ETV Bharat / state

ଜୁନ 4ରେ ବିଦାୟ ନେବ ବିଜେପି: ଶ୍ରୀକାନ୍ତ ଜେନା - Srikant Jena on BJP

author img

By ETV Bharat Odisha Team

Published : May 28, 2024, 4:18 PM IST

Updated : May 28, 2024, 4:33 PM IST

Srikant Jena on BJP: ଲୋକସଭା ନିର୍ବାଚନରେ ବାଜି ମାରିବା ନେଇ ଦୃଢୋକ୍ତି ପ୍ରକାଶ କଲେ ବାଲେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା । ବିଜେପି ଜୁନ 4ରେ ବିଦାୟୀ ନେବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Srikant Jena on BJP
Srikant Jena on BJP (ETV Bharat Odisha)

ବାଲେଶ୍ୱର: ବାଲେଶ୍ବର ସଂସଦୀୟ କ୍ଷେତ୍ରକୁ ହାତେଇବା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଆସନ୍ତା ଜୁନ 1 ତାରିଖ ତଥା ଶେଷ ପର୍ଯ୍ୟାୟରେ ଏହି କ୍ଷେତ୍ର ପାଇଁ ପଡିବ ଭୋଟ୍ । ତେବେ ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେଡି ଏବଂ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା । ସର୍ଭେ ରିପୋର୍ଟ ଅନୁସାରେ ଜୁନ ତାରିଖରେ ବିଜେପି ବିଦାୟ ନେବ ବୋଲି ସେ ଟାର୍ଗେଟ କରି କହିଛନ୍ତି ।

Srikant Jena on BJP (Srikant Jena on BJP)
ବାଲେଶ୍ୱର ସାଂସଦ ପ୍ରାର୍ଥୀ ଭାବେ କଂଗ୍ରେସ ଶ୍ରୀକାନ୍ତଙ୍କ ନାଁ ଘୋଷଣା ପରେ ଶ୍ରୀକାନ୍ତଙ୍କ ଏହା ଥିଲା ପ୍ରଥମ ସାମ୍ବାଦିକ ସମ୍ମିଳନୀ । ଅଳ୍ପ ସମୟ ଭିତରେ ଲୋକଙ୍କ ପାଖରେ ପହଞ୍ଚିବାର ପ୍ରୟାସ ଚାଲିଥିବା ବେଳେ ଏଥର ଲୋକ କଂଗ୍ରେସକୁ ଭୋଟ ଦେବାପାଇଁ ମନସ୍ଥ କରି ସାରିଲେଣି ବୋଲି ଶ୍ରୀକାନ୍ତ କହିଛନ୍ତି । ସେ କହିଛନ୍ତି, "ଆସନ୍ତାକାଲି 29 ତାରିଖ AICC ସଭାପତି ମଲିକାର୍ଜୁନ ଖଡଗେ ରେମୁଣା ନିର୍ବାଚନ ମଣ୍ଡଳୀର କୁରୁଡ଼ା ଯାତ୍ରା ପଡ଼ିଆରେ ନିର୍ବାଚନୀ ପ୍ରଚାର କରିବା ସହିତ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହାସହ ଥରେ ବିଜେଡି ଏବଂ ଥରେ ବିଜେପି ସାଂସଦ ବାଲେଶ୍ୱରରୁ ଜିତିଥିଲେ ମଧ୍ୟ ବାଲେଶ୍ଵର ପାଇଁ ତାଙ୍କର କଣ ଅବଦାନ ରହିଛି ?"

ଏହା ମଧ୍ୟ ପଢନ୍ତୁ: ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦେବା ଅର୍ଥ ବିରୋଧୀଙ୍କୁ ପଙ୍ଗୁ କରିଦେବା: କଂଗ୍ରେସ - Congress Bank Account Frozen

ସେ ଆହୁରି ମଧ୍ୟ କହିଛନ୍ତି, "ୟୁପିଏ ସରକାର ସମୟରେ ବାଲେଶ୍ବରରେ ବିକାଶର ଧାରା ଚାଲିଥିଲା । କିନ୍ତୁ ଅନ୍ୟ ଏକ ଦଳର ସରକାର ଶାସନକୁ ଆସିବା ପରେ ସବୁ କିଛି ପରିବର୍ତ୍ତନ କରିଦିଆଗଲା । କିନ୍ତୁ ଏନେଇ ଚର୍ଚ୍ଚା ହେଉନାହିଁ । ରେଳ ଡିଭିଜନ ପାଇଁ ଦାବି କରାଯାଇ ଆସୁଥିଲେ ମଧ୍ୟ ତାହା ହୋଇପାରିଲା ନାହିଁ । ମୁଁ ଲୋକମାନଙ୍କୁ କିଛି ନିର୍ବାଚନୀ ପ୍ରତିଶ୍ରୁତି ଦେବାକୁ ଚାହେଁ ନାହିଁ ବରଂ ଯାହା 2009ରେ କହିଥିଲି ଯେ ଦିଲ୍ଲୀ ବାଲେଶ୍ଵରର ଦ୍ୱାରସ୍ଥ ହେବ, ଯଦି ଲୋକମତ ମିଳେ ତେବେ ପୁଣିଥରେ ବାଲେଶ୍ୱର ବାସୀଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ନିଶ୍ଚୟ କାର୍ଯ୍ୟକାରୀ କରାଯିବ ।" ସବୁଠୁ ବଡ଼ କଥା ହେଲା ଶ୍ରୀକାନ୍ତ ସିଧା ସଳଖ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଜୁନ 4 ତାରିଖ ବିଜେପି ବିଦାୟ ନେଉଛି, ଯାହା ସର୍ଭେ କହୁଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : May 28, 2024, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.