ETV Bharat / state

ହିଞ୍ଜିଳିରୁ ହାରୁଛନ୍ତି ନବୀନ, ଏମିତି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ - PRADEEP TARGETS bjd

author img

By ETV Bharat Odisha Team

Published : May 27, 2024, 7:25 PM IST

Updated : May 27, 2024, 7:33 PM IST

PRADEEP PANIGRAHI TARGETS BJD: ବିଜେଡି ସୁପ୍ରିମୋ ନବୀନ ଏବଂ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । କହିଲେ ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକ ମଧ୍ୟରୁ ୩୮ ଜଣ କୁଆଡେ ଗଲେ । କାହିଁକି କେବଳ ନବୀନ ପାଣ୍ଡିଆନ ପ୍ରଚାର କରୁଛନ୍ତି । ଯାହା ରିପୋର୍ଟ ଆସୁଛି ହିଞ୍ଜିଳିରୁ ହାରୁଛନ୍ତି ନବୀନ । ଅଧିକ ପଢନ୍ତୁ

PRADEEP PANIGRAHI TARGETS BJD
PRADEEP PANIGRAHI TARGETS BJD (ETV Bharat Odisha)

ଭୁବନେଶ୍ବର: ବିଜେଡିକୁ କଡ଼ା ଟାର୍ଗେଟ କରିଛନ୍ତି ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ପ୍ରାର୍ଥୀ ପ୍ରଦୀପ କହିଛନ୍ତି ଯେ, ନବୀନ ବାବୁ କେତେ ମାର୍ଜିନରେ ଜିତିବେ ସେଇଟା କହିବେ କି ବିଜେଡି ନେତା ମାନେ । ଗ୍ରାଉଣ୍ଡ ଲେବୁଲର ତଥ୍ୟ କହୁଛି ଅଫିସର ମାନେ ଯାଇ କି ଲୋକଙ୍କ ଗୋଡ଼ ହାତ ଧରିଛନ୍ତି । ଶେଷ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ଦିଅନ୍ତୁ ବୋଲି । ଓଡ଼ିଶାର ଆତାପୀ -ବାତାପୀଙ୍କୁ ବଦ୍ଧ କରିବ ବିଜେପି । ଏମିତି କିଛି କଟାକ୍ଷ କରିଛନ୍ତି ପ୍ରଦୀପ ।

ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ କହିଛନ୍ତି," ନବୀନ ବାବୁ କେତେ ମାର୍ଜିନରେ ଜିତିବେ ସେଇଟା କହିବେ କି ବିଜେଡି ନେତା ମାନେ । ଗ୍ରାଉଣ୍ଡ ଲେବୁଲର ତଥ୍ୟ କହୁଛି ଅଫିସର ମାନେ ଯାଇ କି ଲୋକଙ୍କ ଗୋଡ଼ ହାତ ଧରିଛନ୍ତି ଶେଷ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ଦିଅନ୍ତୁ । ଟଙ୍କା ବାଣ୍ଟି ଭୋଟ କିଣିବାକୁ ଚେଷ୍ଟା କରିଛନ୍ତି । ତା ପରେ ବି ଲୋକମାନେ ବି ପଚାରିଛନ୍ତି ଆମେ କାହିଁକି ଭୋଟ ଦେବୁ ନବୀନ ପଟ୍ଟନାୟକଙ୍କୁ । କ'ଣ ଦାଦନ ଯିବା ପାଇଁ କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଯାହା ରିପୋର୍ଟ ଆସୁଛି ହିଞ୍ଜିଳିରୁ ହାରୁଛନ୍ତି ନବୀନ । "

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା ଡ଼ିଜିପି ଆଡ଼ ହକ ପୋଷ୍ଟରେ କାହିଁକି ଅଛନ୍ତି । କାହିଁକି ରେଗୁଲାର କରାଯାଉନି । ତାଙ୍କୁ ରେଗୁଲାର କରା ନ ଯିବାରୁ ସେ ସ୍ୱାଧୀନ ଭାବେ କାମ କରି ପାରୁ ନାହାନ୍ତି । ତାଙ୍କ ଉପରେ ଲଗାମ ରଖି କି କାମ କରାଉଛି ବିଜେଡି । କିଛି ପୋଲିସ ଅଧିକାରୀ ପୋଲିସ ବିଭାଗକୁ ବଦନାମ କରୁଛନ୍ତି ଏହା ଡ଼ିଜିପି ଜାଣନ୍ତୁ । ଆତାପୀ ଓ ବାତାପୀ ଅସୁର ଭଳି ନବୀନ ପଟ୍ଟନାୟକ ଓ ପାଣ୍ଡିଆନ କଅଁଳ କଥା କହି ଓଡିଶାବାସୀଙ୍କୁ ଠକି ଆସୁଛନ୍ତି । ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକ ମଧ୍ୟରୁ ୩୮ ଜଣ କୁଆଡେ ଗଲେ । କାହିଁକି କେବଳ ନବୀନ ପାଣ୍ଡିଆନ ପ୍ରଚାର କରୁଛନ୍ତି । କାହିଁକି ଅନ୍ୟ ଷ୍ଟାର ପ୍ରଚାରକ ମାନଙ୍କୁ ପ୍ରଚାର କରିବାକୁ ଦିଆ ଯାଉନି । କ'ଣ ସେମାନେ ଆଗରୁ ପ୍ରଚାର କରୁ ନଥିଲେ କି । ଯଦି ପୂର୍ବରୁ ରାଜା ସ୍ୱାଇଁ, ଅର୍ଥ ମନ୍ତ୍ରୀ, ସଂସଦୀୟ ମନ୍ତ୍ରୀଙ୍କ ଭଳି ନେତା ବୁଲି ବୁଲି ପ୍ରଚାର କରୁଥିଲେ ତେବେ ବର୍ତ୍ତମାନ ତାଙ୍କୁ କାହିଁକି ପ୍ରଚାରରୁ ଦୂରେଇ ରଖାଗଲା ।

