ETV Bharat / state

ହିନ୍ଦୋଳରୁ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ, ‘ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପାଇଁ ସାହସ ନାହିଁ’ - vk pandian CAMPAIGN IN dhenkanal

author img

By ETV Bharat Odisha Team

Published : May 13, 2024, 5:27 PM IST

VK PANDIAN CAMPAIGN IN DHENKANAL:ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ହିନ୍ଦୋଳର ସଭାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ସିଧାସଳଖ ଟାର୍ଗେଟ । କହିଲେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି । ଅଧିକ ପଢନ୍ତୁ

ହିନ୍ଦୋଳରୁ ବିଜେପିକୁ ଟାର୍ଗେଟ କଲେ ପାଣ୍ଡିଆନ , କହିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପାଇଁ ସାହସ ନାହିଁ
ହିନ୍ଦୋଳରୁ ବିଜେପିକୁ ଟାର୍ଗେଟ କଲେ ପାଣ୍ଡିଆନ , କହିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପାଇଁ ସାହସ ନାହିଁ (ETV Bharat Odisha)

ଢେଙ୍କାନାଳ: ଆଜି ଭିକେ ପାଣ୍ଡିଆନଙ୍କ ଢେଙ୍କାନାଳର ହିନ୍ଦୋଳରେ ନିର୍ବାଚନୀ ପ୍ରଚାର କରିଛନ୍ତି । ସଭାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସିଧାସଳଖ କଲେ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । କହିଲେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି । ଆଉ କେନ୍ଦ୍ରମନ୍ତ୍ରୀଙ୍କୁ ଉଚିତ ଜବାବ ଦେବେ ଭୋଟର ।

ଆଜି ବିଜେଡି ନେତା ଭିକେ ପାଣ୍ଡିଆନ ଢେଙ୍କାନାଳକୁ ଦିନିକିଆ ନିର୍ବାଚନ ପ୍ରଚାର ଗସ୍ତରେ ଯାଇଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୧ଟା ୧୦ମିନିଟ ସମୟରେ ହିନ୍ଦୋଳର ଗୁରିଲୋ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ ଓ ସାଂସଦ ପ୍ରାର୍ଥୀ ଡା ଅବିନାଶ ସାମଲଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଏହି ଅବସରରେ ପାଣ୍ଡିଆନ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆପଣମାନେ ବହୁତ ଭଲ ପାଉଛନ୍ତି । ଏଥିପାଇଁ ମୁଁ ଋୁଣୀ । ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଆଶୀର୍ବାଦ କରିବେ । ସାଂସଦ ପ୍ରାର୍ଥୀ ଅବିନାଶ ସମାଲଙ୍କୁ ଓ ବିଧାୟକ ପ୍ରାର୍ଥୀ ମହେଶ ସାହୁଙ୍କୁ ୫୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ କରାଇବେ । ରାଜ୍ୟରେ ମାଆ ମାନଙ୍କ ପାଇଁ ମିଶନ ଶକ୍ତି, କାଳିଆ, ମଧୁବାବୁ ପେନସନ, ବିଜୁ ସ୍ୱାସ୍ଥ୍ୟ ଯୋଜନା, ଲକ୍ଷ୍ମୀ ବସ ସେବା ଆଦି ଯୋଜନା ଆପଣମାନଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ତାଙ୍କୁ ଆଶୀର୍ବାଦ କରନ୍ତୁ ।

ସେପଟେ ପାଣ୍ଡିଆନ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ବିଜେପି ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ସତ ସାହସ ନାହିଁ । ନିକଟରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ଓଡ଼ିଶାରେ ୯୦ପ୍ରତିଶତ ପରିବାରକୁ ମାଗଣା ବିଜୁଳି ବିଲ୍ ଘୋଷଣା କରିଛନ୍ତି । ସୂର୍ଯ୍ୟଙ୍କ ଶକ୍ତିରୁ ବିଜୁଳି ଦେଇ ମାଗଣା ବିଜୁଳି ବିଲ ଆଳରେ ସେ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖେଇବେ । ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି ।

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କୁ ସିଧା ନିଶାନା କରିଥିଲେ ପାଣ୍ଡିଆନ । ସେ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଆମର ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଅଭଦ୍ରଭାଷାରେ ଗାଳି ଦେଉଛନ୍ତି । ଏହା ଆମକୁ ବହୁତ ଦୁଃଖ ଲାଗୁଛି । ଏଭଳି ନେତା ଯିଏ ଆମର ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବେ ତାଙ୍କୁ ଆପଣମାନେ ଉଚିତ ଜବାବ ଦେବେ । ୧୦ ବର୍ଷ ପୁରିଲା ସେ ଆପଣ ମାନଙ୍କ ପାଇଁ କିଛି କରିଲେ ନାହିଁ । ତାଙ୍କର ସେବା କରିବା ମନୋଭାବ ନାହିଁ, ଲୋକଙ୍କ ପାଇଁ ଆନ୍ତରିକତା ନାହିଁ । ଟୁରିଷ୍ଟ ଭଳିଆ ନେତା ଆସିବେ, ମିଛ ପ୍ରତିଶୃତି ଦେବେ ଓ ନିର୍ବାଚନ ପରେ ଆଉ ଦେଖା ମିଳିବ ନାହିଁ । ସେଭଳି ନେତାଙ୍କୁ ଉଚିତ ଜବାବ ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ ......'ବିଜୁବାବୁ 5ଥର ନିର୍ବାଚନ ହାରିଥିଲେ, ଏଠି ଗୁମାସ୍ତା କହୁଛନ୍ତି ନିର୍ବାଚନ ହାରିଲେ ସନ୍ନ୍ୟାସ ନେବି' - Manmohan Samal Targets Pandian

ସେହିପରି ଆସନ୍ତା ୨୫ତାରିଖରେ ଯୋଡି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବେ । ଆଉ ଜୁନ ୯ ତାରିଖରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ୧୧ଟା ସମୟରେ ଶପଥ ନେବେ ବୋଲି ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.