ETV Bharat / state

ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ, ନିର୍ବାଚନୀ ସଭାରେ ଦେବେ ଯୋଗ - NITIN GADKARI VISIT PURI - NITIN GADKARI VISIT PURI

Nitin Gadkari At Lord Jagannath Temple: କାଳିଆ ସାଆନ୍ତଙ୍କ ଶରଣରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଏକ ଜନସଭାରେ ଯୋଗ ଦେବା ସହିତ କରିବେ ପ୍ରଚାର । ଅଧିକ ପଢନ୍ତୁ

Nitin Gadkari At Lord Jagannath Temple
Nitin Gadkari At Lord Jagannath Temple (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 6:02 PM IST

Nitin Gadkari At Lord Jagannath Temple (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଆସିବା ପରେ ସେଠାରୁ ପୁରୀ ଯାଇଥିଲେ । ଆଜି ପୁରୀ ଆସି ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ପ୍ରଥମେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ସେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଭଲ କାମ କରିବା ପାଇଁ ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ବିଜେପି କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିଥଲେ । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ପୁରୀ ବିଧାୟକ ଜୟନ୍ତ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରିବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ । ପରେ ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରି ପାର୍ଶ୍ଵଦେବତାଙ୍କୁ ଦର୍ଶନ କରିଥଲେ । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସାରା ବିଶ୍ଵର କଲ୍ୟାଣ ପାଇଁ ମୁଁ ପ୍ରାର୍ଥନା କଲି । ଭଲ କାମ କରିବା ପାଇଁ ଭଗବାନ ମୋତେ ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ଶ୍ରୀକ୍ଷେତ୍ରକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଜଗା ଦର୍ଶନ ସହ କରିବେ ପ୍ରଚାର - NITIN GADKARI Odisha Visit

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେପି ଫୋକସରେ ରହିଛି ବିଜେପି । ଏହି ପରିପ୍ରେକ୍ଷୀରେ ଆଜି ପୁରୀ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦରେ ଏକ ନିର୍ବାଚନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ପ୍ରଚାର ପରେ ଏବେ ଜୋରଦାର ପ୍ରଚାର ପାଇଁ ଆସୁଛନ୍ତି ଅନ୍ୟ କେନ୍ଦ୍ରୀୟ ନେତା ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଓଡିଶା ଗସ୍ତ ରାଜ୍ୟ ପ୍ରଚାରକୁ ସେତିକି ସରଗରମ କରିଛି । ତେବେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ବିଜେପି ସରକାର ଆସିଲେ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ କରାଯିବା ସହ ନୂତନ ଓଡ଼ିଶା ଗଠନ କରାଯିବ । ଏଣୁ ଆଗାମୀ ନିର୍ବାଚନରେ ଭୋଟରମାନେ ବିଜେପିକୁ ଭୋଟ ଦେବା ପାଇଁ ଦଳର ନେତା, କର୍ମୀ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରିବେ ବୋଲି ବୁଧବାର କହିଥିଲେ ପୁରୀ ବିଧାୟକ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.