ବିଜେଡି ନେତାଙ୍କୁ କହୁଛି କାର୍ତ୍ତିକର ଗୋତି ଶ୍ରମିକ ହେଇ ରହିବେ ନିଜ ସ୍ୱାଭିମାନକୁ ବଞ୍ଚେଇବାକୁ ସ୍ୱର ଉତ୍ତୋଳନ କରିବେ । ରଘୁ ସାହୁ ଯିଏ ଚିଲିକା ବିଧାୟକ ପ୍ରାର୍ଥୀ ବିଜେଡିର ତାଙ୍କୁ ମଞ୍ଚରୁ ଓହ୍ଲେଇ ଦିଆଗଲା । ସେଠି ଯଦି ରଘୁ ସାହୁ ବିରୋଧ କରିଥାନ୍ତେ ତାହାଲେ ଓଡ଼ିଶାର ଗର୍ବ ରହିଥାନ୍ତ ନା ନାହିଁ । ପାଣ୍ଡିଆନଙ୍କ ବିରୁଦ୍ଧରେ 2010 ଓ 2011ରେ ଭିଜିଲାନ୍ସ କେସ କରିବା ମିଛ କି । 2 ଲକ୍ଷ ଟଙ୍କା ଲାଞ୍ଚ ପାଣ୍ଡିଆନ ନେବା ମିଛ କି ? ଏହାର ଉତ୍ତର ବିଜେଡିର ତଥା କଥିତ ମୁଖପାତ୍ର ମାନେ ରଖିବେ କି ? ବିଜେଡି ବୁଡିବା ପଛର ମୂଳ କାରଣ ପାଣ୍ଡିଆନ । ନବୀନ ପଟ୍ଟନାୟକ ପାଖରେ ରହି ବିଜେଡିକୁ ଭସ୍ମ କରିବାକୁ ଯୋଜନା କରିଛନ୍ତି ପାଣ୍ଡିଆନ ।

ଏହା ମଧ୍ୟ ପଢନ୍ତୁ ......ସବୁଠୁ ଧନୀ ଦିଲ୍ଲୀପ ରାୟ, ୩୪୮ ଜଣଙ୍କ ନାଁରେ ଅପରାଧିକ ମାମଲା - ADR Analysis Of All Phases

କୋଭିଡ଼ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରିଲେନି । ତା ଭିତରେ ଅଫିସ ଖୋଲା ଯାଇଛି କି ? କିଏ ସେ ଅଫିସ ନିର୍ମାଣ କରିଛି ? ପୂର୍ତ୍ତ ବିଭାଗ ଖର୍ଚ୍ଚ କରିଛି ନା ଜଣେ ବ୍ୟକ୍ତି ଏ କାମ ପାଇଁ ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ? ପ୍ରାଇଭେଟ ପ୍ରପର୍ଟିରେ ବିନା BDA ଅନୁମୋଦନରେ କେମିତି ଘର ନବୀନ ନିବାସରେ ତିଆରି ହେଲା । ଶଙ୍ଖ ଭବନରେ BDA ଅନୁମୋଦନ ଅଛି କି ନାହିଁ କହିବ କି । ବଂଶୀଧର ପଣ୍ଡାଙ୍କ ପରିବାର ସହ ବିଜୁ ବାବୁଙ୍କ ସମ୍ପର୍କ ଘନିଷ୍ଠ । ବିଜୁ ବାବୁ ଋଣ ଭାରରେ ବୁଡି ରହି ଥିବାବେଳେ ବଂଶୀଧର ବାବୁ ତାଙ୍କୁ ମୁକୁଳେଇ ଥିଲେ । ବିଜେଡିର ନୂଆ କରି ପାର୍ଟି ଅଫିସ ସ୍ଥାପନ ବେଳେ କର୍ମଚାରୀ ପ୍ରାଥମିକ ସମୟରେ ଦରମା ଦେଇଥିଲେ ବୈଜୟନ୍ତ ପଣ୍ଡା । ଏବେ ତାଙ୍କୁ ଦୋଷ ଦେଉଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 27, 2024, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.