ETV Bharat / state

ବାଲେଶ୍ବରରେ ଗର୍ଜିଲେ ରାହୁଲ, 'ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଦେବାକୁ ଚାହୁଁଛୁ' - Rahul Gandhi Balasore Visit

author img

By ETV Bharat Odisha Team

Published : May 30, 2024, 1:27 PM IST

Updated : May 30, 2024, 4:42 PM IST

Rahul Gandhi Slams BJP-BJD: ବାଲେଶ୍ବରରେ ବିଜେପି ଓ ବିଜେଡି ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କହିଲେ ବିଜେପି-ବିଜେଡି ମିଶିକି ଅଛନ୍ତି ଏବଂ ଚିନ୍ତାଧାରା ମଧ୍ୟ ଗୋଟିଏ । ଅଧିକ ପଢନ୍ତୁ

Rahul Gandhi Slams BJP-BJD
Rahul Gandhi Slams BJP-BJD (ETV Bharat Odisha)

ବାଲେଶ୍ବର: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଆସନ୍ତା 1 ତାରିଖରେ ହେବ । ତେବେ ନିର୍ବାଚନ ପ୍ରଚାର ପାଇଁ ହାତରେ ମାତ୍ର ଆଉ ଦିନ କେଇଟା ରହିଥିବା ବେଳେ ଜୋରସୋର ପ୍ରସ୍ତୁତି କରୁଛନ୍ତି ସମସ୍ତ ରାଜନୈତିକ ଦଳ । ଏହାରି ଭିତରେ ଆଜି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ବାଲେଶ୍ବର ଗସ୍ତ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସିମୁଳିଆରେ ଜନସଭାରେ ସମ୍ବୋଧିତ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ବାଲେଶ୍ଵର ଜିଲ୍ଲାର ସିମୁଳିଆ ଓ ସୋର କଂଗ୍ରେସ ପ୍ରାର୍ଥୀଙ୍କ ସମେତ ଭଦ୍ରକ ଲୋକସଭା ପ୍ରାର୍ଥୀ ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ରର ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ରାହୁଲ ନିବେଦନ କରିଥିଲେ । ତେବେ ସମ୍ବୋଧନ ସମୟରେ ସେ ଉଭୟ ବିଜେଡି ଏବଂ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି: ବାଲେଶ୍ବର ସିମୁଳିଆରେ ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, "ବିଜେପି ସମ୍ବିଧାନକୁ ଶେଷ କରିବାକୁ କରିବାକୁ ଚାହୁଁଛି । ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ସମ୍ବିଧାନକୁ ସମାପ୍ତ କରିଦେବ । ଯେତେ ଯାହା ହେଲେ ମଧ୍ୟ ସମ୍ବିଧାନକୁ ସମାପ୍ତ କରିପାରିବେ ନାହିଁ । ଭାଜପାର ଏତେ ଅହଙ୍କାର ଯେ, ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛି । ଏହାକୁ କେବେ ଭଗବାନ ବରଦାସ୍ତ କରିବେ ନାହିଁ ।"

ଏହା ମଧ୍ୟ ପଢନ୍ତୁ : 'ସମ୍ୱିଧାନ ଓ ସଂରକ୍ଷଣ ରକ୍ଷା ପାଇଁ କଂଗ୍ରେସକୁ ଭୋଟ୍ ଦିଅନ୍ତୁ'; ବଲାଙ୍ଗୀରରେ ଗର୍ଜିଲେ ରାହୁଲ - Rahul Gandhi Balangir Visit

ବିଜେପି-ବିଜେଡି ଏକ୍: ସମ୍ବୋଧନ କରିବା ସମୟରେ ଉଭୟ ବିଜେଡି ଏବଂ ବିଜେପି ସରକାରଙ୍କୁ ଧୋଇଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, "ଉଭୟ ବିଜେପି ଏବଂ ବିଜେଡିର ଚିନ୍ତାଧାରା ସମାନ । ମୁଁ ବିଜେପି ବିରୋଧରେ ଲଢୁଥିବାରୁ ମୋ ନାଁରେ 24ଟି ମାମଲା ହୋଇଛି । ଏପରିକି ମୋତେ ଜେଲ୍ ପଠାଇଦେଲେ । ଯଦି ନବୀନ ବିଜେପି ବିରୋଧରେ ଲଢୁଛନ୍ତି ତାହାଲେ ତାଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହେଉନି । ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଛୁ ।"

ଓଡିଶାରେ ସରକାର ଚଳାଛନ୍ତି ପାଣ୍ଡିଆନ: ତେବେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ସିମୁଳିଆରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, "ପାଣ୍ଡିଆନ ଓଡିଶାରେ ସରକାର ଚଳାଉଛନ୍ତି । ଜୁନ 4 ତାରିଖରେ ଆମ ସରକାର ଆସିଲେ ମହାଲକ୍ଷ୍ମୀ ଯୋଜନା ଲାଗୁ କରିବୁ । ଚାଷୀ ଋଣ ଛାଡ କରିବୁ । ଏହାସହ ଜୁଲାଇ 5 ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ । ପ୍ରତିମାସ କୋଟିଏ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଅଗ୍ନିବୀର ଯୋଜନାକୁ ରଦ୍ଦ କରିବୁ । ରାଜ୍ୟରେ 30 ଲକ୍ଷ ନିଯୁକ୍ତି ଦେବୁ ।"

Last Updated : May 30, 2024, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.