ETV Bharat / state

ପହଣ୍ଡି ବିଜେ ଅଘଟଣ ପାଇଁ କିଏ ଦାୟୀ ? ଆସିଲା ତଦନ୍ତ ରିପୋର୍ଟ, ବର୍ଷିଲେ ସେବାୟତ ଓ ଜଗନ୍ନାଥ ପ୍ରେମୀ - Pahandi Mishap Probe

author img

By ETV Bharat Odisha Team

Published : Aug 15, 2024, 7:56 PM IST

Pahandi Mishap Probe: ଆଡ଼ପ ପହଣ୍ଡି ବିଭ୍ରାଟ ତଦନ୍ତ ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଦାଖଲ କରାଯାଇଛି । ହେଲେ ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ଓ ବୁଦ୍ଧିଜୀବୀ । ପଢନ୍ତୁ ପୂରା ଖବର ।

Pahandi Mishap Probe
Pahandi Mishap Probe (ETV Bharat Odisha)

ପୁରୀ: ସରିଲା ଆଡ଼ପ ପହଣ୍ଡି ବିଭ୍ରାଟ ତଦନ୍ତ । ସେପଟେ ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ସେବାୟତ ଓ ବୁଦ୍ଧିଜୀବୀ । କାରଣ ତଦନ୍ତ ପ୍ରକ୍ରିୟାରେ ବରିଷ୍ଠ ସେବାୟତ ଓ ବୁଦ୍ଧିଜୀବୀଙ୍କ ମତାମତ ନିଆଯାଇନଥିବାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ତଦନ୍ତ ପ୍ରକ୍ରିୟା ଶେଷ:

କମିଟିର ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହାର ଚୂଡାନ୍ତ ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କୁ ଦାଖଲ କରାଯାଇଛି । ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇ ବ୍ୟାପକ ଭାବରେ ତର୍ଜମା କରାଯିବ । ମହାପ୍ରଭୁଙ୍କ ପହଣ୍ଡି ବିଜେ ସମୟରେ କେଉଁଠି ତ୍ରୁଟି ରହିଲା, କେଉଁ ବ୍ୟକ୍ତି ପହଣ୍ଡି ବିଜେ ନୀତିରେ ଅବହେଳା କରିଛନ୍ତି ଏବଂ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ଏହି ଘଟଣାର ପୁନରାବୃତ୍ତି ନହେବ ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇ ପରିଚାଳନା କମିଟି ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ।

କ'ଣ ଥିଲା ପୂରା ଘଟଣା ?

ଗତ ଜୁଲାଇ ୯ ତାରିଖ ଆଡପ ପହଣ୍ଡି ବିଜେ ସମୟରେ ରଥ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷୁବ୍ଧ କରିଥିଲା । ଏଭଳି ଚରମ ବିଶୃଙ୍ଖଳା କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ମଧ୍ୟ ହୋଇଥିଲା । ଏନେଇ ତଦନ୍ତ କମିଟି ଗଠନ କରାଯାଇ ତଦନ୍ତ ପ୍ରକ୍ରିୟା ଶେଷ ହୋଇଛି । ତିନି ଜଣିଆ କମିଟିରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଅତିରିକ୍ତ ଜିଲ୍ଲାପାଳ ଓ ସିଟି ଡିଏସପିଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ ହୋଇଥିଲା । ଆଡପ ପହଣ୍ଡି ବିଜେ ବିଶୃଙ୍ଖଳାକୁ ନେଇ ଗଠିତ ହୋଇଥିବା ତଦନ୍ତ କମିଟି ପହଣ୍ଡି ବିଜେ ନୀତିରେ ଉପସ୍ଥିତ ଥିବା ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ତେବେ କାହିଁକି ଏଭଳି ବିଶୃଙ୍ଖଳା ହେଲା, କ'ଣ ସମସ୍ୟା ଉପୁଜିଥିଲା, ସେନେଇ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିଙ୍କୁ ପଚରାଉଚରା କରାଯାଇଛି ।

