ETV Bharat / state

ଭଦ୍ରକରେ କାଲି ପଡ଼ିବ ଭୋଟ; ଜିଲ୍ଲାରେ ୧୪୪ ଧାରା ଲାଗୁ - LAST PHASE ELECTION IN ODISHA

author img

By ETV Bharat Odisha Team

Published : May 31, 2024, 8:08 PM IST

LAST PHASE ELECTION IN ODISHA: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କାଲି ପଡ଼ିବ ଭୋଟ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସହ ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

LAST PHASE ELECTION IN ODISHA
LAST PHASE ELECTION IN ODISHA (ETV Bharat Odisha)

ଭଦ୍ରକ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କାଲି ପଡ଼ିବ ଭୋଚଟ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାରେ ମୋଟ ୧୨,୬୪,୨୨୦ ଭୋଟର ସେମାନଙ୍କ ମତାଧିକାର ୧୩୧୨ଟି ମତଦାନ କେନ୍ଦ୍ରରେ ସାବ୍ୟସ୍ତ କରିବେ । ଏହି ମୋଟ ମତଦାତାଙ୍କ ମଧ୍ୟରେ ୬,୫୨,୭୨୧ ଜଣ ପୁରୁଷ ଏବଂ ୬,୧୧,୩୪୮ ଜଣ ମହିଳା ଭୋଟର ଥିବାବଳେ ୧୫୧ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ଭଣ୍ଡାରିପୋଖରୀ: ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୩୭,୪୩୫ ଭୋଟର ସେମାନଙ୍କ ମତାଧିକାର ୨୫୯ଟି ମତଦାନ କେନ୍ଦ୍ରରେ ସାବ୍ୟସ୍ତ କରିବେ । ଏହି ମୋଟ ମତଦାତାଙ୍କ ମଧ୍ୟରେ ୧,୨୧,୮୧୧ ଜଣ ପୁରୁଷ ଭୋଟର ଏବଂ ୧,୧୫,୬୦୭ ଜଣ ମହିଳା ଭୋଟର ଥିବାବଳେ ୧୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ଭଦ୍ରକ: ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୬୭,୧୬୭ ଜଣ ଭୋଟର ୨୬୪ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିବେ । ଏହି ମୋଟ ମତଦାତାଙ୍କ ମଧ୍ୟରେ ୧,୩୬,୪୯୩ ଜଣ ପୁରୁଷ ଏବଂ ୧,୩୦,୬୦୪ ଜଣ ମହିଳା ଭୋଟର ଥିବାବଳେ ୭୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ବାସୁଦେବପୁର: ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୬୬,୬୬୬ ଜଣ ଭୋଟର ୨୬୭ଟି ମତଦାନ କେନ୍ଦ୍ରରେ ଭୋଟ ଦେବେ । ଏହି ମୋଟ ମତଦାତାଙ୍କ ମଧ୍ୟରେ ୧,୩୮,୫୦୫ ଜଣ ପୁରୁଷ ଏବଂ ୧,୨୮,୧୪୦ ଜଣ ମହିଳା ଭୋଟର ଥିବାବଳେ ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ଧାମନଗର: ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୪୩,୭୩୪ ଜଣ ଭୋଟର ସେମାନଙ୍କ ମତାଧିକାର ୨୫୭ଟି ମତଦାନ କେନ୍ଦ୍ରରେ ସାବ୍ୟସ୍ତ କରିବେ । ଏହି ମୋଟ ମତଦାତାଙ୍କ ମଧ୍ୟରେ ୧,୨୫,୬୯୬ ଜଣ ପୁରୁଷ ଭୋଟର ଏବଂ ୧,୧୮,୦୧୧ ଜଣ ମହିଳା ଭୋଟର ଏବଂ ୨୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ଚାନ୍ଦବାଲି: ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୪୯,୨୧୮ ଜଣ ଭୋଟର ୨୫୭ଟି ମତଦାନ କେନ୍ଦ୍ରରେ ଭୋଟ ଦେବେ । ଏହି ମୋଟ ମତଦାତାଙ୍କ ମଧ୍ୟରେ ୧,୩୦,୨୧୬ ଜଣ ପୁରୁଷ ଏବଂ ୧,୧୮,୯୮୬ ଜଣ ମହିଳା ଭୋଟର ରହିଥିବାବେଳେ ୧୬ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ଏପରିସ୍ଥଳେ ଶୃଙ୍ଖଳିତ ନିର୍ବାଚନ ସମ୍ପନ୍ନ କରିବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛନ୍ତି । ଜିଲ୍ଲାରେ ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ, ଗତକାଲି ସନ୍ଧ୍ୟା ପରଠାରୁ ରାଜନୈତିକ ଦଳ ମାନଙ୍କର ପ୍ରଚାର ଶେଷ ହେବାପରେ ଅନ୍ୟ ଜିଲ୍ଲାର ସବୁ ଲୋକଙ୍କୁ ଭଦ୍ରକ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ବିଭିନ୍ନ ହୋଟେଲ ଏବଂ ଲଜରେ ରହୁଥିବା ଅନ୍ୟ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ନେତା ତଥା କର୍ମୀଙ୍କୁ ହୋଟେଲ ଛାଡ଼ି ଯିବାକୁ ନିଦ୍ଦେର୍ଶ ଦିଆଯାଇଛି । ତେଣୁ ଯେଉଁମାନେ ଏହି ନିର୍ଦ୍ଦେଶ ନମାନି ହୋଟେଲ କିମ୍ବା ଲଜରେ ରହିଥିବାର ସୂଚନା ମିଳିବ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପଡିଆରୁ ୪୩ ଭଣ୍ଡାରିପୋଖରୀ, ୪୪ ଭଦ୍ରକ ଏବଂ ୪୫ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଭଦ୍ରକ ଲୋକସଭା ଆସନ ପାଇଁ ପୋଲିଂ ପାର୍ଟି ବିଭିନ୍ନ ବୁଥକୁ ବାହାରି ଯାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି, ୨୨୮୦ଟି ସମ୍ବେଦନଶୀଳ ବୁଥ ଉପରେ ସ୍ବତନ୍ତ୍ର ନଜର - Poll Preparedness In Odisha

ସେହିପରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ କେବଳ ୪୬ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଭଦ୍ରକ ଲୋକସଭା ଆସନ ପାଇଁ ପୋଲିଂ ପାର୍ଟି ବିଭିନ୍ନ ବୁଥକୁ ବାହରି ଯାଇଥିବାବେଳେ ନିୟନ୍ତ୍ରଣ ବଜାର କମିଟି ପଡିଆରୁ ୪୭ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଭଦ୍ରକ ଲୋକସଭା ଆସନ ପାଇଁ ପୋଲିଂ ପାର୍ଟି ବିଭିନ୍ନ ବୁଥକୁ ବାହାରିଯାଇଛନ୍ତି । ତେବେ ଜିଲ୍ଲାର ସମସ୍ତ ମୋଟ ୧୩୧୨ଟି ବୁଥରେ ମତଦାନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଏବଂ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ ବୁଥରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବ, ସେଠାରେ ନିଯୁକ୍ତ ସେକ୍ଟର ଅଫିସରମାନେ ରିଜର୍ଭ ରହିଥିବା ଇଭିଏମ୍‌ ପ୍ରିଜାଇଡିଂ ଅଫିସରଙ୍କୁ ବ୍ୟବହାର କରିବାକୁ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ବୁଥ ନିକଟରେ ସମସ୍ତ ଭୋଟରମାନଙ୍କ ପାଇଁ ପାଣି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.