ETV Bharat / state

ଆଜି ଆସିବ ବିଜେଡି ଇସ୍ତାହାର: କେଉଁ ବର୍ଗଙ୍କୁ ଅଧିକ ଫୋକସ, ତାହା ଉପରେ ନଜର - BJD likely to release manifesto

author img

By ETV Bharat Odisha Team

Published : May 9, 2024, 3:29 PM IST

Updated : May 9, 2024, 4:11 PM IST

BJD Manifesto 2024: କିଛି ସମୟ ମଧ୍ୟରେ ପ୍ରକାଶ ପାଇବ ବିଜେଡି ଇସ୍ତାହାର । ଯୁବ ବର୍ଗଙ୍କ ପାଇଁ ରହିଛି ସ୍ବତନ୍ତ୍ର ଇସ୍ତାହାର । ଇସ୍ତାହାରରେ ଆଉ କେଉଁ ବର୍ଗକୁ ଶାସକ ଦଳ ଗୁରୁତ୍ବ ଦେଉଛି ଜାଣିବା ପାଇଁ ଅଧିକ ପଢନ୍ତୁ

ଆଜି ଆସିବ ବିଜେଡି ଇସ୍ତାହାର
ଆଜି ଆସିବ ବିଜେଡି ଇସ୍ତାହାର (ଫଟୋ-ଇଟିଭି ଭାରତ ଓଡ଼ିଶା)
ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ରଙ୍କ ପ୍ରତିକ୍ରିୟା (ETV BHARAT ODISHA)

ଭୁବନେଶ୍ବର: 2024 ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ବିଜେଡିର ଇସ୍ତାହାର । ଦଳ ପକ୍ଷରୁ ପ୍ରସ୍ତୁତ ଇସ୍ତାହାରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଆଜି (ରବିବାର) ସନ୍ଧ୍ୟାରେ ଅନୁଷ୍ଠିତ ହେବ ବିଜେଡିର ଇସ୍ତାହାର ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ । ଦଳୀୟ କାର୍ଯ୍ୟାଳୟରେ ଇସ୍ତାହାର କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ, କମିଟିର ଆବାହକ ଅମର ପଟ୍ଟନାୟକ ଓ ଦଳର ବରିଷ୍ଠ ନେତା ଇସ୍ତାହାର ଘୋଷଣା କରିବେ ।

ଆଜି ଆସିବ ବିଜେଡି ଇସ୍ତାହାର: କେଉଁ ବର୍ଗଙ୍କୁ ଅଧିକ ଫୋକସ
ଆଜି ଆସିବ ବିଜେଡି ଇସ୍ତାହାର: କେଉଁ ବର୍ଗଙ୍କୁ ଅଧିକ ଫୋକସ (ଫଟୋ-ଇଟିଭି ଭାରତ ଓଡ଼ିଶା)

କଂଗ୍ରେସ ଓ ବିଜେପି ପରେ ଆଜି ପ୍ରକାଶ ପାଇବାକୁ ଯାଉଛି ବିଜେଡିର ବହୁପ୍ରତିକ୍ଷିତ ଇସ୍ତାହାର । ଶାସକ ଦଳ ବିଜେଡି ଷଷ୍ଠ ଥର ଲାଗି କ୍ଷମତାକୁ ଆସିବା ଲାଗି ଇସ୍ତାହାରରେ ରଖିବେ ବିକାଶର ଗୋଲାପୀ ଚିତ୍ର । ସେହିପରି ଦଳ ଯୁବ ବର୍ଗଙ୍କୁ ସ୍ବତନ୍ତ୍ର ଇସ୍ତାହାର ଆଣିବାକୁ ଯାଉଛି । ଯାହା ଦେଶରେ ପ୍ରଥମ ଥର ଲାଗି ସ୍ୱତନ୍ତ୍ର ଭାବେ ଯୁବ ବର୍ଗଙ୍କ ଲାଗି ଇସ୍ତାହାର ହେବ ବୋଲି ବିଜେଡି ପକ୍ଷରୁ କୁହାଯାଉଛି । ସେହିପରି ଦଳ ମହିଳାଙ୍କୁ ଇସ୍ତାହାରରେ ଗୁରୁତ୍ୱ ଦେବେ । କାରଣ ମହିଳାମାନେ କୌଣସି ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ମହିଳାଙ୍କୁ ପ୍ରଭାବିତ କରିବା ଲାଗି ଇସ୍ତାହାରରେ ବଡ଼ ଘୋଷଣା କରିବ ବିଜେଡି ।

