ETV Bharat / state

ଭୁବନେଶ୍ୱରରେ ନିର୍ବାଚନି ହିଂସା ! ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ - ELECTION VIOLENCE

author img

By ETV Bharat Odisha Team

Published : May 13, 2024, 9:07 PM IST

ELECTION VIOLENCE IN BHUBANESWAR:ରାଜଧାନୀରେ ବିଜେପି କର୍ମୀଙ୍କୁ ଆକ୍ରମଣ । ଉଭୟ ପକ୍ଷରୁ ଥାନାରେ ଏତଲା । ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କଲେ ଅଭିଯୋଗକାରୀଙ୍କ ଭଉଣୀ । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ନିର୍ବାଚନି ହିଂସା , ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଭୁବନେଶ୍ୱରରେ ନିର୍ବାଚନି ହିଂସା , ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ରାଜନୈତିକ ହିଂସା । ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ । ଭୁବନେଶ୍ୱରରେ ଉଷ୍ମ ହେଲା ରାଜନୈତିକ ଛକାପଞ୍ଝା । ଗୋଟିଏ ଗୋଷ୍ଠୀ ପ୍ରଚାର ବେଳେ ଅପର ଗୋଷ୍ଠୀ ସହ ମୁହାଁମୁହିଁ । ନୟାପଲ୍ଲୀ ଥାନା ଅଞ୍ଚଳର ତ୍ରିନାଥ ବସ୍ତିରେ ବାଲିତୋଟା ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗୋଟିଏ ଗୋଷ୍ଠୀ ମାଡ଼ରେ ଅପର ଗୋଷ୍ଠୀର ଜଣେ ଯୁବକଙ୍କ ଫୁଲିଲା ମୁହଁ ହାତ । ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ସୂଚନା ମୁତାବକ ଯେ,ନୟାପଲ୍ଲୀ ଥାନା ତ୍ରିନାଥ ବସ୍ତିରେ ବିଜେଡି ପକ୍ଷରୁ ଚାଲିଥିଲା ଘରକୁ ଘର ପ୍ରଚାର । ଏନେଇ ଦଳୀୟ ସମର୍ଥକଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ପଦଯାତ୍ରା କରି ପ୍ରଚାର କରୁଥିଲେ । ବସ୍ତିରେ ପ୍ରଚାର ବେଳେ କର୍ପୋରେଟର ଗୋଷ୍ଠୀର କିଛି ଲୋକ ଅଭିଯୋଗକାରୀ ଲକ୍ଷ୍ମଣ ମହାପାତ୍ରକୁ ମାଡ଼ ମାରିଥିଲେ । ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ସହ ଏକ ତୀବ୍ର ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଛି । ଏନେଇ ଲକ୍ଷ୍ମଣ ଥାନାରେ ଅଭିଯୋଗ କରିଛନ୍ତି । ସେ ଯେହେତୁ ପୂର୍ବରୁ ବିଜେଡିରେ ଥିଲେ ଏବେ ବିଜେପି ରହିଛନ୍ତି । ତେଣୁ ରାଜନୈତିକ ଆକ୍ରୋଶ ରଖି ଏଭଳି ଆକ୍ରଣ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଅଭିଯୋଗକାରୀ ନାଁ ନେଇ କହିଛନ୍ତି ଯେ, ନିର୍ବାଚନ ସମୟରେ ଯେପରି ଗଣ୍ଡଗୋଳ ହେଉଛି । ଭୟ ଲାଗୁଛି କେବଳ ଯେ ତାଙ୍କ ଭାଇ ପ୍ରତି ନୁହେଁ ତାଙ୍କ ପରିବାର ପ୍ରତି ଭୟ ରହିଛି ।ଏଭଳି ମାରପିଟ୍ ଯୋଗୁଁ କେତେବେଳେ କ'ଣ ହେବ ତାହା ଆଶଙ୍କା କରି ପୋଲିସର ସାହାରା ନେଇଛୁ । ସେହିପରି ବିଧାୟକ ପ୍ରାର୍ଥୀ ଅନ୍ତନାରାୟଣ ଜେନା ଆସି ଭୁଲ ମାଗନ୍ତୁ ।

ଏହା ମଧ୍ୟ ପଢନ୍ତୁ......ପୁରୀରେ ନିର୍ବାଚନୀ ହିଂସା, କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ! - Election Violence In Puri

ସେପଟେ ଅପର ଗୋଷ୍ଠୀର ବିଜେଡି କର୍ପୋରେଟରଙ୍କ ସ୍ବାମୀ ସୋମେନ୍ଦ୍ର କୁମାର ଜେନା କହିଛନ୍ତି," ଆମେ ପ୍ରଚାର ଏବଂ ପୋଷ୍ଟର ମାରିବା ବେଳେ ସେମାନେ ପୋଷ୍ଟର ଚିରି ଥିଲେ । ହସାହସି ହୋଇ ଉସୁକାଇ ଥିଲେ ଏବଂ କମେଣ୍ଟ ମାରି ଗାଳିଗୁଲଜ କରିଥିଲେ । ପରେ ବସ୍ତିର ଜଣେ ବୁଲୁ ନାମକ ପିଲା ଲକ୍ଷ୍ମଣ ମହାପାତ୍ରକୁ ଆକ୍ରମଣ କରିଛି ।" ଦୁଇ ପକ୍ଷର ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.