'ଏହି ତଦନ୍ତ ସ୍ବାଗତଯୋଗ୍ୟ'
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଏହି ତଦନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ । ମହାପ୍ରଭୁଙ୍କ କଥା ହୋଇଥିବାରୁ ଏହା ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହେବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେ ଦିଗରେ ଆଲୋଚନା କରାଯାଇ ସମାଧାନ କରାଯିବାର ଆବଶ୍ୟକତା ରହିଛି । ତେବେ ପହଣ୍ଡିକୁ ନେଇ ଏକ ମାର୍ଗଦର୍ଶିକା ଆସିବା ଦରକାର । କ'ଣ ହେବା ଉଚିତ କଣ ନ ହେବା ଉଚିତ ସେନେଇ SOP ଆସିବା ଉଚିତ । ତେବେ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା ଭକ୍ତଙ୍କୁ ବହୁତ ଆଘାତ ଦେଇଛି ।"

'ତଦନ୍ତ କେତେବେଳେ ହେଲା ଜଣାପଡିଲାନି'
ସେପଟେ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ । ସେ କହିଛନ୍ତି, "ତଦନ୍ତ କେତେବେଳେ ହେଲା, କିଏ ତଦନ୍ତ କଲେ ଆମେ ତାହା ଜାଣିପାରିଲୁ ନାହିଁ । ଆମ ଖୁଣ୍ଟିଆ ନିଯୋଗର ସେବକ ଆଡ଼ପ ପହଣ୍ଡି ଦିନ ଉପସ୍ଥିତ ଥିଲେ । ଆମକୁ ମତାମତ ମଗାଯାଇଥିଲେ ଆମେ ମତାମତ ରଖିଥାନ୍ତୁ । ହେଲେ ତାଙ୍କ ଭିତରେ ସେମାନେ ତଦନ୍ତ କରିଦେଇଛନ୍ତି । କେବଳ ତଦନ୍ତ କରିଦେଲେ ହେବ ନାହିଁ, କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବା ଦରକାର । ନହେଲେ ତଦନ୍ତ ହୋଇ କିଛି ଲାଭ ହେବ ନାହିଁ ।"

ଏହା ବି ପଢନ୍ତୁ...ପ୍ରଭୁ ବଳଭଦ୍ର ପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ, ଆଇନ ମନ୍ତ୍ରୀ କହିଲେ- ଭୁଲ କାହାର ନାହିଁ - LORD BALABHADRA SLIPPED INCIDENT

'ନବକଳେବରରେ ଦୁର୍ନୀତି'
ସେପଟେ ଜଗନ୍ନାଥପ୍ରେମୀ ହେକ୍ଟର ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, "ଗତ ନବକଳେବରରେ ବ୍ୟାପକ ଦୁର୍ନୀତିକୁ ନେଇ ଏକ କମିଟି ଗଠନ ହୋଇଥଲା, ସେ ରିପୋର୍ଟ୍ କୁଆଡେ ଗଲା ? ଠାକୁରଙ୍କ ବ୍ରହ୍ମ ବିଭ୍ରାଟ ଘଟଣାରେ ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିଲା ନାହିଁ। ମହାପ୍ରଭୁଙ୍କ ନୀତିରେ ବିଭ୍ରାଟକୁ ନେଇ ତଦନ୍ତ ହେଉଥିବାବେଳେ ବୁଦ୍ଧିଜୀବୀ ଓ ବରିଷ୍ଠ ସେବାୟତଙ୍କ ମତାମତ ଶ୍ରୀମନ୍ଦିର ପ୍ରଶାସନ ନେଲା ନାହିଁ । ଏଣୁ ତଦନ୍ତ କମିଟି ନାଁରେ କେବଳ ଅର୍ଥ ଖର୍ଚ୍ଚ କରାଯାଇ ଲୋକଙ୍କୁ ଭୁଆଁ ବୁଲାଯାଉଛି । ତେବେ ତଦନ୍ତ ରିପୋର୍ଟ ଉପରେ ଯଦି କିଛି କାର୍ଯ୍ୟାନୁଷ୍ଠାନ ନହୁଏ ଆଗାମୀ ଦିନରେ ଏହି ଭଳି ବିଶୃଙ୍ଖଳା ବଢିବ ।" ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ତଦନ୍ତ ରିପୋର୍ଟକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦିଆଯାଇଛି । ଏହା ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.