ଏହା ବି ପଢନ୍ତୁ- ଆସିଲା ବିଜେପି ନିର୍ବାଚନୀ ଇସ୍ତାହାର; ବିଜେଡିକୁ ଟାର୍ଗେଟ କରି ରତ୍ନ ଭଣ୍ଡାର ଚାବି ମାଗିଲେ ନଡ୍ଡା

ସେହିପରି ବିଜେଡି ବଡ଼ ଭୋଟ ବ୍ୟାଙ୍କ ହେଉଛନ୍ତି ଆଦିବାସୀ ବର୍ଗ । ସେମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ବିଜେଡି ଭରପୁର ଚେଷ୍ଟା କରିବ । ଶ୍ରମିକ, କାରିଗରଙ୍କ ଲାଗି ବିଜେଡି ପେଡି ଖୋଲିବ । ଅଙ୍ଗନବାଡି, କେନ୍ଦୁପତ୍ର ତୋଳାଳୀ, କୃଷକଙ୍କ ଲାଗି ମଧ୍ୟ ଦଳ ବିଶେଷ ଘୋଷଣା କରିବ । ନବୀନ ଓଡ଼ିଶା ଏବଂ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । 2036 ସୁଦ୍ଧା ଓଡିଶାକୁ ରାଜ୍ୟ ସରକାର ଏକ ବିକଶିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ତେବେ ଏହି ଇସ୍ତାହାରର ନାମ, ପ୍ରଦର୍ଶନ ପୃଷ୍ଠାରେ ପ୍ରତିଛବି, ଦଳର ଆଭିମୁଖ୍ୟ ଏବଂ ରଣନୀତି କଣ ହେବ ତାହା ଉପରେ ସମସ୍ତଙ୍କର ତୀକ୍ଷ୍ଣ ନଜର ରହିଛି ।

ଏହା ବି ପଢନ୍ତୁ- କଂଗ୍ରେସର ନ୍ୟାୟ ପତ୍ର: ଭୋଟରଙ୍କୁ ଖଡ଼ଗେ-ରାହୁଲଙ୍କ 5 ନ୍ୟାୟ ଏବଂ 25 ଗ୍ୟାରେଣ୍ଟି

ଏପ୍ରିଲ 10 ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଇସ୍ତାହାର କମିଟି ଗଠନ କରିଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି । କମିଟିରେ 6 ଜଣଙ୍କୁ ସହ-ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏହି କମିଟିର ଦୁଇଟି ବୈଠକ ଅନୁଷ୍ଠିତ ହୋଇଛି । କମିଟିରେ ଅମର ପଟ୍ଟନାୟକଙ୍କୁ ଆବାହକ ଓ ସସ୍ମିତ ପାତ୍ରଙ୍କୁ କମିଟିର ସହ-ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି । କମିଟିରେ ମୋଟ 38 ଜଣ ସଦସ୍ୟ ଥିବାବେଳେ ତିନି ଜଣ ଅଣ ବାସିନ୍ଦା ବିଶେଷଜ୍ଞ କମିଟି ସଦସ୍ୟ ଅଛନ୍ତି । ପୂର୍ବରୁ bjdmanifesto2024@gmail.com ମାଧ୍ୟମରେ ପରାମର୍ଶ ଦେବା ଲାଗି ଅନୁରୋଧ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 9, 2024, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.