ETV Bharat / state

46 ବର୍ଷ ପ୍ରତୀକ୍ଷାର ଘଟିବ ଅନ୍ତ; ଆଜି ଖୋଲିବ ରତ୍ନଭଣ୍ଡାର - RATNA BHANDAR TO OPEN Today

author img

By ETV Bharat Odisha Team

Published : Jul 13, 2024, 8:01 PM IST

Updated : Jul 14, 2024, 6:47 AM IST

Ratna Bhandar To Open Today: ଆଜି ଖୋଲିବ ରତ୍ନଭଣ୍ଡାର । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

Puri Sri Mandir Ratna Bhandar
Puri Sri Mandir Ratna Bhandar (ETV Bharat Odisha)

ଭୁବନେଶ୍ବର/ପୁରୀ: ଦୀର୍ଘ 46 ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି (ରବିବାର) ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲିବା ନେଇ ଜାରି କରାଯାଇଛି SOP । ପ୍ରତି କାର୍ଯ୍ୟ ସ୍ବତନ୍ତ୍ର ବିଧି ଅନୁସାରେ ହେବ । ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାରର ଗଣତି ମଣତି ହେବ । ପ୍ରେସମିଟ କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଏହାସହ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ସମୟରେ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମଧ୍ୟ ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଶେଷଥର ପାଇଁ 1978 ମସିହାରେ ଖୋଲି ଥିଲା । ଆଜି ଦିନ 1ଟାରୁ 1: 30ଟା ମଧ୍ୟରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି ।

ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା (ETV Bharat Odisha)

SOPକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ:-

ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏସଓପି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ପରେ ଏସଓପି ପ୍ରଦାନ କରାଯାଇଛି । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ବଚ୍ଛତାର ସମସ୍ତ କାର୍ଯ୍ୟର ପରିଚାଳନା କରାଯିବ । ଅଳଙ୍କାରର ସଂଖ୍ୟା, ମାନ ଓ ଓଜନ ନିର୍ଦ୍ଧାରଣ କରାଯିବ । ଅଳଙ୍କାର ଗୁଡ଼ିକର ଡିଜିଟାଲ କାଟାଲଗ୍‌ କରାଯିବ । ପ୍ରଥମ ପର୍ଯ୍ୟାୟରେ ରତ୍ନଭଣ୍ଡାର ଖୋଲିବ ତା' ପରେ ମରାମତି ଏବଂ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ଏସଓପି ନେଇ ଚାଲିଛି ଜରୁରୀ ବୈଠକ । କେଉଁମାନେ ରତ୍ନ ଭଣ୍ଡାର ଭିତରକୁ ଯିବେ ସେ ନେଇ ମଧ୍ୟ ଏସଓପି କରାଯାଇଛି ।

ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର (ETV Bharat Odisha)

'ନିଆଯିବ RBIର ସହାୟତା'

ନିୟମ ଅନୁସାରେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ବାହାରକୁ ଯିବ ନାହିଁ । ତେଣୁ ଆମେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟତା ନେବୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ରତ୍ନ ଭଣ୍ଡାର ଖୋଲିବା ସମୟରେ ଆରବିଆଇର ପ୍ରତିନିଧି ଉପସ୍ଥିତ ହେବେ । କେତେବେଳେ ରତ୍ନ ଭଣ୍ଡାର ଖୋଲିବ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଷ୍ପତ୍ତି ନେବେ । ରତ୍ନ ଭଣ୍ଡାର ଚାବି ନ ଖୋଲିଲେ ଚାବି ଭଙ୍ଗାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

46 ବର୍ଷ ପ୍ରତୀକ୍ଷାର ଘଟିବ ଅନ୍ତ; ଆଜି ଖୋଲିବ ରତ୍ନଭଣ୍ଡାର
46 ବର୍ଷ ପ୍ରତୀକ୍ଷାର ଘଟିବ ଅନ୍ତ; ଆଜି ଖୋଲିବ ରତ୍ନଭଣ୍ଡାର (ETV Bharat Odisha)

କେବେ ଖୋଲିଥିଲା ରତ୍ନଭଣ୍ଡାର ?

1978 ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନଭେଣ୍ଟୋରୀ ପ୍ରସ୍ତୁତ କରାଯାଇଥିଲା । ତଥ୍ୟ ଅନୁସାରେ, ସେହିବର୍ଷ ମେ’ 13 ତାରିଖରୁ ଜୁଲାଇ 23 ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି ହୋଇଥିଲା । 1805 ମସିହାରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲ୍ସ ଗ୍ରୋମ ରତ୍ନଭଣ୍ଡାର ଖୋଲାଯାଇଥିବା ନେଇ ଐତିହାସିକ ମତ ଦିଅନ୍ତି । ସେତେବେଳେ ମୋଟ 74 ପ୍ରକାରର 1333ଟି ଅଳଙ୍କାର ଚିହ୍ନଟ ହୋଇଥିଲା । ଏହା ବ୍ୟତୀତ ଧାତୁ ନିର୍ମିତ ମୁଦ୍ରା ମଧ୍ୟ ଠାବ କରାଯାଇଥିଲା । 128ଟି ସ୍ବର୍ଣ୍ଣ ମୁଦ୍ରା, 1297ଟି ରୌପ୍ୟ ମୁଦ୍ରା, 106 ତମ୍ବା ଓ 24ଟି ପ୍ରାଚୀନ ମୁଦ୍ରା ଥିବା ଜଣାପଡିଥିଲା ।

ପଢନ୍ତୁ ଅନ୍ୟ କିଛି ଖବର

ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ

ଖୋଲିବ ରତ୍ନଭଣ୍ଡାର: ଯାଞ୍ଚ କମିଟିର ସୁପାରିଶରେ ବାଜିଲା ମୋହର, ସମ୍ପତ୍ତିର ପୂର୍ବ ତାଲିକା ମାଗିଲା କଂଗ୍ରେସ

ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ ବୟାନ, କହିଲେ- ମୋତେ କିଛି କୁହାଯାଉନି

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 14, 2024, 6:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.