ETV Bharat / state

ମୁଣ୍ଡ ଉପରେ ନିର୍ବାଚନ: ଘରକୁ ଘର ବୁଲି ପ୍ରଚାର କରୁୁଛନ୍ତି ଅରୁପ ଏବଂ ସୁନିଲ - bjd campaigning in puri

author img

By ETV Bharat Odisha Team

Published : May 16, 2024, 9:36 PM IST

PURI LOK SABHA CONSTITUENCY: ପୁରୀରେ ଆସନ୍ତା 25 ତାରିଖରେ ହେବ ନେତାଙ୍କ ଭାଗ୍ୟ ପରୀକ୍ଷା । ଯୁବ,ମହିଳା ଏବଂ ବରିଷ୍ଠ ନେତା-କର୍ମୀଙ୍କୁ ନେଇ ଜୋରଦାର ପ୍ରଚାର କରୁଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ବିଧାନସଭା ପ୍ରାର୍ଥୀ ସୁନିଲ ମହାନ୍ତି । ଅଧିକ ପଢନ୍ତୁ

ମୁଣ୍ଡ ଉପରେ ନିର୍ବାଚନ: ଘରକୁ ଘର ବୁଲି ପ୍ରଚାର କରୁୁଛନ୍ତି ଅରୁପ ଏବଂ ସୁନିଲ
ମୁଣ୍ଡ ଉପରେ ନିର୍ବାଚନ: ଘରକୁ ଘର ବୁଲି ପ୍ରଚାର କରୁୁଛନ୍ତି ଅରୁପ ଏବଂ ସୁନିଲ (ETV Bharat Odisha)

ପୁରୀ: ଆସନ୍ତା 25 ତାରିଖରେ ପୁରୀ ଭୋଟର୍ ମତଦାନ କରିବେ । ତେବେ ପୁରୀ ଭୋଟରଙ୍କ ମନ ଜିଣିବାକୁ ବିଜେଡି ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ପୁରୀରୁ ବିଜେଡ଼ିର ଲୋକସଭା ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି । ମହିଳା, ଯୁବ ଓ ବରିଷ୍ଠ ନେତା ଏବଂ କର୍ମୀଙ୍କୁ ନେଇ ପ୍ରଚାରକୁ ଆଗେଇ ନେଉଛନ୍ତି ଅରୂପ । ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ପୁରୀ ବିଧାନସଭା ପ୍ରାର୍ଥୀ ସୁନିଲ ମହାନ୍ତି ପ୍ରଚାରର ମୁଖ୍ୟ ମଙ୍ଗ ଧରିଛନ୍ତି । ପ୍ରଚଣ୍ଡ ଖରାକୁ ଖାତିର ନ କରି ବାଇକ ରାଲି ଜରିଆରେ ପ୍ରତେକ ୱାର୍ଡରେ ପ୍ରଚାର କରୁଛନ୍ତି ।

ତେବେ ଅରୂପ ପଟ୍ଟନାୟକ କହିଛନ୍ତି,"ଲୋକଙ୍କ ଭିତରେ ଏକ ସକରାତ୍ମକ ବାତାବରଣ ରହିଛି । ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ପ୍ରବଳ ଜନ ସମର୍ଥନ ରହିଛି । ଆଗାମୀ ନିର୍ବାଚନରେ କିଭଳି ଭୋଟ ଦେଇ ପୁଣି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ତଥା ଏକ ନୂଆ ରେକର୍ଡ ସ୍ଥାପନ ପାଇଁ ଭୋଟର ପ୍ରସ୍ତୁତ । ମୋର ସ୍ବପ୍ନ ରହିଛି ପୁରୀବାସୀ ମୋ ସହ ରହିବେ । ପୁରୀର ସେବା କରିବି । ମହାପ୍ରଭୁଙ୍କ ଯାହା ନିର୍ଦ୍ଦେଶ ଆସିବ ତାକୁ କାର୍ଯ୍ୟକାରୀ କରିବି । "

ତେବେ ଆଗାମୀ 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଆସି ଦଳୀୟ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ବିଜୟୀ କରାଇବା ପାଇଁ ଲୋକଙ୍କୁ ନିବେଦନ ପାଇଁ ବଡ ଦାଣ୍ଡରେ ରୋଡ ସୋ କରିବେ । ଏହାର ପ୍ରଭାବ କେତେ ପଡ଼ିବ ପ୍ରଶ୍ନର ଉତ୍ତର ଦେଇ ଅରୂପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବହୁତ୍ ବଡ଼ ଲୋକ । ତାଙ୍କ ଉପରେ ସେ କିଛି ବି ମତ ଦେଇ ପାରିବି ନାହିଁ । ଜଗନ୍ନାଥ ଧାମକୁ ସମସ୍ତେ ଆସନ୍ତି । ଏଠି ମହାପ୍ରଭୁଙ୍କ ଆଗରେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି କେହି ବି ବଡ ନୁହନ୍ତି । ସମସ୍ତେ ମହାପ୍ରଭୁଙ୍କ ଶରଣକୁ ଆସନ୍ତି ।

ତେବେ ବିଜେପି ସହ ତାଙ୍କର କିଭଳି ମୁକାବିଲା ରହିବ ସେ ପ୍ରଶ୍ନର ଉତ୍ତର ଦେଇ ଅରୁପ କହିଛନ୍ତି ଯେ, ସେ ନିଜ ଉପରେ କେନ୍ଦ୍ରୀତ । ନିଜ ଦଳର କର୍ମୀ ଓ ନେତାଙ୍କୁ ନେଇ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀ ମଧ୍ୟ ନିଜ ପାଇଁ ରଣନୀତି କରୁଥିବେ । ସେଥିରେ ତାଙ୍କର କୌଣସି ଚିନ୍ତା ନାହିଁ । ନିଜ ଦଳର କର୍ମୀଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟଧାରା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ତାଙ୍କୁ ହିଁ ନିର୍ବାଚନରେ ବିଜୟୀ କରାଇବ ।

ଏହା ମଧ୍ୟ ପଢନ୍ତୁ.....ଯୁବ ଓଡ଼ିଶା, ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ୟାରେଣ୍ଟି: ବିଜେଡି - BJD Manifesto

ସେପଟେ ପୁରୀ ପ୍ରଚାରର ମୁଖ୍ୟ ମଙ୍ଗ ଧରିଥିବା ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ, ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ରହିଛି । ତୃଣ ମୂଳ ସ୍ତରରୁ ଲୋକ ଜାଣିସାରିଲେଣି ନବୀନ ପଟ୍ଟନାୟକଙ୍କ ବିକଳ୍ପ କେହି ନାହାନ୍ତି । ସେହିଁ ଓଡ଼ିଶାର ଦାୟିତ୍ଵ ନେଲେ ରାଜ୍ୟର ବିକାଶ ହୋଇ ପାରିବ । ଛାତ୍ର, ଯୁବ, ମହିଳାମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସ୍ଵତନ୍ତ୍ର ଆକର୍ଷଣ ଓ ଦରଦ ରହିଛି । ଏଣୁ ଆଗାମୀ ନିର୍ବାଚନରେ ପୁରୀରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ଦୁଇ ପ୍ରାର୍ଥୀ ପ୍ରଚଣ୍ଡ ଜନମତରେ ବିଜୟୀ ହେବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.