ETV Bharat / state

ରାତି ପାହିଲେ ଭୋଟିଂ: ପର୍ଯ୍ୟାପ୍ତ ଔଷଧ ସହ ମତଦାନ କେନ୍ଦ୍ରରେ ରହିବେ ସ୍ୱାସ୍ଥ୍ୟ ଅଧିକାରୀ - lok sabha election 2024

author img

By ETV Bharat Odisha Team

Published : May 12, 2024, 3:40 PM IST

Lok Sabha Election 2024: ଗ୍ରୀଷ୍ମପ୍ରବାହ ସ୍ଥିତି ମଧ୍ୟରେ ରାଜ୍ୟରେ ମତଦାନକୁ ନେଇ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ । ପୁଲିଂ ବୁଥରେ ପର୍ଯ୍ୟାପ୍ତ ଔଷଧ ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାୟିତ୍ବ । ବ୍ଲକସ୍ତରରୁ ଗ୍ରାମ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ

ରାତି ପାହିଲେ ଭୋଟିଂ: ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ, ପର୍ଯ୍ୟାପ୍ତ ଔଷଧ ସହ ମତଦାନ କେନ୍ଦ୍ରରେ ରହିବେ ସ୍ୱାସ୍ଥ୍ୟ ଅଧିକାରୀ
ରାତି ପାହିଲେ ଭୋଟିଂ: ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ, ପର୍ଯ୍ୟାପ୍ତ ଔଷଧ ସହ ମତଦାନ କେନ୍ଦ୍ରରେ ରହିବେ ସ୍ୱାସ୍ଥ୍ୟ ଅଧିକାରୀ (PIC-ETV Bharat Odisha)

ଭୁବନେଶ୍ବର:ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଜାରି ରହିଥିବା ବେଳେ ଆସନ୍ତାକାଲି (ସୋମବାର) ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ତେବେ ପାଗକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ମତଦାନ ପ୍ରକ୍ରିୟା ସମୟରେ କିଭଳି ଭାବେ ସ୍ଵାସ୍ଥ୍ୟଗତ ସମସ୍ୟା ସମ୍ପର୍କିତ ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ମତଦାନ କେନ୍ଦ୍ର ଗୁଡିକରେ ଆବଶ୍ୟକ ଜରୁରୀ ଔଷଧ ସହ ସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

ଆସନ୍ତାକାଲି (ସୋମବାର) ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ତେବେ ଏନେଇ ସମସ୍ତଙ୍କ ସ୍ଵାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ମତଦାନ କେନ୍ଦ୍ରରେ ଜଣେ ଲେଖାଁଏ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ନିୟୋଜିତ ହେବେ । ଏହା ସହ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକ ଜରୁରୀ ଔଷଧ ମଧ୍ୟ ମହଜୁଦ ରଖାଯିବ । ଭୋଟର ଏବଂ ମତଦାନ କର୍ମଚାରୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ସହ ସେମାନେ କୌଣସି ସହଯୋଗ ପାଇଁ ଜରୁରୀକାଳୀନ କଲ ମାଧ୍ୟମରେ ଯୋଗାଯୋଗ ମଧ୍ୟ କରିପାରିବେ । ଏନେଇ ଜଣେ ଆୟୁଷ ଡାକ୍ତର, ଜଣେ ପାରାମେଡିକାଲ୍ କର୍ମଚାରୀଙ୍କ ସମେତ ମୋବାଇଲ୍ ହେଲଥ୍‌ ୟୁନିଟ୍ ମଧ୍ୟ କାର୍ଯ୍ୟ କରିବ । କଲ ପାଇବା ମାତ୍ରେ ଏହି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅବିଳମ୍ବେ ସ୍ବାସ୍ଥ୍ୟସେବା ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ:- ଆଜି ପଶ୍ଚିମ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର, କଣ୍ଟାବାଞ୍ଜି ପରେ ଗଲେ ବରଗଡ଼ - CM Naveen patnaik

ସମସ୍ତ ବ୍ଲକସ୍ତରରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଲେଖାଁଏ ଗ୍ରାମସ୍ତରର ସ୍ବାସ୍ଥ୍ୟକର୍ମୀକୁ ମଧ୍ୟ ନିୟୋଜିତ କରାଯିବ । ତେବେ ଆବଶ୍ୟକ ଲଜିଷ୍ଟିକ୍ସ, ଓଆରଏସ ସମେତ ପାନୀୟ ଜଳ ଆଦି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସକାଳୁ ଭୋଟିଂ ଆରମ୍ଭ ହେବାକୁ ଥିବା ବେଳେ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି । ପୁଲିଂ ଅଧିକାରୀମାନେ ଏବେ ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚିବା ଆରମ୍ଭ କରିଛନ୍ତି । ସୁରକ୍ଷାକର୍ମୀମାନେ ମଧ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.