ETV Bharat / state

ଆଜି ଆସୁଛନ୍ତି ନଡ୍ଡା-ରାହୁଲ, ଗୋଟିଏ ଦିନରେ ହାଇଭୋଲଟେଜ ପ୍ରଚାର - NADDA and Rahul Campaign IN ODISHA

author img

By ETV Bharat Odisha Team

Published : Apr 27, 2024, 12:55 PM IST

Updated : Apr 28, 2024, 7:17 AM IST

JP Nadda and Rahul Gandhi to Visit Odisha: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମ୍ବପୁଆ ଠାରେ ନଡ୍ଡା ଓ ସାଲେପୁରରେ ସାଧାରଣ ସଭାରେ ସାମିଲ ହେବେ ରାହୁଲ । ଅଧିକ ପଢନ୍ତୁ

JP Nadda and Rahul Gandhi to Visit Odisha

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବେଳେ ଆଜି ଦେଖିବାକୁ ମିଳିବ ହାଇଭୋଲ୍‌ଟେଜ୍‌ ପ୍ରଚାର । ଗୋଟିଏ ଦିନରେ ରାଜ୍ୟରେ ଦୁଇ ହେଭିୱେଟ୍‌ କରିବେ କ୍ୟାମ୍ପେନ୍‌ । ଆଜି (ରବିବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର ପାଇଁ ଓଡ଼ିଶା ଆସୁଥିବାବେଳେ ରାହୁଲ ଗାନ୍ଧୀଙ୍କର ମଧ୍ୟ ରାଜ୍ୟରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ନିକଟ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗଦେବା ପରେ ଦଳୀୟ ନେତାଙ୍କୁ ବିଜୟ ପାଇଁ ଗୁରୁମନ୍ତ୍ର ଦେବେ ନଡ୍ଡା । ସେପଟେ ରାହୁଲ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ ।

ଗୋଟିଏ ଦିନରେ ରାହୁଲ-ନଡ୍ଡାଙ୍କ ପ୍ରଚାର: ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବାରୁ ଭୋଟ ହାତେଇବାକୁ ଲାଗିପଡିଛନ୍ତି ବିଭିନ୍ନ ପ୍ରମୁଖ ଦଳ । ସମସ୍ତ ରାଜନୈତିକ ଦଳ ବିଭିନ୍ନ ରଣକୌଶଳ ଆପଣାଉଛନ୍ତି । ଷ୍ଟାର ପ୍ରଚାରକଙ୍କ କ୍ୟାମ୍ପେନରେ କମ୍ପୁଛି ପ୍ରଚାର ମୈଦାନ । ବିଜେଡିକୁ ଟକ୍କର ଦେବାକୁ କେନ୍ଦ୍ରୀୟ ନେତାଙ୍କୁ ଭରସା କରିଛନ୍ତି ବିଜେପି-କଂଗ୍ରେସ । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି (୨୮ ତାରିଖ) ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ମଧ୍ୟ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ପ୍ରଥମେ ସତ୍ୟଭାମାପୁର ଯାଇ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ ରାହୁଲ ।

ନଡ୍ଡାଙ୍କ କାର୍ଯ୍ୟକ୍ରମ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ବର ବିମାନ ବନ୍ଦରରେ ଅପରାହ୍ନ ୪ଟା ୩୦ରେ ପହଞ୍ଚିବେ । ବିମାନବନ୍ଦରରୁ ସିଧାସଳଖ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ । ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା । ପରେ ସନ୍ଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ । ଏହି ବୈଠକରେ ପ୍ରଥମ ପର୍ଯ୍ୟାୟ ମତଦାନ ଥିବା ୪ ଲୋକସଭା କ୍ଷେତ୍ର ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ । ନଡ୍ଡା ବ୍ରହ୍ମପୁରରେ ରାତ୍ର ରହଣୀ କରି ପରଦିନ ସକାଳୁ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି ।

ରାହୁଲଙ୍କ କାର୍ଯ୍ୟକ୍ରମ: ସେପଟେ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ସେ ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାହୁଲ । ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଗସ୍ତ କରିବେ । ଦିନ ୧୨ଟା ୨୫ରୁ ୧ଟା ୪୫ ଯାଏଁ ସାଲେପୁରରେ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରି କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିବେ । ଏହାପରେ ଭୁବନେଶ୍ବର ଫେରିବା କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବରରେ ଦଳୀୟ ରାଜ୍ୟ ନେତୃତ୍ବଙ୍କ ସହ ନିର୍ବାଚନୀ ରଣନୀତି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସେ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମାରାଥନ ପ୍ରଚାର, ଶାହଙ୍କ ପରେ ଓଡି଼ଶା ଆସୁଛନ୍ତି ଜେପି ନଡ୍ଡା - JP Nadda To Visit Odisha

ତେବେ ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି ଓ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ଲତା କହିଛନ୍ତି, "ଓଡ଼ିଶାରେ ବିଜେପି ସପକ୍ଷରେ ମାହୋଲ ରହିଛି । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଓଡ଼ିଶା ଲୋକଙ୍କ ବିଶ୍ବାସ ଅଛି । ନିର୍ବାଚନ ପ୍ରଚାର ସମୟରେ ଓଡିଶାକୁ ଲଗାତାର ଭାବରେ କେନ୍ଦ୍ରୀୟ ନେତୃତ୍ବ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ । ଓଡିଶାର ଜନତା ଚାହୁଁଛନ୍ତି ବିଜେପିର ସରକାର ରାଜ୍ୟର ହେଉ ।" ଗୋଲକ କହିଛନ୍ତି, "ବ୍ରହ୍ମପୁରରେ ସାଧାରଣ ସଭା ସହିତ କାର୍ଯ୍ୟକର୍ତ୍ତା ବୈଠକ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ରାଜନାଥ ସିଂଙ୍କ ସମେତ ଅନେକ ବରିଷ୍ଠ ନେତୃତ୍ବ ଲଗାତାର ଭାବରେ ଓଡିଶା ଆସିବେ ।"

ଏହା ମଧ୍ୟ ପଢ଼ନ୍ତୁ...28ରେ ଓଡିଶା ଆସିବେ ରାହୁଲ, ଖଡ୍‌ଗେ ଓ ପ୍ରିୟଙ୍କାଙ୍କ ଗସ୍ତ ନେଇ ବି ଚାଲିଛି ଯୋଜନା - Rahul Gandhi Visit Odisha

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 28, 2024, 7:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.