୍ରୀନଅର ସମ୍ମୁଖ ରଥଖଳାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି ।

ଚନ୍ଦନ ଯାତ୍ରା ଆଉ ମାତ୍ର ଦୁଇ ଦିନ ଥିବାବେଳେ ମାର୍କେଟ ଛକରୁ ନରେନ୍ଦ୍ର ପୁଷ୍କରିଣୀକୁ ଯାଇଥିବା ରାସ୍ତା କାର୍ଯ୍ୟ ଚାଲିଥିବାରୁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ତେବେ ଚନ୍ଦନ ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.